Advertisment

ଏମିତି ବି ଦିନ ଥିଲା ରୋଜଗାର ପାଇଁ ଅକ୍ଷୟ କୁମାର ସାଜିଥିଲେ ରୋଷେୟା

ଆଜିକାଲି ବଲିଉଡ୍‌ର ଜଣେ ଆଗଧାଡିର କଳାକାର ହେଲେ ଅକ୍ଷୟ କୁମାର। ସେ ବଲିଉଡ୍‌କୁ ଅନେକ ହୀଟ୍ ଫିଲ୍ମ୍ ଦେଇଛନ୍ତି। ଏହି ମହାନ କଳାକାରଙ୍କ ଜୀବନ ବି ଦିନେ ଥିଲା ସଂଘର୍ଷରେ ପରିପୂର୍ଣ୍ଣ। ଟଙ୍କା ପାଇଁ ତାଙ୍କୁ ସାଜିବାକୁ ପଡିଥିଲା ରୋଷେୟା।

Akshay Kumar education and career

Akshay Kumar education and career

Advertisment

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ବଲିଉଡ୍ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି। ବଲିଉଡ୍‌ରେ ତାଙ୍କର କୌଣସି ଗଡ୍‌ଫାଦର ନଥିଲେ। ଅଭିନୟରେ କ୍ୟାରିୟର କରିବା ପୂର୍ବରୁ ସେ ହୋଟେଲ୍‌ରେ କାମ କରୁଥିଲେ। 'ଖିଲାଡି' ମ୍ୟାନ୍ ଅକ୍ଷୟ କୁମାର ତାଙ୍କ ବୃତ୍ତିଗତ ଜୀବନକୁ ନେଇ ଅନେକ ପରୀକ୍ଷଣ କରିଛନ୍ତି।

Advertisment

ଅଭିନେତା ଅକ୍ଷୟ କୁମାର କମେଡି ଫିଲ୍ମ ଠାରୁ ନେଇ ଆକ୍ସନ୍ ଫିଲ୍ମ ଏବଂ ବାୟୋପିକ୍ସରେ ମଧ୍ୟ କାମ କରିଛନ୍ତି। ପିଲାଦିନରୁ ତାଙ୍କର ପାଠପଢା ପ୍ରତି କମ ଆଗ୍ରହ ଥିଲା। କିନ୍ତୁ ସେ ଏକ୍ସପେରିମେଣ୍ଟ୍ କରିବା ଏବଂ ନୂଆ ଜିନିଷ ଶିଖିବାକୁ ଭୟ କରୁ ନଥିଲେ। ତାଙ୍କର ନିଷ୍ଠା ଓ ସଂଘର୍ଷ ଯୋଗୁଁ ଆଜି ସେ ଏହି ସ୍ଥାନରେ ପହଞ୍ଚି ପାରିଛନ୍ତି। ଆପଣ ଜାଣିଛନ୍ତି କି ଆପଣଙ୍କ ଏହି ପ୍ରିୟ ତାରକାଙ୍କ ଶିକ୍ଷାଗତ ଯୋଗ୍ୟତା ଓ ତାଙ୍କ ସଂଘର୍ଷର କାହାଣୀ ବିଷୟରେ? ଆସନ୍ତୁ ଜାଣିବା।

ଦିଲ୍ଲୀରେ ଲାଳନ ପାଳନ:

ଅକ୍ଷୟ କୁମାର ୯ ସେପ୍ଟେମ୍ବର ୧୯୬୭ରେ ପଞ୍ଜାବର ଅମୃତସରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ହରି ଓମ୍‌ ଭାଟିଆ ସେନାର ଜଣେ ଅଧିକାରୀ ଥିଲେ। ତାଙ୍କ ମାଆଙ୍କ ନାମ ଅରୁଣା ଭାଟିଆ ଏବଂ ଭଉଣୀଙ୍କ ନାମ ଅଳକା ଭାଟିଆ। ତାଙ୍କ ପିଲାଦିନ ଦିଲ୍ଲୀର ଚାନ୍ଦିନୀ ଚୌକଠାରେ କଟିଥିଲା। ତାଙ୍କ ବାପା ସେନା ଛାଡିବା ପରେ ପୂରା ପରିବାର ମୁମ୍ବାଇକୁ ଚାଲିଗଲେ।

Advertisment

ପାଠପଢା:

ଅକ୍ଷୟ କୁମାର ମାଟୁଙ୍ଗାର ଡନ୍ ବସ୍କୋ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ପିଲାଦିନରୁ ପାଠପଢା ପ୍ରତି ତାଙ୍କର କମ ରୁଚି ଥିଲା। ପରେ ସେ ଗୁରୁ ନାନକ ଖାଲସା କଲେଜରେ ଆଡ୍‌ମିଶନ ନେଇଥିଲେ କିନ୍ତୁ ଆଗ୍ରହ ଅଭାବରୁ ମଝିରେ ପାଠପଢା ଛାଡି ଦେଇଥିଲେ। ସେତେବେଳେ ସେ କରାଟେ ଶିଖିବାକୁ ଆଗ୍ରହୀ ଥିଲେ। ଅକ୍ଷୟ କୁମାର ଆରମ୍ଭରୁ ଏକ ଫିଟ୍‌ନେସ୍‌ ପ୍ରେମୀ ଥିଲେ।

ବିଦେଶରେ କରାଟେ ଶିକ୍ଷା:

ମଝିରେ ପାଠପଢା ଛାଡି ଅକ୍ଷୟ ତାଙ୍କ ବାପାଙ୍କଠାରୁ ମାର୍ଶଲ ଆର୍ଟ ଶିଖିବାକୁ ଇଚ୍ଛା ପ୍ରକାଶ କରିଥିଲେ। ସେ ଭାରତର ଟାଇକୋଣ୍ଡୋରେ ଏକ ବ୍ଲାକ୍ ବେଲ୍ଟ ମଧ୍ୟ ହାସଲ କରିଥିଲେ। ଏହା ପରେ ତାଙ୍କ ବାପା ତାଙ୍କୁ କୌଣସି ପ୍ରକାରେ ଟଙ୍କା ଯୋଗାଡ କରି ଥାଇଲ୍ୟାଣ୍ଡ୍‌ ପଠାଇଥିଲେ। ତା’ପରେ ସେ ବ୍ୟାଙ୍କକ୍ ଯାଇ ୫ ବର୍ଷ ପାଇଁ ଥାଇ ବକ୍ସିଂ ଶିଖିଥିଲେ।

Advertisment

ରୋଜଗାର ପାଇଁ ହୋଇଥିଲେ ରୋଷେୟା:

ଟଙ୍କାର ଆବଶ୍ୟକତା ପଡିବାରୁ ଅକ୍ଷୟ କୁମାର ମଧ୍ୟ ଥାଇଲ୍ୟାଣ୍ଡରେ ରୋଷେୟା ଏବଂ ୱେଟର ଭାବରେ କାମ କରିଥିଲେ। ତା’ପରେ କୋଲକାତାର ଏକ ଟ୍ରାଭେଲ୍‌ ଏଜେନ୍ସିରେ କାମ କରିବା ପରେ ସେ ଢାକାସ୍ଥିତ ଏକ ହୋଟେଲରେ ରୋଷେୟା ଭାବରେ ମଧ୍ୟ କାମ କରିଥିଲେ। କେବଳ ଏତିକି ନୁହେଁ ସେ ଦିଲ୍ଲୀର ଏକ ଦୋକାନରେ କୁନ୍ଦନ ଅଳଙ୍କାର ମଧ୍ୟ ବିକ୍ରି କରିଥିଲେ। ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବା ପୂର୍ବରୁ ସେ ବହୁତ ସଂଘର୍ଷ କରିଥିଲେ।

ଫିଲ୍ମ ଦୁନିଆରେ ପ୍ରବେଶ:

ପରେ ଅକ୍ଷୟ ମୁମ୍ବାଇ ମାର୍ଶଲ ଆର୍ଟ ଟ୍ରେନିଂ ଦେବା ଆରମ୍ଭ କରିଥିଲେ। ଏହି ସମୟରେ ତାଙ୍କର ଜଣେ ଛାତ୍ରଙ୍କ ପିତା ତାଙ୍କୁ ମଡେଲିଂରେ କ୍ୟାରିୟର କରିବାକୁ ପରାମର୍ଶ ଦେଇଥିଲେ। ତାଙ୍କର ପ୍ରଥମ ପୋର୍ଟଫୋଲିଓ ପାଇଁ ଅକ୍ଷୟ କୁମାର ବିନା ତଙ୍କାରେ ୧୮ ମାସ ପର୍ଯ୍ୟନ୍ତ ଫଟୋଗ୍ରାଫର ଜୟେଶ ସେଠ୍‌ଙ୍କ ସହକାରୀ ଭାବରେ କାମ କରିଥିଲେ। ମଡେଲିଂ ସମୟରେ ସେ ଫିଲ୍ମ ପାଇଁ ଅଫର ପାଇବା ମଧ୍ୟ ଆରମ୍ଭ କରିଥିଲେ।

Bollywood Akshay Kumar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ