Advertisment

'ଆଦିପୁରୁଷ'ରେ ରାମ ରାବଣ ଚରିତ୍ରକୁ ନେଇ ତାତିଲା ବିଶ୍ୱ ହିନ୍ଦୁ ପରିଷଦ

ରିଲିଜ୍ ହୋଇଛି 'ଆଦିପୁରୁଷ'ର ଟିଜର୍। ଏହା ପରଠାରୁ ବିବାଦ ବଢିବାରେ ଲାଗିଛି। ରାମ, ଲକ୍ଷ୍ମଣ ଏବଂ ରାବଣଙ୍କ ଭଳି ଚରିତ୍ରକୁ ନେଇ ବିଶ୍ୱ ହିନ୍ଦୁ ପରିଷଦ ଆପତ୍ତି କରିଛି। ପରିଷଦ ଚେତାବନୀ ଦେଇ ଏମିତି କହିଛି…

Adipurush teaser controversy vhp says hindu values ridiculed

Adipurush teaser controversy vhp says hindu values ridiculed

Advertisment

ରାମାୟଣର ଚରିତ୍ରକୁ ନେଇ ପ୍ରସ୍ତୁତ ଫିଲ୍ମ 'ଆଦିପୁରୁଷ' ରିଲିଜ ହେବା ପୂର୍ବରୁ ବିବାଦ ଭିତରକୁ ଠେଲି ହେଇଯାଇଛି। ଏହି ଫିଲ୍ମର ଟିଜରରେ ଭଗବାନ ରାମ, ଲକ୍ଷ୍ମଣ ଏବଂ ରାବଣଙ୍କ ଭଳି ଚରିତ୍ରକୁ ନେଇ ବିଶ୍ୱ ହିନ୍ଦୁ ପରିଷଦ ଆପତ୍ତି କରିଛି। ଫିଲ୍ମ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେବାକୁ ଦିଆଯିବ ନାହିଁ ବୋଲି ପରିଷଦ ଚେତାବନୀ ଦେଇଛି।

Advertisment

ଉତ୍ତରପ୍ରଦେଶର ସମ୍ୱାଲରେ ବିଶ୍ୱ ହିନ୍ଦୁ ପରିଷଦର ବିଭାଗ ପ୍ରଚାର ମୁଖ୍ୟ ଅଜୟ ଶର୍ମା ବୁଧବାର ସାମ୍ବାଦିକମାନଙ୍କ ସହ ଆଲୋଚନା କରୁଥିବାବେଳେ ଅଭିଯୋଗ କରିଛନ୍ତି ଯେ କେବଳ ପ୍ରଭୁ ରାମ ନୁହଁନ୍ତି, ରାବଣ ଏବଂ ଲକ୍ଷ୍ମଣଙ୍କୁ ମଧ୍ୟ 'ଆଦିପୁରୁଷ' ଫିଲ୍ମରେ ଭୁଲ ଭାବେ ଚିତ୍ରିତ କରାଯାଇଛି, ଯାହା ହିନ୍ଦୁ ଧର୍ମକୁ ଉପହାସ କରୁଛି।

ସେ ଦାବି କରିଛନ୍ତି ଯେ ଏହି ଫିଲ୍ମରେ ରାବଣକୁ ଯେଉଁଭଳି ଭାବରେ ଚିତ୍ରିତ କରାଯାଇଛି ତାହା ରାମାୟଣ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ଶାସ୍ତ୍ର ଅନୁଯାୟୀ ନୁହେଁ। ଅଜୟ ଶର୍ମା କହିଛନ୍ତି ଯେ ବିଶ୍ୱ ହିନ୍ଦୁ ପରିଷଦ ଏହି ଫିଲ୍ମକୁ ନିଜ ସାଧୁସନ୍ଥଙ୍କ ନେତୃତ୍ୱରେ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେବାକୁ ଦେବ ନାହିଁ। ପରିଷଦ ଫିଲ୍ମକୁ ରୋକିବାକୁ ଚେଷ୍ଟା କରିବ।

Advertisment

ସମ୍ୱଲରେ ବିଶ୍ୱ ହିନ୍ଦୁ ପରିଷଦର ବିଭାଗ ପ୍ରଚାର ମୁଖ୍ୟ ଅଜୟ ଶର୍ମା ଫିଲ୍ମ ସେନ୍ସର ବୋର୍ଡ ଉପରେ ପ୍ରଶ୍ନ ଉଠାଇ ଅଭିଯୋଗ କରିଛନ୍ତି ଯେ ବୋର୍ଡ ମନମାନୀ ଏବଂ ଦାୟିତ୍ୱହୀନ ଭାବେ କାମ କରୁଛି। ସେ ଦାବି କରି କହିଛନ୍ତି ଯେ ଯଦି ବୋର୍ଡ ଏହାର କର୍ତ୍ତବ୍ୟ ପାଳନ କରିପାରୁ ନାହିଁ, ତେବେ ସରକାର ଏହାକୁ ଭାଙ୍ଗିଦେବା ଦରକାର।

ଫିଲ୍ମ 'ଆଦିପୁରୁଷ'ର ଟିଜର୍‌ ରିଲିଜ ହେବା ପରେ ଏହି ବିରୋଧ ଆରମ୍ଭ ହୋଇଛି। ରାଜନେତାଙ୍କଠାରୁ ଆରମ୍ଭ କରି ଚଳଚ୍ଚିତ୍ର କଳାକାର ପର୍ଯ୍ୟନ୍ତ ଏହାକୁ ସମାଲୋଚନା କରିଛନ୍ତି। ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଏହା ମଧ୍ୟ କହିଛନ୍ତି ଯେ ଏହି ଫିଲ୍ମ ମାଧ୍ୟମରେ ହିନ୍ଦୁ ସମାଜର ଭାବନାକୁ ଆକ୍ରମଣ କରାଯାଇଛି ଏବଂ ଏହାକୁ ଯେତେ ବି ନିନ୍ଦା କରାଯିବ କମ।

Advertisment

ରାମାୟଣ ମହାକାବ୍ୟ ଦ୍ୱାରା ଅନୁପ୍ରାଣିତ ଫିଲ୍ମ'ଆଦିପୁରୁଷ' ଜାନୁଆରୀ ୨୦୨୩ରେ ମୁକ୍ତିଲାଭ କରିବ। ଏହି ଫିଲ୍ମରେ ପ୍ରଭୁ ରାମଙ୍କ ଭୂମିକାରେ ଅଭିନେତା ପ୍ରଭାସ ନଜର ଆସିବେ। ସୀତା ଭାବରେ କ୍ରିତି ସାନନ୍ ଏବଂ ସୈଫ୍‌ ଅଲି ଖାନ୍‌ଙ୍କୁ ରାବଣ ଭୂମିକାରେ ଦେଖିବାକୁ ମିଳିବ।

ପ୍ରାୟ ୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଓମ ରାଓତ। ରବିବାର ଅଯୋଧ୍ୟାରେ ଏକ କାର୍ଯ୍ୟକ୍ରମ ଅବସରରେ ଏହି ଫିଲ୍ମର ୧.୪୬ ମିନିଟ୍‌ର ଏକ ଟିଜର ମୁକ୍ତିଲାଭ କରିଥିଲା ​। ସେବେଠାରୁ ବିବାଦ ବଢିବାରେ ଲାଗିଛି। ଏହି ଫିଲ୍ମରେ ରାବଣ ଏବଂ ହନୁମାନଙ୍କ ଯେଉଁଭଳି ଭାବରେ ଦେଖାଯାଇଛି ତାହାକୁ ନେଇ ବିରୋଧ କରାଯାଉଛି।

Bollywood Adipurush Vishwa Hindu Parishad Ravan Of Adipurush
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ