Advertisment

ଅଭିନେତ୍ରୀ ଭାବେ କମେଇଲେ ନାଁ, ଏବେ ସାର୍ଟଲେସ୍‌ରେ ଦେଖେଇଲେ ଆବ୍ସ

ଦୁନିଆରେ ଭିନ୍ନ ଭିନ୍ନ ପ୍ରକାରର ଲୋକ ଅଛନ୍ତି । କାହାକୁ ତାଙ୍କ ଜୀବନରେ ଖ୍ୟାତି ମିଳୁ ନାହିଁ ତ ପୁଣି କାହାର ଟଙ୍କାର ଅଭାବ ରହିଛି। କିଛି ଏପରି ବି ଲୋକ ଅଛନ୍ତି ଯେଉଁମାନେ ଏସବୁ ପାଇଛନ୍ତି ସତ କିନ୍ତୁ ସେମାନଙ୍କ ଅନ୍ୟ କିଛି ଅଭାବ ରହିଯାଇଛି। ହଲିଉଡ୍ ଅଭିନେତ୍ରୀ ଏଲେନ୍ ପେଜ୍ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ। ସେ ଜଣେ ଅଭିନେତ୍ରୀ ଭାବରେ ଭଲ ନା କମେଇଛନ୍ତି ଏହା ସହିତ ଅର୍ଥ ବି। କିନ୍ତୁ ଏହା ପାଇବା ପରେ ମଧ୍ୟ ନିଜର ଲିଙ୍ଗ ପରିବର୍ତ୍ତନ କରିଛନ୍ତି ଏବଂ ସେ ମହିଳାରୁ ପୁରୁଷ ହୋଇଯାଇଛନ୍ତି।

ଅଦ୍ୟତନ ହୋଇଛି
ଅଭିନେତ୍ରୀ ଭାବେ କମେଇଲେ ନାଁ, ଏବେ ସାର୍ଟଲେସ୍‌ରେ ଦେଖେଇଲେ ଆବ୍ସ

Ellen to Elliot Page

Advertisment

ଦୁନିଆରେ ଭିନ୍ନ ଭିନ୍ନ ପ୍ରକାରର ଲୋକ ଅଛନ୍ତି । କାହାକୁ ତାଙ୍କ ଜୀବନରେ ଖ୍ୟାତି ମିଳୁ ନାହିଁ ତ ପୁଣି କାହାର ଟଙ୍କାର ଅଭାବ ରହିଛି। କିଛି ଏପରି ବି ଲୋକ ଅଛନ୍ତି ଯେଉଁମାନେ ଏସବୁ ପାଇଛନ୍ତି ସତ କିନ୍ତୁ ସେମାନଙ୍କ ଅନ୍ୟ କିଛି ଅଭାବ ରହିଯାଇଛି। ହଲିଉଡ୍ ଅଭିନେତ୍ରୀ ଏଲେନ୍ ପେଜ୍ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ। ସେ ଜଣେ ଅଭିନେତ୍ରୀ ଭାବରେ ଭଲ ନା କମେଇଛନ୍ତି ଏହା ସହିତ ଅର୍ଥ ବି। କିନ୍ତୁ ଏହା ପାଇବା ପରେ ମଧ୍ୟ ନିଜର ଲିଙ୍ଗ ପରିବର୍ତ୍ତନ କରିଛନ୍ତି ଏବଂ ସେ ମହିଳାରୁ ପୁରୁଷ ହୋଇଯାଇଛନ୍ତି।

Advertisment
ଇଲିଅଟ୍‌ ପେଜ୍

ତେବେ ଟ୍ରାନ୍ସଜେଣ୍ଡର ଅସ୍ତ୍ରୋପଚାର ପରେ ମହିଳାରୁ ପୁରୁଷ ହୋଇଥିବା ଏଲେନ୍ ପେଜ୍ ତାଙ୍କ ନାମକୁ ପରିବର୍ତ୍ତନ କରି ଇଲିଅଟ୍‌ ପେଜ୍‌ ରଖିଛନ୍ତି। ମହିଳାରୁ ପୁରୁଷ ହେବା ପରେ, ସେ ବର୍ତ୍ତମାନ ନିଜ ଫିଟ୍‌ନେସ୍ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ସେ ମଧ୍ୟ ତାଙ୍କର ଏପରି ଫଟୋ ସେୟାର କରିଛନ୍ତି, ଯାହା ଇଣ୍ଟର୍‌ନେଟ୍‌ରେ ହିଟ୍ ହୋଇଛି। ଇନ୍‌ଷ୍ଟାଗ୍ରାମ ପେଜ୍‌ରୁ ସେୟାର ହୋଇଥିବା ଫଟୋରେ, ଇଲିଅଟ୍‌ ସାର୍ଟଲେସ୍ ହୋଇ ନିଜର ସିକ୍ସ ପ୍ୟାକ୍ ଆବ୍ସ ଦେଖେଇଛନ୍ତି। ତାଙ୍କର ପୂର୍ବ ପ୍ରଶଂସକମାନେ ଏହି ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

Advertisment

୩୪ ବର୍ଷୀୟ ଇଲିଅଟ୍‌ଙ୍କ ପୂରା ଜୀବନ ଅଜବ ଅଟେ। ସେ ପୂର୍ବରୁ କହିଥିଲେ ଯେ ସେ ଜଣେ ଲେସ୍‌ବିୟାନ୍ ଥିଲେ। ଏପରିକି ସେ ୨୦୧୮ରେ ତାଙ୍କ ସାଥୀଙ୍କୁ ବିବାହ ମଧ୍ୟ କରିଥିଲେ। ତେବେ ଏହାର ୨ ବର୍ଷ ପରେ ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ କହିଥିଲେ ଯେ ସେ ଟ୍ରାନ୍ସଜେଣ୍ଡର। ତାଙ୍କ ଜୀବନସାଥୀ ମଧ୍ୟ ତାଙ୍କ ପଦକ୍ଷେପକୁ ସମର୍ଥନ କରିଥିଲେ ଏବଂ କହିଥିଲେ ଯେ ଏଭଳି ଲୋକ ବିଶ୍ୱ ପାଇଁ ଏକ ଉପହାର। ୨୦୨୧ ମସିହାରେ ଏହି ଦମ୍ପତି ଛାଡପତ୍ର ହୋଇଥିଲେ ଏବଂ ସେହି ଦିନଠାରୁ ଇଲିଅଟ୍‌ ସିଙ୍ଗଲ୍ ଥିଲେ। ଇଲିଅଟ୍‌ ଦୁନିଆର ସବୁଠାରୁ ଲୋକପ୍ରିୟ ଟ୍ରାନ୍ସଜେଣ୍ଡର ଅଭିନେତା ଭାବରେ ପ୍ରସିଦ୍ଧ। ସେ ଟ୍ରାନ୍ସଜେଣ୍ଡର ହେବା ପୂର୍ବରୁ ମଧ୍ୟ INCEPTION ପରି ସୁପରହିଟ୍ ସିରିଜ୍‌ରେ କାମ କରିଛନ୍ତି।

ଆଲେନ୍ ପେଜ୍

ଇଲିଅଟ୍‌ ପେଜ୍ ମଧ୍ୟ ତାଙ୍କ କ୍ୟାରିଅର୍‌କୁ ନେଇ ବହୁତ ପଜିଟିଭ୍ ଥାଆନ୍ତି। ସେ କହିଛନ୍ତି ଯେ ସେ ନିଜ ଶରୀରକୁ ନେଇ ସବୁବେଳେ ସହଜ ଥାଆନ୍ତି। ବର୍ତ୍ତମାନ ସେ ଜଣେ ଅଭିନେତ୍ରୀ ନୁହଁନ୍ତି ବରଂ ଜଣେ ଅଭିନେତା ଭାବରେ ନିଜ କ୍ୟାରିଅରକୁ ଆଗକୁ ନେବାକୁ ଚାହୁଁଛନ୍ତି। ସମସ୍ତ ଚ୍ୟାଲେଞ୍ଜ୍‌ର ମୁକାବିଲା ପାଇଁ ନିଜକୁ ପ୍ରସ୍ତୁତ କରିଥିବା ଇଲିଅଟ୍‌ ବର୍ତ୍ତମାନ ହିରୋ ଭାବରେ ଚରିତ୍ର ପାଇବା ଆରମ୍ଭ କରିଛନ୍ତି। ତାଙ୍କୁ ଖୁବ୍ ଶୀଘ୍ର ଏକ ୱେବ୍ ସିରିଜରେ ହିରୋ ଭାବରେ ଦେଖିବାକୁ ମିଳିବ। ବର୍ତ୍ତମାନ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ସାରା ବିଶ୍ୱରେ ପ୍ରଶଂସକ ଅଛନ୍ତି। ପ୍ରକାଶଥାଉ ଯେ ଟ୍ରାନ୍ସଜେଣ୍ଡର ହେବାର ଘୋଷଣା ପରେ ହିଁ ତାଙ୍କ ପେଜ୍‌ରେ ୪ ଲକ୍ଷ ଅନୁସରଣକାରୀ ବୃଦ୍ଧି ପାଇ ୨୦ରୁ ଅଧିକ ଦେଶରେ ଟ୍ରେଣ୍ଡ୍‌ କରିବା ଆରମ୍ଭ କରିଥିଲା।

Advertisment
Entertainment Ellen Pade Elliot Page
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ