Advertisment

ସୁଟିଂ ସେଟ୍‌ରେ ଜୀବନ ହାରିଲେ ଅଭିନେତ୍ରୀ

ତାଙ୍କର ବିୟୋଗରେ ପ୍ରଶଂସକମାନେ ଶୋକ ପ୍ରକାଶ କରିଛନ୍ତି।

ଅଦ୍ୟତନ ହୋଇଛି
 actress Tunisha Sharma commits kills self

actress Tunisha Sharma commits kills self

Advertisment

ସୁଟିଂ ସେଟ୍‌ରେ ଜୀବନ ହାରିଲେ ଜଣାଶୁଣା ଟିଭି ଅଭିନେତ୍ରୀ ତୁନିଶା ଶର୍ମା। ମୁମ୍ବାଇର ଏକ ସୁଟିଂ ସେଟ୍‌ରେ ମରାଠୀ ଟିଭି ସିରିଏଲ ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା କରିଛନ୍ତି। ସୁଟିଂ ସେଟ୍‌ରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମାତ୍ର ୨୦ ବର୍ଷ ବୟସ୍କା ତୁନିଶା କାହିଁକି ଆତ୍ମହତ୍ୟା କଲେ, ତାହା ଅସ୍ପଷ୍ଟ ରହିଛି।  ସୋନି ସବ୍ ଶୋ ଆଲିବାବା- ''ଦସ୍ତାନ୍ ଏ କବୁଲ''ରେ ଅଭିନୟ କରି ସେ ଲୋକପ୍ରିୟ ହୋଇପାରିଥିଲେ।

Advertisment

ସୁଟିଂ ସେଟ୍‌ ମେକ୍ ଅପ୍‌ ରୁମ୍‌ରେ ରଶି ଲଗାଇ ଝୁଲି ପଡ଼ିବା ପରେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିଲା। ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଏହି ଘଟଣାଟି ଆଲିବାବା(ମହମ୍ମଦ ସାଜିନ୍‌)ଙ୍କ ମେକ୍‌ ଅପ୍‌ ରୁମ୍‌ରେ ହିଁ ଘଟିଛି। 

Advertisment

ତେବେ ଏହି ଘଟଣା ଘଟିବାର ୫ ଘଣ୍ଟା ପୂର୍ବରୁ ତୁନିଶା ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ। ଅଭିନେତ୍ରୀ ଜଣକ ସୋ ରେ ମାରିଆମ୍‌ ଚରିତ୍ରରେ ଅଭିନୟ କରିଥିଲେ। ତୁନିଶା ଇଣ୍ଟରନେଟ୍ ଓ୍ୱାଲା ଲଭ୍, ଇସ୍କ ସୁଭାନ୍ ଆଲ୍ଲା ପରି ଅନେକ ସିରିୟଲରେ ଅଭିନୟ କରିଥିଲେ। ତାଙ୍କର ବିୟୋଗରେ ପ୍ରଶଂସକମାନେ ଶୋକ ପ୍ରକାଶ କରିଛନ୍ତି।

Advertisment
Serial Actress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ