Advertisment

ଐଶ୍ୱର୍ଯ୍ୟା ରାୟ ଛାଡିଲେ ଅଭିଷେକ ବଚ୍ଚନଙ୍କ ବଙ୍ଗଳା; ହେବ କି ଛାଡପତ୍ର!

ନିକଟରେ ଐଶ୍ୱର୍ଯ୍ୟା ରାୟ ଏବଂ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ପରସ୍ପରକୁ ଅନଫଲୋ କରିବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏବେ ଐଶ୍ୱର୍ଯ୍ୟା ରାୟ ଅଭିଷେକ ବଚ୍ଚନଙ୍କ ବଙ୍ଗଳା ଅର୍ଥାତ୍ 'ଜଲସା' ଛାଡିଛନ୍ତି। ଏହାପରେ ସେମାନଙ୍କ ଛାଡପତ୍ର ଗୁଜବ ଜୋର ଧରିଛି।

aishwarya rai leaves house of amitabh

aishwarya rai leaves house of amitabh

Advertisment

ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଦୀର୍ଘ ଦିନ ହେଲା ଆଲୋଚନାରେ ରହିଆସିଛନ୍ତି। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଏହି ଲୋକପ୍ରିୟ ଦମ୍ପତିଙ୍କ ମଧ୍ୟରେ କିଛି ଠିକ୍‌ଠାକ୍ ନ ଥିବା ଭଳି ଲାଗେ। ସମ୍ପ୍ରତି ଐଶ୍ୱର୍ଯ୍ୟା ରାୟ ଏବଂ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ପରସ୍ପରକୁ ଅନଫଲୋ କରିବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଥିଲା। ଏହାପରେ ଏହି ଗୁଜବ ଜୋର ଧରିଛି।

Advertisment

ଏହାରି ଭିତରେ ଏକ ରିପୋର୍ଟ ଆସିଛି ଯେ, ଐଶ୍ୱର୍ଯ୍ୟା ରାୟ ଏବେ ଅଭିଷେକ ବଚ୍ଚନଙ୍କ ବଙ୍ଗଳା ଅର୍ଥାତ୍ 'ଜଲସା' ଛାଡିଛନ୍ତି। ଏହି ରିପୋର୍ଟ ଆସିବା ପରେ ମାତ୍ରେ ଇଣ୍ଟରନେଟ୍ ଦୁନିଆରେ ଆଲୋଡ଼ନ ସୃଷ୍ଟି ହୋଇଯାଇଛି। ପ୍ରକାଶଥାଉ ଯେ ବଲିଉଡର 'ମେଗାଷ୍ଟାର' ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ଏବଂ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଏପ୍ରିଲ ୨୦୦୭ରେ ବିବାହ କରିଥିଲେ।

ଗଣମାଧ୍ୟମ ତଥା ସୋସିଆଲ ମିଡିଆରେ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ଛାଡପତ୍ର ହେବାର ଖବର ମଧ୍ୟ ରହିଛି। ବର୍ତ୍ତମାନ ଏକ ଖବର ଆସିଛି ଯେ ଉଭୟ କେବଳ ଝିଅ ଆରାଧ୍ୟାଙ୍କ କାରଣରୁ ଏକାଠି ରହୁଥିଲେ। ଏହି ଖବରରେ ଏହା ମଧ୍ୟ କୁହାଯାଇଛି ଯେ ଗତ କିଛି ବର୍ଷ ହେଲା ଉଭୟ ନିଜ ସମ୍ପର୍କକୁ ନେଇ ସଂଘର୍ଷ କରିଆସୁଥିଲେ। ପରିସ୍ଥିତି ବର୍ତ୍ତମାନ ଏକ ଗୁରୁତର ସ୍ତରରେ ପହଞ୍ଚିଛି।

Advertisment

ଏହି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଗତ କିଛି ବର୍ଷ ଧରି ଐଶ୍ୱର୍ଯ୍ୟା ରାୟ ଏବଂ ତାଙ୍କ ଶାଶୁ ଜୟା ବଚ୍ଚନଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା ନାହିଁ, ଏପରିକି ଦୁହେଁ ପରସ୍ପରଙ୍କ ଉପସ୍ଥିତିକୁ ମଧ୍ୟ ପସନ୍ଦ କରନ୍ତି ନାହିଁ। ଯେଉଁଠାରେ ଅଭିଷେକ ବଚ୍ଚନ ଶାଶୁ ଏବଂ ବୋହୂ ମଧ୍ୟରେ ଚାଲିଥିବା ଏହି ଯୁଦ୍ଧରେ ଫସି ଯାଇଛନ୍ତି।

ରିପୋର୍ଟରେ କୁହାଯାଇଛି ଯେ ଅଭିଷେକ ବଚ୍ଚନ ତାଙ୍କ ବାପାମାଆଙ୍କ ପ୍ରତି ବିଶ୍ୱସ୍ତତା ଏବଂ ତାଙ୍କ ପତ୍ନୀ ଏବଂ ଝିଅ ପ୍ରତି ଥିବା କର୍ତ୍ତବ୍ୟ ମଧ୍ୟରେ ଠିଆହୋଇଛନ୍ତି। ଏହାର ଗୋଟିଏ କାରଣ ମଧ୍ୟ କୁହାଯାଏ ଯେ ଅମିତାଭ ବଚ୍ଚନ ତାଙ୍କ ବଙ୍ଗଳା 'ଜଲସା'କୁ ତାଙ୍କ ଝିଅ ଶ୍ୱେତାଙ୍କୁ ଦେଇଦେଇଛନ୍ତି।

Advertisment

ନିକଟରେ ଦେଖାଯାଇଥିଲା ଯେ ତାଙ୍କ ଜନ୍ମଦିନରେ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟା କେକ୍ କାଟୁଥିବା ଦେଖିବାକୁ ମିଳିଥିଲା, କିନ୍ତୁ ସେଠାରେ ବଚ୍ଚନ ପରିବାରର ଅନ୍ୟ କୌଣସି ସଦସ୍ୟଙ୍କୁ ଦେଖିବାକୁ ମିଳି ନ ଥିଲା। ସେହିପରି ଯେତେବେଳେ ଐଶ୍ୱର୍ଯ୍ୟା ରାୟ ତାଙ୍କ ଶ୍ୱଶୁର ଅମିତାଭଙ୍କୁ ତାଙ୍କର ୮୧ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିଲେ, ସେତେବେଳେ ସେ ପରିବାରର କେତେକ ସଦସ୍ୟଙ୍କୁ ଫଟୋରୁ କାଟି କାଟି ଦେଇଥିଲେ।

ଅନ୍ୟପକ୍ଷରେ ଏଶ୍ୱର୍ଯ୍ୟା ରାୟ ବଚ୍ଚନ ଫିଲ୍ମ 'ଦି ଆର୍ଚିଜ୍'ର ପ୍ରିମିୟର୍‌ରେ ପରିବାର ସହ ନଜର ଆସିଥିଲେ। ଏଥିରୁ ସେମାନଙ୍କୁ ନେଇ ଚାଲିଥିବା ଏହି ଛାଡପତ୍ର ଗୁଜବକୁ ଅନିଶ୍ଚିତତା ରହିଛି। ସେତେବେଳେ ଏହା ନିଶ୍ଚିତ ହେବ ଯେତେବେଳେ ବଚ୍ଚନ ପରିବାରର କେହି ଜଣେ ଏହା ଉପରେ ବିବୃତ୍ତି ଦେବେ।

Amitabh Bachchan Bollywood Abhishek Bachchan Aishwarya Rai Bachchan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ