Advertisment

ଟ୍ରୋଲ୍‌ର ଟାର୍ଗେଟ୍‌ରେ ଖିଲାଡି କୁମାର; ଯାହା ମନା କରିଥିଲେ ତାହା କଲେ

ଏକ ବିଜ୍ଞାପନ କରି ପୁଣି ଫସିଛନ୍ତି ଅକ୍ଷୟ କୁମାର। ଏହି ବିଜ୍ଞାପନ ଯୋଗୁଁ ଅକ୍ଷୟଙ୍କୁ ଖୁବ ଟ୍ରୋଲ କରାଯାଉଛି। ସୋସିଆଲ ମିଡିଆର ପ୍ରତ୍ୟେକ ପ୍ଲାଟଫର୍ମରେ ତାଙ୍କୁ କଡ଼ା ସମାଲୋଚନା କରାଯାଉଛି।

ଅଦ୍ୟତନ ହୋଇଛି
akshay kumar got trolled for pan masala ad

akshay kumar got trolled for pan masala ad

Advertisment

ଅକ୍ଷୟ କୁମାରଙ୍କ ଫିଲ୍ମ ‘ମିଶନ ରାନିଗଞ୍ଜ’ ବଡ ପରଦାକୁ ଆସିଛି। ଏହି ଚଳଚ୍ଚିତ୍ରକୁ ସମାଲୋଚକମାନେ ବହୁତ ପ୍ରଶଂସା ମଧ୍ୟ କରିଛନ୍ତି। ତେବେ ଏହା ଜନସାଧାରଣଙ୍କ ଠାରୁ ମିଶ୍ରିତ ପ୍ରତିକ୍ରିୟା ଗ୍ରହଣ କରିଛି। ଏହି ଚଳଚ୍ଚିତ୍ରଟି ୮୦ ଦଶକର ଏକ ପ୍ରକୃତ ଘଟଣା ଉପରେ ଆଧାରିତ। ଏହାରି ଭିତରେ ଅକ୍ଷୟ ପ୍ରଶଂସକମାନଙ୍କୁ ତାଙ୍କର ଏକ ନୂଆ ବିଜ୍ଞାପନ ଯୋଗୁଁ ଏକ ବଡ଼ ଝଟ୍‌କା ଲାଗିଛନ୍ତି। ତେବେ ଆସନ୍ତୁ ଜାଣିବା କ’ଣ ଏହି ଘଟଣା?

Advertisment

ଏହି ବିଜ୍ଞାପନ ଯୋଗୁଁ ଅକ୍ଷୟଙ୍କୁ ଖୁବ ଟ୍ରୋଲ କରାଯାଉଛି। ସୋସିଆଲ ମିଡିଆର ପ୍ରତ୍ୟେକ ପ୍ଲାଟଫର୍ମରେ ତାଙ୍କୁ କଡ଼ା ସମାଲୋଚନା କରାଯାଉଛି।

ଅକ୍ଷୟଙ୍କ ଏକ ବିଜ୍ଞାପନ ବର୍ତ୍ତମାନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହାପୂର୍ବରୁ ଅକ୍ଷୟ କୁମାର ପାନ ମସଲାର ଏକ ବିଜ୍ଞାପନ ପାଇଁ ଦର୍ଶକଙ୍କୁ କ୍ଷମା ମାଗିଥିଲେ ଏବଂ ସେ ଆଉ ଏପରି ବିଜ୍ଞାପନ କରିବେ ନାହିଁ ବୋଲି କହିଥିଲେ। କିନ୍ତୁ ଭାରତ ଓ ଅଷ୍ଟ୍ରେଲିଆ ଆଇସିସି ବିଶ୍ୱ କପ୍ ମ୍ୟାଚ୍ ବେଳେ ପ୍ରଶଂସକଙ୍କୁ ବଡ ଝଟ୍‌କା ଲାଗିଥିଲା ଯେତେବେଳେ ଏକ ପାନ ମସଲା ବ୍ରାଣ୍ଡ୍‌ର ଏକ ନୂଆ ବିଜ୍ଞାପନ ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଅକ୍ଷୟ କୁମାରଙ୍କୁ ନେଇ ପ୍ରସାରିତ ହୋଇଥିଲା।

Advertisment

ଶାହରୁଖ ଖାନ୍ ଏବଂ ଅଜୟ ଦେବଗନ ଏକ କାର୍‌ରେ ଅକ୍ଷୟ କୁମାରଙ୍କୁ ତାଙ୍କ ଘର ନିକଟ ରାସ୍ତାରେ ଅପେକ୍ଷା କରିବା ସହିତ ଏହି ବିଜ୍ଞାପନ ଆରମ୍ଭ ହୋଇଛି। ଅକ୍ଷୟ ତାଙ୍କ ହେଡ୍‌ଫୋନରେ ଗୀତ ଶୁଣିବାରେ ବ୍ୟସ୍ତ ଅଛନ୍ତି। ଅଜୟ ଗାଡିର ହର୍ଣ୍ଣ ବଜାଇ ଏବଂ ଶାହରୁଖ ବଲ୍ ପକେଇ ଝରକାର କାଚ ଭାଙ୍ଗି ଅକ୍ଷୟଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରନ୍ତି।

ଏହା ପରେ ଅଜୟ ଦେବଗନ ବିମଲର ଏକ ପ୍ୟାକେଟ୍ ଖୋଲନ୍ତି, ଯାହାର ବାସ୍ନାରେ ଅକ୍ଷୟଙ୍କ ଧ୍ୟାନ ଭଙ୍ଗ ହୁଏ ଓ ସେ ତଳକୁ ଆସନ୍ତି। ଏହି ବିଜ୍ଞାପନକୁ ଦେଖିଲେ ଏହା ସ୍ପଷ୍ଟ ହୋଇଯାଏ ଯେ ଏହା ପାନ ମସଲାର ଏକ ବିଜ୍ଞାପନ।

Advertisment

ଅକ୍ଷୟଙ୍କ ଏହି ବିଜ୍ଞାପନ ଭାଇରାଲ ହେବା ମାତ୍ରେ ଲୋକମାନେ ତାଙ୍କୁ କଡ଼ା ସମାଲୋଚନା କରୁଛନ୍ତି। ଜଣେ ବ୍ୟକ୍ତି ମତ ଦେଇ କହିଛନ୍ତି, “ଅକ୍ଷୟଙ୍କୁ ଲୋକଙ୍କ କଥା ଶୁଣିବାକୁ ପଡ଼ିବ। ସେ କହିଥିଲେ ଯେ ସେ ତମାଖୁ ବିଜ୍ଞାପନ କରିବେ ନାହିଁ।” ଆଉ ଜଣେ କହିଛନ୍ତି, “ଅକ୍ଷୟ କୁମାର କହିଥିଲେ ଯେ ସେ ଆଉ ପାନ ମସଲାର ବିଜ୍ଞାପନ କରିବେ ନାହିଁ କାରଣ ଯେତେବେଳେ ସେ ପ୍ରଥମ ଥର ପାଇଁ ଏହି ବିଜ୍ଞାପନ କରିଥିଲେ ସେତେବେଳେ ତାଙ୍କ ପ୍ରଶଂସକମାନେ ଖୁସି ନ ଥିଲେ। ତେବେ ସେ ପୁନର୍ବାର କାହିଁକି କଲେ?” ଏହାକୁ ନେଇ ଏବେ ଅକ୍ଷୟ ପ୍ରବଳ ଟ୍ରୋଲ୍‌ର ଶିକାର ହେଉଛନ୍ତି। ତେବେ ଏହା ଉପରେ ଅକ୍ଷୟ କି ପଦକ୍ଷେପ ନେଉଛନ୍ତି, ଦେଖିବାକୁ ବାକି ରହିଲା। 

Ajay Devgn Bollywood Akshay Kumar Shahrukh Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ