After jawan release vijay deverakonda and Samantha ruth prabhu movie face great loss
ବକ୍ସ ଅଫିସରେ ‘ଜବାନ’ର ସୁନାମି ଜାରି ରହିଛି। ଶାହରୁଖ ଖାନଙ୍କ ଏହି ଚଳଚ୍ଚିତ୍ର ରିଲିଜ୍ ହେବା ମାତ୍ରେ ସମସ୍ତଙ୍କ ହୃଦୟ କିଣି ନେଇଛି। କେବଳ ଏତିକି ନୁହେଁ ‘ଜବାନ’ ମଧ୍ୟ ରୋଜଗାର କ୍ଷେତ୍ରରେ ଇତିହାସ ସୃଷ୍ଟି କରିଛି। ଏହା ଭାରତୀୟ ସିନେମାର ସର୍ବୋଚ୍ଚ ଓପେନିଂ ଚଳଚ୍ଚିତ୍ର ହୋଇପାରିଛି।
ପ୍ରଥମ ଦିନରେ ବକ୍ସ ଅଫିସରେ ‘ଜବାନ’ର ଏପରି ସୁନାମି ଆସିଛି ଯେ ଯେଉଁଥିରେ କେବଳ ଅନେକ ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗି ନାହିଁ, ବରଂ ଏହା ରିଲିଜ୍ ହେବା ମାତ୍ରେ କେତେକ ଫିଲ୍ମ ପାଇଁ କାଳ ହୋଇଛି। ଶାହରୁଖ ଖାନଙ୍କ ଏହି ଚଳଚ୍ଚିତ୍ରର ସୁନାମିରେ ସାଉଥ୍ ସୁପରଷ୍ଟାରଙ୍କ ଷ୍ଟାର୍ଡମ୍ ଧୋଇ ହୋଇଯାଇଛି।
ଶାହରୁଖଙ୍କ ପାଇଁ ଯେଉଁ ସାଉଥ୍ ଅଭିନେତା କ୍ଷତିରେ ପଡିଛନ୍ତି ସେ ହେଲେ ସୁପର୍ଷ୍ଟାର୍ ବିଜୟ ଦେବରକୋଣ୍ଡା। ଆଜିକାଲି ବିଜୟ ଦେବରକୋଣ୍ଡା ତାଙ୍କ ଫିଲ୍ମ ‘ଖୁସୀ’ କୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଫିଲ୍ମ ଗତ ସପ୍ତାହରେ ମୁକ୍ତିଲାଭ କରିଥିଲା। ଚଳଚ୍ଚିତ୍ରଟି ଧୀରେ ଧୀରେ ଭଲ ରୋଜଗାର ମଧ୍ୟ କରୁଥିଲା, କିନ୍ତୁ ‘ଜବାନ’ ରିଲିଜ୍ ହେଉ ହେଉ ବିଜୟ ଦେବରକୋଣ୍ଡାଙ୍କ ଏହି ଫିଲ୍ମ କ୍ଷତିଗ୍ରସ୍ତ ହୋଇଛି।
ବାଣିଜ୍ୟ ବିଶ୍ଳେଷକ ମନୋବାଲା ବିଜୟବାଲନଙ୍କ ଅନୁଯାୟୀ ବିଜୟ ଦେବରକୋଣ୍ଡା ଏବଂ ସମନ୍ଥା ରୁଥ୍ ପ୍ରଭାସଙ୍କ ଫିଲ୍ମ ‘ଖୁସୀ’ ଶାହରୁଖଙ୍କ ଫିଲ୍ମ ‘ଜବାନ’ର ରିଲିଜ୍ ହେଉ ହେଉ ୧୨ କୋଟି ଟଙ୍କାର କ୍ଷତିରେ ପଡିଯାଇଛି। ସବୁଠାରୁ ବଡ କଥା ହେଉଛି ବିଜୟ ଦେବରକୋଣ୍ଡା ଗତ ପାଞ୍ଚ ବର୍ଷ ହେଲା ଏକ ହିଟ୍ ଫିଲ୍ମ ଦେବାକୁ ବ୍ୟାକୁଳ ହେଉଛନ୍ତି।
ଦେଖିବାକୁ ଗଲେ ଫିଲ୍ମ ‘ଖୁସୀର’ ଓପନିଂ ଭଲ ଥିଲା। ଏହା ପରେ ନିର୍ମାତା ନିଶ୍ଚିତ ହୋଇଯାଇଥିଲେ ଯେ ଏହି ଫିଲ୍ମଟି ଭଲ ରୋଜଗାର କରିବ। କିନ୍ତୁ ଦୁଃଖର କଥା ଯେ ‘ଖୁସୀ’ ଏକ ସପ୍ତାହ ମଧ୍ୟରେ କ୍ଷତିରେ ପଡିଗଲା। ବିଜୟ ଦେବରକୋଣ୍ଡା ଏହି ସଫଳତାକୁ ପାଞ୍ଚ ବର୍ଷ ଅପେକ୍ଷା କରିଥିଲେ। ସେ ଏହି ଚଳଚ୍ଚିତ୍ରର ପ୍ରମୋସନରେ ପାଇଁ ବହୁତ କିଛି କରିଥିଲେ।
ଏହି ଫିଲ୍ମର ପ୍ରମୋସନ ପାଇଁ ସେ ‘ତେଲୁଗୁ ବିଗ୍ ବସ୍’ ର ସିଜନ ୭କୁ ମଧ୍ୟ ଆସିଥିଲେ। ଏହି ଫିଲ୍ମରେ ବିଜୟ ଦେବରକୋଣ୍ଡା ଓ ସମନ୍ଥା ରୁଥ୍ଙ୍କ କେମେଷ୍ଟ୍ରୀ ଦେଖିବାକୁ ମିଳେ। ସମନ୍ଥା ରୁଥ୍ ପୂର୍ବରୁ ‘ଶକୁନ୍ତଲମ’ରେ ଅଭିନୟ କରିଥିବାବେଳେ ବିଜୟ ଦେବରକୋଣ୍ଡା ‘ଲାଇଗର’ ସହ ବଲିଉଡରେ ଡେବ୍ୟୁ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694177802.jpg)