Advertisment

‘ଆଦିପୁରୁଷ’ ଟିଜର୍‌କୁ ନେଇ ବିବାଦ, ମୁହଁ ଖୋଲିଲେ ରାମାୟଣ ସିରିଏଲ୍‌ର ଅଭିନେତା...

‘ଆଦିପୁରୁଷ’ ଟିଜର୍‌କୁ ନେଇ ସାରା ଦେଶରେ ଅସନ୍ତୋଷ ପ୍ରକାଶ ପାଇଛି। ଏସବୁ ଭିତରେ ଘଟଣାକୁ ନେଇ ପ୍ରସିଦ୍ଧ ରାମାୟଣ ସିରିଏଲ୍‌ର ଅଭିନେତା ଅରୁଣ ଗୋଭିଲ୍ ପ୍ରତିକ୍ରିୟା ରଖିଛନ୍ତି।

ଅଦ୍ୟତନ ହୋଇଛି
Adipurush teaser controversy

Adipurush teaser controversy

Advertisment

‘ଆଦିପୁରୁଷ’ ଟିଜର୍‌କୁ ନେଇ ସାରା ଦେଶରେ ଅସନ୍ତୋଷ ପ୍ରକାଶ ପାଇଛି। ଏସବୁ ଭିତରେ ଘଟଣାକୁ ନେଇ ପ୍ରସିଦ୍ଧ ରାମାୟଣ ସିରିଏଲ୍‌ର ଅଭିନେତା ଅରୁଣ ଗୋଭିଲ୍ ପ୍ରତିକ୍ରିୟା ରଖିଛନ୍ତି।ସିନେମା ନିର୍ଦ୍ଦେଶକ ଓ ଲେଖକଙ୍କ ନାଁ ନନେଇ ପରୋକରେ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଲୋକଙ୍କ ଧାର୍ମିକ, ସାସ୍କୃତିକ ଏବଂ ପରମ୍ପରାରେ କୌଣସି ନୂତନତ୍ୱର ଆବଶ୍ୟକତା ନାହିଁ। ଯାହା ସତ ତାହା ଆଗାମୀ ପିଢ଼ିକୁ ଦେଖାଇବା ଆମ ସମସ୍ତଙ୍କ କର୍ତ୍ତବ୍ୟ ବୋଲି ଅରୁଣ ଗୋଭିଲ୍ କହିଛନ୍ତି।

Advertisment

ଅରୁଣ ଗୋଭିଲ୍ ଆହୁରି କହିଛନ୍ତି ଯେ, ୫୦୦ ବର୍ଷର ସଂଘର୍ଷ ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେଉଛି। ନିଜ ସତ୍ତା ଓ ପୌରାଣିକ ବିଷୟବସ୍ତୁକୁ ମନେ ରଖି ହେଉଛି ଶ୍ରୀରାମ ମନ୍ଦିର। ତେଣୁ ଏଥିପ୍ରତି ଆମକୁ ଯତ୍ନବାନ ହେବାକୁ ପଡ଼ିବ। ଖାଲି ଏତିକି ନୁହେଁ ଗତ କିଛି ବର୍ଷ ଧରି ସନାତନ ଧର୍ମକୁ ଆକ୍ଷେପ କରି ବିଭିନ୍ନ ସିନେମା, ଚିତ୍ର ପ୍ରଦର୍ଶନ କରାଯାଉଛି। ଏହାକୁ ତ୍ରୀବ ସମାଲୋଚନା କରିବା ସହ ସନାତନ ଧର୍ମକୁ ବିକୃତ କରିବା ଅଧିକାର କିଏ ଦେଲା ବୋଲି ରାମାୟଣରେ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ୍ ପ୍ରଶ୍ନ କରିଛନ୍ତି। କ୍ରିଏଟିଭ୍ ଲିବର୍ଟି ନାଁରେ ସନାତନ ଧର୍ମକୁ ବିକୃତ ପ୍ରଦର୍ଶନ କରିବା ବନ୍ଦ ହେଉ ବୋଲି ସେ ଦୋହରାଇଛନ୍ତି।

ନିକଟରେ ରିଲିଜ୍ ହୋଇଥିବା ହିନ୍ଦୀ ଫିଲ୍ମ ‘ଆଦିପୁରୁଷ’ର ଟିଜର୍‌କୁ ନେଇ ପ୍ରବଳ ବିରୋଧ ଦେଖା ଦେଇଛି। ଏଥିରେ ଶ୍ରୀରାମ, ରାବଣ, ହନୁମାନଙ୍କ ଚରିତ୍ର ଚିତ୍ରଣରେ ଅନେକ ଆପତ୍ତି ରହିଛି। ଶ୍ରୀରାମଙ୍କୁ ଜୋତା ପିନ୍ଧାଇବା, ରାବଣର ଲୁକ୍, ହନୁମାନ ଚମଡ଼ା ବେଲ୍ଟ ପରିଧାନ କରିବା ଏବଂ ସୀତାଙ୍କ ସହ ରାମଙ୍କ ଡୁଏଟ୍ ଗୀତ ଭଳି ଦୃଶ୍ୟ ଲୋକଙ୍କୁ ବ୍ୟଥିତ କରିଛି।

Advertisment

ରାମାୟଣର ଚରିତ୍ରକୁ ନେଇ ପ୍ରସ୍ତୁତ ଫିଲ୍ମ 'ଆଦିପୁରୁଷ' ରିଲିଜ ହେବା ପୂର୍ବରୁ ବିବାଦ ଭିତରକୁ ଠେଲି ହେଇଯାଇଛି। ଏହି ଫିଲ୍ମର ଟିଜରରେ ଭଗବାନ ରାମ, ଲକ୍ଷ୍ମଣ ଏବଂ ରାବଣଙ୍କ ଭଳି ଚରିତ୍ରକୁ ନେଇ ବିଶ୍ୱ ହିନ୍ଦୁ ପରିଷଦ ଆପତ୍ତି ରହିଛି। ଫିଲ୍ମ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେବାକୁ ଦିଆଯିବ ନାହିଁ ବୋଲି ପରିଷଦ ଚେତାବନୀ ଦେଇଛି। 'ଆଦିପୁରୁଷ'ର ଟିଜର୍‌ ରିଲିଜ ହେବା ପରେ ଏହି ବିରୋଧ ଆରମ୍ଭ ହୋଇଛି। ରାଜନେତାଙ୍କଠାରୁ ଆରମ୍ଭ କରି ଚଳଚ୍ଚିତ୍ର କଳାକାର ପର୍ଯ୍ୟନ୍ତ ଏହାକୁ ସମାଲୋଚନା କରିଛନ୍ତି। 

Adipurush Adipurush Teaser
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ