Advertisment

‘ରାଉଡୀ ରାଠୋର' ସିକ୍ୱେଲ୍‌ରୁ ବାଦ ପଡିଲେ ଅକ୍ଷୟ, କିଏ ହେବେ ନୂଆ ରାଉଡୀ…

ଆସିବ 'ରାଉଡୀ ରାଠୋର'ର ସିକ୍ୱେଲ୍। ଏଥିରେ ଆଙ୍ଗ୍ରୀ ୟଙ୍ଗମ୍ୟାନ୍‌ ଭାବେ ଅକ୍ଷୟ କୁମାରଙ୍କ ବ୍ୟତୀତ ଆଉ କାହାକୁ ବି ଚିନ୍ତା କରାଯାଇ ନପାରେ। କିନ୍ତୁ ନିର୍ମାତା ତାଙ୍କୁ ଏଥିରୁ ବାଦ ଦେଇଛନ୍ତି। ଏଥିରେ ସେ ନୂଆ ଚେହେରାକୁ ନେଇଛନ୍ତି। ହେଲେ କାହିଁକି? ଏହି ନୂଆ ରାଉଡୀ କିଏ?

ଅଦ୍ୟତନ ହୋଇଛି
Akhay Kumar replaced in rowdy rathore sequel

Akhay Kumar replaced in rowdy rathore sequel

Advertisment

ଅକ୍ଷୟ କୁମାରଙ୍କ ଅଭିନୀତ ସୁପରହିଟ୍ ଫିଲ୍ମ 'ରାଉଡୀ ରାଠୋର' ୨୦୧୨ରେ ରେକର୍ଡ ଭଙ୍ଗା ରୋଜଗାର କରିଥିଲା। ଏଥିରେ ଅକ୍ଷୟ ଆଙ୍ଗ୍ରୀ ୟଙ୍ଗମ୍ୟାନ୍‌ ଚରିତ୍ରରେ ଏକ ଭିନ୍ନ ଛାପ ଛାଡିଥିଲେ। ଫିଲ୍ମ ଏତେ ଲୋକପ୍ରିୟ ହେଲା ଯେ ଏହାର ସଂଳାପ- ‘ଡୋଣ୍ଟ୍ ଆଙ୍ଗ୍ରୀ ମି’ ଲୋକଙ୍କ ଜିଭରେ ରହିଗଲା।

Advertisment

ଏହି ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍ଏସ୍‌ ରାଜାମୌଲିଙ୍କ ତାମିଲ ଚଳଚ୍ଚିତ୍ର 'ବିକ୍ରମାର୍କୁଡୁ'ର ରିମେକ୍ ଥିଲା। ଏହି ଚଳଚ୍ଚିତ୍ର ତାଙ୍କର ସ୍ଥିତିକୁ ଆହୁରି ସୁଦୃଢ କରିଥିଲା। ଫିଲ୍ମର ସଫଳତା ଦେଖି ଏହାର ସିକ୍ୱେଲ୍‌କୁ ନେଇ ଗତ କିଛି ମାସ ଧରି ଆଲୋଚନା ହେଉଛି। ବର୍ତ୍ତମାନ ଫିଲ୍ମ ସହ ଜଡିତ ଏକ ବଡ ଅପ୍‌ଡେଟ୍ ସାମ୍ନାକୁ ଆସିଛି।

'ରାଉଡୀ ରାଠୋର' ପ୍ରଭୁ ଦେବଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା ଏବଂ ଏହାର ନିର୍ମାତାରେ ସଞ୍ଜୟ ଲୀଲା ଭନ୍‌ସାଲୀ ସାମିଲ୍ ଥିଲେ। ଏବେ ସଞ୍ଜୟ ଏବଂ ଶବିନା ଖାନ ଏହି ଫିଲ୍ମର ସିକ୍ୱେଲ୍‌ ପ୍ରସ୍ତୁତ କରିବାକୁ ଯାଉଛନ୍ତି। ଅନିସ୍ ବାଜମି ଏହାର ନିର୍ଦ୍ଦେଶନା ଦେବେ। କିନ୍ତୁ ସବୁଠାରୁ ବଡ କଥା ହେଲା ଏଥର ଅକ୍ଷୟ କୁମାରଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିବ ନାହିଁ। ଫିଲ୍ମ 'ବ୍ରଦର୍ସ'ରେ ତାଙ୍କ ଭାଇ ଭୂମିକାରେ ଅଭିନୟ କରିଥିବା ସିଦ୍ଧାର୍ଥ ମଲହୋତ୍ରା ଅକ୍ଷୟ କୁମାରଙ୍କ ସ୍ଥାନ ନେବେ।

Advertisment

'ରାଉଡୀ ରାଠୋର ୨'ର ନିର୍ମାତା ସିଦ୍ଧାର୍ଥ ମଲହୋତ୍ରାଙ୍କ ରାଉଡୀ ଅବତାର ଦେଖାଇବାକୁ ନିଷ୍ପତ୍ତି ନେଇଛନ୍ତି। ଫିଲ୍ମ 'ଆୟାରି' ଏବଂ 'ଶର୍‌ଶାହା'ରେ ସେନା ଅଧିକାରୀ ଭୂମିକାରେ ଅଭିନୟ କରି ସିଦ୍ଧାର୍ଥ ଅନେକ ପ୍ରଶଂସା ସାଉଣ୍ଟିଛନ୍ତି। ଏଥି ସହିତ ସିଦ୍ଧାର୍ଥ ମଧ୍ୟ ରୋହିତ ଶେଟ୍ଟୀଙ୍କ ବହୁ ପ୍ରତୀକ୍ଷିତ ୱେବ୍ ସିରିଜ୍ 'ଇଣ୍ଟିଆନ୍ ପୋଲିସ୍ ଫୋର୍ସ'ରେ ଜଣେ ପୋଲିସ୍ ଭୂମିକାରେ ନଜର ଆସିବେ।

ତେବେ 'ରାଉଡୀ ରାଠୋର'ର ଭୂମିକାରେ ଅଭିନୟ କରିଥିବା ଅକ୍ଷୟ କୁମାରଙ୍କୁ ଛାଡି ଅନ୍ୟ କୌଣସି ଅଭିନେତାଙ୍କ ବିଷୟରେ ଭାବିବା ଅତ୍ୟନ୍ତ କଷ୍ଟକର କାମ। କିନ୍ତୁ କୁହାଯାଉଛି ଯେ ଅକ୍ଷୟ ଫିଲ୍ମର ସିକ୍ୱେଲ୍‌ରେ କାମ କରିବାକୁ ଇଚ୍ଛୁକ ନୁହଁନ୍ତି। ଏଥିସହ ଏହାର ଅନ୍ୟଏକ କାରଣ ହେଉଛି ଅକ୍ଷୟ କୁମାରଙ୍କ ଗତ ବର୍ଷର ୫ଟି ଚଳଚ୍ଚିତ୍ର ବକ୍ସ ଅଫିସରେ ବିଫଳ ହୋଇଛି। ଏନେଇ ତାଙ୍କୁ ମେକର୍ସମାନେ ହୁଏତ ସେମାନଙ୍କ ପ୍ରୋଜେକ୍ଟରେ ନେବାକୁ ଚାହୁଁ ନାହାନ୍ତି।

Advertisment

ଅକ୍ଷୟ କୁମାରଙ୍କ ଶେଷ ସୁପରହିଟ୍ ଫିଲ୍ମ ଥିଲା 'ସୂର୍ଯ୍ୟବଂଶୀ' ଯାହା ବକ୍ସ ଅଫିସରେ ଧୂଆଁଧାର୍ ରୋଜଗାର କରିଥିଲା।​| ଏହା ପରେ 'ବଚ୍ଚନ ପାଣ୍ଡେ', 'ସମ୍ରାଟ ପୃଥ୍ୱୀରାଜ', 'ରକ୍ଷା ବନ୍ଧନ', 'ରାମସେତୁ ଓ 'ସେଲ୍‌ଫି' ପୂରା ଫ୍ଲପ୍ ହୋଇଥିଲା। OTT ରେ ମୁକ୍ତିଲାଭ କରିଥିବା 'କଟପୁରଲି' ମଧ୍ୟ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ପାଇ ନଥିଲା।

Bollywood Akshay Kumar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ