Advertisment

ମୁଁ ନିଜ ପାଇଁ ଏପରି ଜଣେ ସାଥୀ ଚାହୁଁଛି ଯିଏ ମୋତେ ପାଗଳ ଭଳି ଭଲ ପାଉଥିବ; ଐଶ୍ୱର୍ଯ୍ୟା ରାୟ

ଆଜିକାଲି ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କ ଛାଡପତ୍ରକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏହି ଆଲୋଚନା ମଧ୍ୟରେ ଐଶ୍ୱର୍ଯ୍ୟାଙ୍କ ଏକ ସାକ୍ଷାତକାର ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଐଶ୍ୱର୍ଯ୍ୟା କହିଛନ୍ତି ଯେ ସେ କେଉଁଭଳି ସ୍ୱାମୀ ଚାହୁଁଛନ୍ତି।

ଅଦ୍ୟତନ ହୋଇଛି
Aishwarya rai statement is going viral i want a partner who loves me like crazy

Aishwarya rai statement is going viral i want a partner who loves me like crazy

Advertisment

ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଅଭିଷେକ ବଚ୍ଚନଙ୍କୁ ବିବାହ କରିବାର ୧୭ ବର୍ଷ ହୋଇଗଲା। ସେ ୨୦୦୭ ମସିହାରେ ଅଭିଷେକଙ୍କୁ ବିବାହ କରିଥିଲେ। ଅଭିନେତ୍ରୀ ବିବାହ ପରେ ଖୁବ୍ କମ୍ ଫିଲ୍ମରେ ନଜର ଆସନ୍ତି। ଅଭିଷେକ ବଚ୍ଚନଙ୍କ ସହ ବିବାହ ଏବଂ ଆରାଧ୍ୟାଙ୍କ ପ୍ରତିପୋଷଣରେ ଐଶ୍ୱର୍ଯ୍ୟା ବ୍ୟସ୍ତ ରୁହନ୍ତି। ତେବେ ଆଜିକାଲି ସେମାନଙ୍କ ଛାଡପତ୍ରକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।

Advertisment

ତେବେ ଏହି ଛାଡପତ୍ର ଚର୍ଚ୍ଚା ଉପରେ ଅଭିଷେକ ବଚ୍ଚନ କିମ୍ବା ଐଶ୍ୱର୍ଯ୍ୟା ରାୟ ବଚ୍ଚନ କୌଣସି ମନ୍ତବ୍ୟ ଦେଇନାହାଁନ୍ତି। ଉଭୟ କିନ୍ତୁ କେବେ ଏକାଠି ନୁହେଁ ଅଲଗା ଅଲଗା ନଜର ଆସୁଛନ୍ତି। ଏକ ରିପୋର୍ଟରେ କୁହାଯାଇଥିବା ଯେ ଐଶ୍ୱର୍ଯ୍ୟା ବହୁ ପୂର୍ବରୁ ବଚ୍ଚନଙ୍କ ଘରୁ ବାହାରି ଯାଇଛନ୍ତି। ଏହି ଆଲୋଚନା ମଧ୍ୟରେ ଐଶ୍ୱର୍ଯ୍ୟାଙ୍କ ଏକ ସାକ୍ଷାତକାର ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଐଶ୍ୱର୍ଯ୍ୟା କହିଛନ୍ତି ଯେ ସେ କେଉଁଭଳି ସ୍ୱାମୀ ଚାହୁଁଛନ୍ତି।

ଐଶ୍ୱର୍ଯ୍ୟା ନିଜ ପାଇଁ ଏପରି ସାଥୀ ଚାହାଁନ୍ତି:

ଏକ ପୁରୁଣା ସାକ୍ଷାତକାରରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ କହିଛନ୍ତି, “ମୁଁ ନିଜ ପାଇଁ ଜଣେ ଏପରି ସାଥୀ ଚାହୁଁଛି ଯିଏ ମୋତେ ପାଗଳ ଭଳି ଭଲ ପାଉଥିବ କାରଣ ମୋ ପାଖରେ ଅନ୍ୟ କୌଣସି ରାସ୍ତା ନ ଥିବ। ମୁଁ ହୃଦୟରୁ ବହୁତ ରୋମାଣ୍ଟିକ୍, ତେଣୁ ସ୍ୱାଭାବିକ ଭାବରେ ମୋର ସାଥୀ ମଧ୍ୟ ରୋମାନ୍ସ କଳାରେ ପାରଙ୍ଗମ ହେବା ଉଚିତ। ଫ୍ଲର୍ଟିଂ ନୁହେଁ ବରଂ ରୋମାନ୍ସ ଏବଂ ଏହା ମଧ୍ୟରେ ବହୁତ ପାର୍ଥକ୍ୟ ଅଛି। ମତେ ଗରିମା ପସନ୍ଦ। ଏହା ଏମିତି ଏକ ଦୁନିଆ ଯେଉଁଠି ସବୁକିଛି ଲୋକଦେଖାଣିଆ।”

Advertisment

ଅଭିନେତ୍ରୀ ଅନନ୍ତ ଅମ୍ବାନୀଙ୍କ ବିବାହକୁ ଏକାକୀ ଆସିଥିଲେ:

ନିକଟରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଅମ୍ବାନୀ ପରିବାରର ସାନପୁଅ ଅନନ୍ତ ଅମ୍ବାନୀଙ୍କ ବିବାହରେ ଝିଅ ଆରାଧ୍ୟାଙ୍କ ସହିତ ଯୋଗ ଦେଇଥିଲେ। ଏହି ସମୟରେ କିନ୍ତୁ ତାଙ୍କ ସ୍ୱାମୀ ଅଭିଷେକ ବଚ୍ଚନ ତାଙ୍କ ପରିବାର ସହିତ ଆସିଥିଲେ।

ସେହିପରି ଗଣେଶ ଦର୍ଶନ ପାଇଁ ଐଶ୍ୱର୍ଯ୍ୟା ତାଙ୍କ ଝିଅ ଆରାଧ୍ୟା ଏବଂ ମା’ଙ୍କ ସହ ଆସିଥିଲେ। ସେବେଠାରୁ ସେମାନଙ୍କ ଛାଡପତ୍ର ଖବର ଉପରେ ଆଲୋଚନା ଆହୁରି ବଢିଯାଇଛି।

Advertisment

ଦୁବାଇରେ ଐଶ୍ୱର୍ଯ୍ୟା ରାୟ:

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଅନେକ ଇଭେଣ୍ଟରେ ନଜର ଆସିଛନ୍ତି। ନିକଟରେ ସେ SIMAA ପୁରସ୍କାର କାର୍ଯ୍ୟ ପାଇଁ ଦୁବାଇରେ ପହଞ୍ଚିଥିଲେ। ଐଶ୍ୱର୍ଯ୍ୟାଙ୍କୁ ଶେଷ ଥର ‘ପୋନିୟିନ୍ ସେଲଭନ’ରେ ଦେଖିବାକୁ ମିଳିଥିଲା। ସେହିପରି ‘ହାଉସ୍‌ଫୁଲ୍‌ ୫’ ପାଇଁ ଅଭିଷେକ ମଧ୍ୟ ଲଣ୍ଡନ ଯାଉଛନ୍ତି। ସେଠାରେରେ ରିତେଶ ଦେଶମୁଖ ଏବଂ ଅକ୍ଷୟ କୁମାରଙ୍କ ସହ ସୁଟିଂ କରାଯିବ।

Bollywood Aishwarya Rai Bachchan Abhisek Bachchan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ