Advertisment

ସିଦ୍ଧାର୍ଥଙ୍କ ଦେହାନ୍ତ ଖବର ଶୁଣି ଭାଙ୍ଗି ପଡ଼ିଲେ ଶେହନାଜ୍, ଅଧାରୁ ଶୁଟିଂ ଛାଡ଼ିଲେ

ସିଦ୍ଧାର୍ଥଙ୍କ ଦେହାନ୍ତ ଖବର ପାଇ ବିଗ୍ ବସ୍-୧୩ରେ ତାଙ୍କ ସହପ୍ରତିଯୋଗୀ ଥିବା ଶେହନାଜ୍ ଗିଲ୍ ଭାଙ୍ଗି ପଡ଼ିଛନ୍ତି। ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ପାଇ ଶେହନାଜ୍ ଅଧାରୁ ଶୁଟିଂ ଛାଡ଼ି ଦେଇଛନ୍ତି।

Sidharth Shukla And Shehnaaz Gill

Sidharth Shukla And Shehnaaz Gill

Advertisment

ମୁମ୍ବାଇ: ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଦେହାନ୍ତ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ହଠାତ୍‌ ସିଦ୍ଧାର୍ଥଙ୍କ ମୃତ୍ୟୁ ଖବରକୁ ନେଇ ବଲିଉଡ୍‌ ଓ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। ହୃଦ୍‌ଘାତ କାରଣରୁ ସିଦ୍ଧାର୍ଥଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୁମ୍ବାଇର କୁପର ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

Advertisment

ସିଦ୍ଧାର୍ଥଙ୍କ ଦେହାନ୍ତ ଖବର ପାଇ ବିଗ୍ ବସ୍-୧୩ରେ ତାଙ୍କ ସହପ୍ରତିଯୋଗୀ ଥିବା ଶହନାଜ୍ ଗିଲ୍ ଭାଙ୍ଗି ପଡ଼ିଛନ୍ତି। ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ପାଇ ଶେହନାଜ୍ ଅଧାରୁ ଶୁଟିଂ ଛାଡ଼ି ଦେଇଛନ୍ତି। ଅଭିନେତ୍ରୀ ଶେହନାଜ୍ ଗିଲ୍‌ଙ୍କ ସହ ସିଦ୍ଧାର୍ଥଙ୍କର ଆଫାୟର୍ସ ଚାଲିଥିବା ନେଇ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ଚାଲିଥିଲା। ଉଭୟ ଅନେକ ମ୍ୟୁଜିକ୍‌ ଭିଡିଓରେ ମଧ୍ୟ ନଜର ଆସିଥିଲେ। ହେଲେ କେହିବି ସେମାନଙ୍କର ରିଲେସନଶିପ୍‌କୁ ନେଇ କିଛି ଖୁଲାସା କରି ନଥିଲେ। 

ଏକ ସାକ୍ଷାତକାରରେ ବିଗ୍‌ ବସ୍‌ ଫେମ୍‌ ଶେହନାଜ୍ ଗିଲ୍ କହିଥିଲେ, ‘ସିଦ୍ଧାର୍ଥଙ୍କ ସହ ମୋ ସମ୍ପର୍କ କିଛି ଅଲଗା। ସେ ମୋ ପରିବାରର ଜଣେ ସଦସ୍ୟଙ୍କ ଭଳି।’  ସିଦ୍ଧାର୍ଥଙ୍କ ସହ ଶେହନାଜଙ୍କ କେମିଷ୍ଟ୍ରୀକୁ ଫ୍ୟାନ୍ ଖୁବ୍ ପସନ୍ଦ କରନ୍ତି। 

Advertisment

ଏବେ ସିଦ୍ଧାର୍ଥଙ୍କ ଇନ୍‌ଷ୍ଟାଗ୍ରାମର ଶେଷ ପୋଷ୍ଟ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। ଶେଷଥର ପାଇଁ ସେ ଅଗଷ୍ଟ ୨୪ରେ ଏକ ପୋଷ୍ଟ କରିଥିଲେ। ଏଥିରେ ସେ ନିଜର ଏକ ଫଟୋ ଶେଆର କରିବା ସହ ଫ୍ରଣ୍ଟ୍‌ଲାଇନ୍‌ ୱର୍କର୍ସଙ୍କୁ ଧନ୍ୟବାଦ ଜଣାଇଥିଲେ। 

Advertisment
Sidharth Shukla Shehnaaz Gill Sidharth Shukla Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ