Advertisment

ଯିଏ କହିବ ତାକୁ ବାହାହେବି; ଅରବାଜ୍ ଖାନଙ୍କ ଦ୍ୱିତୀୟ ବିବାହ ପରେ ଏମିତି କହିଲେ ମଲାଇକା

ମଲାଇକା ଅରୋରାଙ୍କ ପୂର୍ବତନ ସ୍ୱାମୀ ଅରବାଜ୍ ଖାନଙ୍କ ନିକଟରେ ଦ୍ୱିତୀୟ ବିବାହ ହୋଇଯାଇଛି। ଏହା ପରେ ମଲାଇକା ମଧ୍ୟ ବିବାହର ପ୍ରସ୍ତୁତି କରୁଥିବା ଖବର ସାମ୍ନାକୁ ଆସିଛି। ତେବେ ସେ କାହାକୁ ବିବାହ କରିବେ, ତାକୁ ନେଇ ଏମିତି ପ୍ରତିକ୍ରିୟା ଦେଇଛନ୍ତି।

ଅଦ୍ୟତନ ହୋଇଛି
After arbaaz khan marriage malaika arora ready for wedding with any perosn

After arbaaz khan marriage malaika arora ready for wedding with any perosn

Advertisment

ବଲିଉଡ୍‌ର ମଡେଲ୍ ହୀରୋଇନ୍‌ ମଲାଇକା ଅରୋରାଙ୍କ ପୂର୍ବତନ ସ୍ୱାମୀ ଅରବାଜ୍ ଖାନଙ୍କ ନିକଟରେ ଦ୍ୱିତୀୟ ବିବାହ ହୋଇଯାଇଛି। ଏହା ପରେ ମଲାଇକା ମଧ୍ୟ ବିବାହର ପ୍ରସ୍ତୁତି କରୁଥିବା ଖବର ସାମ୍ନାକୁ ଆସିଛି। ତେବେ ମଲାଇକା ଅରୋରା ଏବଂ ଅର୍ଜୁନ କପୁରଙ୍କ ଭିତରେ ଥିବା ପ୍ରେମ ସଂପର୍କ ଭାଙ୍ଗିଯାଇଛି କି?

Advertisment

ପୂର୍ବରୁ ମଲାଇକା ଡ୍ୟାନ୍ସ ରିୟଲିଟି ଶୋ’ 'ଝଲକ ଦିଖ୍‌ଲା ଜା'ରେ ଅର୍ଜୁନଙ୍କ ସହ ବ୍ରେକଅପ୍ ହେବାର ଝଲକ ଦେଇଥିଲେ। ମଲାଇକା ଏହି ଶୋ’ରେ ଫରାହ ଖାନଙ୍କ ସହ ଜଜ୍ ଅଛନ୍ତି। ନିକଟରେ ଶୋ’ର ଏକ ନୂଆ ପ୍ରମୋ ରିଲିଜ୍ ହୋଇଥିଲା। ଭିଡିଓରେ ଏହା ଦେଖିବାକୁ ମିଳିଥିଲା ଯେ ଫରାହ ତାଙ୍କ ବିବାହ ଯୋଜନା ବିଷୟରେ ମଲାଇକାଙ୍କୁ ପଚାରିଥିଲେ।

ସେ ଯେପରି ଉତ୍ତର ଦେଇଥିଲେ, ଲାଗୁଥିଲା ଯେ ସେ ବର୍ତ୍ତମାନ ସିଙ୍ଗଲ ଅଛନ୍ତି ଏବଂ ଅନ୍ୟ କାହାକୁ ବିବାହ କରିବାକୁ ଚାହୁଁଛନ୍ତି। ତେବେ ମଲାଇକାଙ୍କ ଏଭଳି ପ୍ରତିକ୍ରିୟା ତାଙ୍କର ପୂର୍ବତନ ସ୍ୱାମୀ ଅରବାଜ ଖାନଙ୍କ ଦ୍ୱିତୀୟ ବିବାହ ପରେ ଆସିଛି।

Advertisment

ନିକଟରେ ଅରବାଜ ଖାନ ମେକ୍‌ଅପ୍ କଳାକାର ଶୁରା ଖାନଙ୍କୁ ବିବାହ କରିଛନ୍ତି। ଏହା ଦେଖିବାକୁ ମିଳେ ଯେ ଫରାହ ଖାନ ‘ଝଲକ ଦିଖ୍‌ଲା ଜା’ର ପ୍ରୋମୋ ଭିଡିଓରେ ମଲାଇକା ଆରୋରାଙ୍କୁ ପଚାରୁଛନ୍ତି, “୨୦୨୪ ମସିହାରେ, ଆପଣ କ’ଣ ସିଙ୍ଗଲ ପ୍ୟାରେଣ୍ଟ୍ କମ ଆକ୍ଟ୍ରେସ୍‌ରୁ ଡବଲ ପ୍ୟାରେଣ୍ଟ କମ ଆକ୍ଟ୍ରେସ୍‌ ହେବେ କି?” ଏହି ପ୍ରଶ୍ନରେ ମଲାଇକା ଦ୍ୱନ୍ଦ୍ୱରେ ପଡ଼ିଯାଆନ୍ତି। ଏବଂ ଏହାର ଉତ୍ତରରେ ସେ କୁହନ୍ତି, “ମୁଁ କ’ଣ କାହାକୁ କୋଳେଇ ନେବି କି? ଏହାର ମାନେ କ’ଣ?”

ମଲାଇକା ଆରୋରାଙ୍କ ଏହି ପ୍ରତିକ୍ରିୟାରେ ଗୌହର ଖାନ ତୁରନ୍ତ ପ୍ରତିକ୍ରିୟା ଦେଇ କୁହନ୍ତି ଯେ "ଏହାର ମାନେ ହେଉଛି ଆପଣ ବିବାହ କରିବାକୁ ଯାଉଛନ୍ତି କି?" ଏହାର ଉତ୍ତରରେ ମଲାଇକା କାହାକୁ ବି ବିବାହ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ମଲାଇକା କହିଛନ୍ତି, “ଯଦି କେହି ଅଛନ୍ତି, ମୁଁ ତାଙ୍କୁ ଶତ ପ୍ରତିଶତ ବିବାହ କରିବି।”

Advertisment

ଏହାପରେ ଫର୍‌ହା ଖାନ ଆଶ୍ୱାସନା ଦେଇ କୁହନ୍ତି, “କେହି ନାହାଁନ୍ତି, ଅନେକ ଅଛନ୍ତି।” ମଲାଇକା ପୁଣି କୁହନ୍ତୁ, “ମୋର କହିବା କଥା କେହି ଅଛନ୍ତି ମାନେ ଯଦି କେହି ବିବାହ ପାଇଁ କୁହନ୍ତି ତେବେ ମୁଁ ତାହା କରିବି।” ଫରାହ ତାଙ୍କୁ ପୁଣି ପଚାରନ୍ତି, “ଯେକେହି ବି କହିବ, ଆପଣ ବିବାହ କରିନେବେ?” ମଲାଇକା କୁହନ୍ତି 'ହଁ'। ଏହା ପରେ ସେ ଲାଜେଇଯାଇଛନ୍ତି। ତାଙ୍କର ଏଭଳି କଥାବାର୍ତ୍ତାରୁ ଜଣାଯାଉଛି ​​ଯେ ସେ ଏବଂ ଅର୍ଜୁନ କପୁର ଆଉ ସମ୍ପର୍କରେ ନାହାଁନ୍ତି।

ମଲାଇକା ଅରୋରା ଏବଂ ଅର୍ଜୁନ କପୁର ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ୍‌ କରୁଥିଲେ। ୨୦୧୯ରେ ଉଭୟେ ସର୍ବସାଧାରଣରେ ସେମାନଙ୍କର ସମ୍ପର୍କକୁ ଘୋଷଣା କରିଥିଲେ। ସେବେଠାରୁ ଉଭୟେ ଅନେକ ସମୟରେ ଅନେକ ସ୍ଥାନରେ ଏକାଠି ନଜର ଆସିଥିଲେ। ତେବେ ଚଳିତ ବର୍ଷ ଆରମ୍ଭରୁ ସେମାନଙ୍କ ବିଚ୍ଛେଦ ହେବା ଖବର ମଧ୍ୟ ଚର୍ଚ୍ଚାକୁ ଆସିଥିଲା।

Bollywood Arjun Kapoor Malaika Arora Arbaaz Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ