Advertisment

ବ୍ରହ୍ମାଣ୍ଡ ସୁନ୍ଦରୀଙ୍କ ପ୍ରେମରେ ପଡ଼ିଲେ ପଳାତକ ଲଲିତ ମୋଦି; କେବେ ହଁ ତ କେବେ ନାଁ....

ପୂର୍ବତନ  ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନଙ୍କ ପ୍ରେମରେ ପଡ଼ିଛନ୍ତି ଆଇପିଏଲର ପ୍ରତିଷ୍ଠାତା ଚେୟାରମ୍ୟାନ ତଥା ବିସିସିଆଇର ପୂର୍ବତନ ଭାଇସ ପ୍ରେସିଡେଣ୍ଟ ତଥା ବ୍ୟବସାୟୀ ଲଲିତ ମୋଦି । ସୋସିଆଲ ମିଡିଆରେ ଏହି ଦୁହିଁଙ୍କ ବ୍ୟକ୍ତିଗତ ସମ୍ପର୍କକୁ ନେଇ ଏବେ ଆଲୋଚନା, ସମାଲୋଚନା ଓ ବିତର୍କ ହେବା ସ୍ୱାଭାବିକ ।

ଅଦ୍ୟତନ ହୋଇଛି
Sushmita Sen Love Story

Sushmita Sen Love Story

Advertisment

ପ୍ରେମରେ ପଡ଼ିବାର କିଛି ନିର୍ଦ୍ଧିଷ୍ଟ ବୟସ ଥାଏ କି ?  ହୁଏତ ନା । ୧୬ ବର୍ଷରେ ଯଦି ମନ ଆନମନା ହୋଇପାରେ ତେବେ ୫୦ ବର୍ଷରେ ବି  ହୃହୟରେ କାହା ପାଇଁ ଘଣ୍ଟି ବାଜିପାରେ ।  କିନ୍ତୁ ଏହା ସତ ଯେ, ଲୁଚା ଛପା ପ୍ରେମ ଯେତେ ମିଠା ସେତିକି ବି ଖଟା । କେବେ କେବେ ଏହା ଘାତକ ଆଉ ବୁମେରାଂ ସାବ୍ୟସ୍ତ ହୋଇପାରେ । ଏଭଳି କହିବାର ତାତ୍ପର୍ଯ୍ୟ , ଦେଶର ଅନେକ ଚର୍ଚ୍ଚିତ ବୟସ୍କଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚାଠାକୁ ଅଧିକ ଆଲୋଚନା ହୋଇଛି । ସକରାତ୍ମକ କମ୍ ବରଂ ତାକୁ ନକରାତ୍ମକ ଦୃଷ୍ଟିରେ ଅଧିକ ଦେଖାଯାଇଛି । ଅଧୁନା ସମୟରେ ସେମିତି ଏକ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା, ଆଲୋଚନା ଓ କଟୁ ସମାଲୋଚନା ଆରମ୍ଭ ହୋଇଛି । ତାହା ହେଉଛି ବ୍ରହ୍ମାଣ୍ଡ ସୁନ୍ଦରୀଙ୍କ ପ୍ରେମ କାହାଣୀ। ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ୍ ଏବଂ ପୂର୍ବତନ ଆଇପିଏଲ ଚେୟାରମ୍ୟାନ ଲଲିତ ମୋଦିଙ୍କ ଡେଟିଂ ଖବର। 

Advertisment

ପୂର୍ବତନ  ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନଙ୍କ ପ୍ରେମରେ ପଡ଼ିଛନ୍ତି ଆଇପିଏଲର ପ୍ରତିଷ୍ଠାତା ଚେୟାରମ୍ୟାନ ତଥା ବିସିସିଆଇର ପୂର୍ବତନ ଭାଇସ ପ୍ରେସିଡେଣ୍ଟ ତଥା ବ୍ୟବସାୟୀ ଲଲିତ ମୋଦି । ଭାରତ ଛାଡ଼ି ଲଣ୍ଡନରେ ଅବସ୍ଥାପିତ ଏହି ବିବାଦୀୟ ବ୍ୟକ୍ତି ଜଣଙ୍କ ବଲିଉଡ ଅଭିନେତ୍ରୀ, ମଡେଲ ତଥା ମିସ୍ ୟୁନିଭର୍ସ ରହିସାରିଥିବା ସୁସ୍ମିତା ସେନଙ୍କୁ  ପ୍ରେମ କରୁଥିବା କଥା ପ୍ରଘଟ ହେବା ପରେ ଏହାକୁ ନେଇ ଆଲୋଚନା ଯେତିକି ସମାଲୋଚନା ତାଠାରୁ ଦ୍ୱିଗୁଣା । ୧୪ ଜୁଲାଇ ଗୁରୁବାର ୨୦୨୨ ଅର୍ଥାତ୍‌ ଗତକାଲି ଅଚାନକ ନିଆଁ ଭଳି ଖବର ବ୍ୟାପିଗଲା ଯେ, ସୁସ୍ମିତା ସେନଙ୍କୁ  ବିବାହ କରିଛନ୍ତି ଲଲିତ୍ ମୋଦି ।  କାରଣ ଏମିତି ଏକ ଟ୍ୱିଟ୍‌ କରିଥିଲେ ଲଲିତ୍ , ଯେଉଁଥିରେ ସେ ବେଟର ହାପ୍ ଅର୍ଥାତ ଅର୍ଦ୍ଧାଙ୍ଗିନୀ ବୋଲି ସାମାଜିକ ଗଣମାଧ୍ୟମରେ ସୁସ୍ମିତାଙ୍କୁ ଦର୍ଶାଇଥିଲେ ।  ସୁସ୍ମିତା ସେନଙ୍କ ସହ କିଛି ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋଗ୍ରାଫ୍ ମଧ୍ୟ ପୋଷ୍ଟ କରିଥିଲେ। ଯାହା କ୍ଷଣିକରେ ଭାଇରାଲ ହୋଇଥିଲା ।  ପରେ ଏହାକୁ ନେଇ ପ୍ରବଳ ପ୍ରତିକ୍ରିୟାଶୀଳ ହେବା ସହ ନାନା ରକମର କମେଣ୍ଟ ଦେଇ ଆଲୋଚନା କରିଥିଲେ ସୋସିଆଲ ମିଡିଆ ୟୁଜର୍ସ । କେବଳ ସୋସିଆଲ ମିଡିଆ ୟୁଜର୍ସ କାହିଁକି ମାୟାନଗରୀ ମୁମ୍ବାଇ ଏବଂ କ୍ରୀଡ଼ା ଜଗତରେ ମଧ୍ୟ ଏହାକୁ ନେଇ ଆଲୋଚନା ଓ ସମାଲୋଚନା ।  ହେଲେ ଚର୍ଚ୍ଚା ସେତେବେଳେ ଜୋର ଧରିଥିଲା ଯେତେବେଳେ ବିବାହ ନୁହେଁ, ଜଷ୍ଟ ଡେଟିଂ ଇଚ୍ ଅଦର ବୋଲି ଆଉ ଏକ ଟ୍ୱିଟ୍ କରି ସମ୍ପର୍କରେ ସସ୍‌ପେନ୍ସ ବଢ଼ାଇଲେ ଲଲିତ ମୋଦି ।

ଚର୍ଚ୍ଚା କାହିଁକି ବା ନ ହେବ ଜଣେ ବଲିଉଡ୍ର ଚର୍ଚ୍ଚିତ ଚେହେରା ଆଉ ଜଣେ ବିବାଦୀୟ ବିତର୍କିତ ବ୍ୟକ୍ତିତ୍ୱ  । ସୋସିଆଲ ମିଡିଆରେ ଏହି ଦୁହିଁଙ୍କ ବ୍ୟକ୍ତିଗତ ସମ୍ପର୍କକୁ ନେଇ ଏବେ ଆଲୋଚନା, ସମାଲୋଚନା ଓ ବିତର୍କ ହେବା ସ୍ୱାଭାବିକ । ଏହି ଦୁଇ ମଧ୍ୟ ବୟସ୍କ ଚର୍ଚ୍ଚିତ ଚେହେରା କୌଣସି ବିବାଦ ପାଇଁ ନୁହେଁ ବରଂ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିବା ସୋସିଆଲ ମିଡିଆା ୟୁଜର୍ସ ଓ ଟ୍ରୋଲରଙ୍କ ପାଇଁ ଆଲୋଚନା ଲାଗି ଖୋରାକ ଯୋଗାଇଲା । ଲଭ୍ -ରୋମାନ୍ସ ଓ ବିବାହ କେବେ-ହଁ ତ କେବେ ପୁଣି ନାଁ କୁ ନେଇ ଚର୍ଚ୍ଚା ବଢ଼ିଲା।

Advertisment

କାହିଁକି ହଠାତ ହେଡଲାଇନ୍ ବନିଗଲେ ମନି ଲଣ୍ଡ୍ରିଂ ମାମଲାରେ ଦେଶ ଛାଡ଼ିଥିବା ତଥା ଆଇପିଏଲର ଅନ୍ୟତମ ପ୍ରମୁଖ ପୃଷ୍ଠପୋଷକ ଲଲିତ ମୋଦି  । ପ୍ରଥମେ ଲଲିତ୍ ମୋଦିଙ୍କ ଦ୍ୱାରା ପୋଷ୍ଟ ହୋଇଥିବା ଟ୍ୱିଟ୍‌ ସେ ଲେଖନ୍ତି ଯେ,  ପରିବାର ସହ ଓ୍ୱାଲର୍ଡ ଟୁର୍ ସାରି ଲଣ୍ଡନ ଫେରିଲି । ନଟ୍ ଟୁ ମେନସନ ମାଇଁ ବେଟର ହାପ୍ କହି ସୁସ୍ମିତା ସେନ୍ ଙ୍କୁ  ଟାଗ୍ କରିଛନ୍ତି ଲଲିତ ମୋଦି  । ଏହାସହ ଲେଖିଛନ୍ତି, ଶେଷରେ ଏକ ନୂଆ ଆରମ୍ଭ, ନୂଆ ଜୀବନ ସହ ।   ଚାନ୍ଦ ଉପରେ ରହିଲା ଭଳି ଅନୁଭବ ହେଉଛି  ଲଣ୍ଡନରୁ ଲଲିତ୍ ମୋଦି କରିଥିବା ଏହି ଟ୍ୱିଟ୍‌  ଦେଶରେ କିନ୍ତୁ ହଙ୍ଗାମା ସୃଷ୍ଟି କରିଦେଲା ।  ନିଆଁ ଭଳି ସୋସିଆଲ ମିଡିଆରେ ଏହା ଭାଇରାଲ ହେବା ପରେ ଏହାକୁ ନେଇ ପୁଣି ଏକ ଟ୍ୱିଟ୍‌  କଲେ ।  ପ୍ରଥମ ଟ୍ୱିଟ୍‌ର କିଛି କ୍ଷଣ ମଧ୍ୟରେ ହିଁ ଏହା ଉପରେ ସଫେଇ ଦେଇ ଲଲିତ୍ ଆଉ  ଏକ ଟ୍ୱିଟ୍‌ କରନ୍ତି  ଯେଉଁଥିରେ ସେ ସ୍ପଷ୍ଟ  କଲେ ଯେ,   ଏହା କେବଳ ସ୍ପଷ୍ଟୀକରଣ ପାଇଁ  ବିବାହ କରିନାହୁଁ, ଆମେ ଦୁହେଁ ଦୁହିଁଙ୍କୁ ଡେଟ୍ କରୁଛୁ  । ଦିନେ ଆସିବ ଆମେ ନିଶ୍ଚିତ ବିବାହ କରିବୁ ।  ବାସ୍ ଏହା ପରେ ସତେ ଯେମିତି ସୋସିଆଲ ମିଡିଆରେ ଲଲିତ୍ ମୋଦିଙ୍କ ଏହି ଦୁଇ ଟ୍ୱିଟ୍‌  ଏବଂ ଉଭୟଙ୍କ ସମ୍ପର୍କକୁ ନେଇ ଆରମ୍ଭ ହୋଇଗଲା ଗସିପ୍।  

 ୫୬ ବର୍ଷୀୟ, ପଳାତକ ଲଲିତ ମୋଦି ଆଉ ତାଙ୍କ ଠାକୁ ଦଶବର୍ଷ ସାନ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ ଲଭ୍ ଷ୍ଟୋରୀକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛି ମାୟାନଗରୀ ମୁମ୍ବାଇ ।  ଅନେକ ସାଧାରଣ ସୋସିଆଲ ମିଡିଆ ୟୁଜର୍ସ ମଧ୍ୟ ଉଭୟଙ୍କ ସମ୍ପର୍କକୁ ନେଇ ଅନେକ କୌତୁହଳ କମେଣ୍ଟ ସାଙ୍ଗକୁ ଟ୍ରୋଲ କରିଛନ୍ତି । ସୁସ୍ମିତା ସେନଙ୍କ ନେଇ ଲଲିତ ମୋଦି କରିଥିବା ଇନଷ୍ଟାଗ୍ରାମ୍ ପୋଷ୍ଟକୁ ଲାଇକ୍ କରିବା ସହ ହାର୍ଟ ସିମ୍ବଲ ସହ ରିଆକ୍ଟ କରିଛନ୍ତି ।   କିଏ ଫିଲ୍ମ ଡାଏଲଗ  ଲେଖି କମେଣ୍ଟ ଦେଉଛନ୍ତି ତ କିଏ ପୁଣି ଏହା ତାଙ୍କ ବ୍ୟକ୍ତିଗତ ବୋଲି କହି ଚର୍ଚ୍ଚାକୁ ନିଜକୁ ଅନ୍ୟକୁ ଦୁରେଇ ରହିବାକୁ ପରାମର୍ଶ ଦେଇଛନ୍ତି  ।  ତେବେ ୨୦୧୩ ମସିହାରେ ଲଲିତ୍ ମୋଦି - ସୁସ୍ମିତାଙ୍କୁ ଟାଗ୍ କରି କରିଥିବା ପୋଷ୍ଟ ଆଉ ଗତକାଲିର ପୋଷ୍ଟକୁ ନେଇ ନାନା କମେଣ୍ଟ ବି ଆସୁଛି । ଏହାରି ମଧ୍ୟରେ ଲଲିତ୍ ମୋଦିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ କିନ୍ତୁ ନିଜେ ସୁସ୍ମିତା ସେନ୍ କିମ୍ବା ତାଙ୍କ ଟିମ୍ କୌଣସି ପ୍ରତକ୍ରିୟା ରଖିନାହାନ୍ତି । 

Advertisment

 ବିବାଦ ଓ ଲଲିତ୍ ମୋଦି ସତେ ଯେମିତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ  । ବିଭିନ୍ନ ସମୟରେ ଭୁଲ୍ କାରଣ ପାଇଁ ହିଁ ବିବାଦ ଓ ବିତର୍କକୁ ଚାଲିଆସନ୍ତି ଲଲିତ । ପାଠ ପଢ଼ିବା ସମୟରେ ହିଁ ଲଲିତ ବିବାଦ ଘେରକୁ ଆସିବା ଆରମ୍ଭ ହୋଇସାରିଥିଲା । ୧୯୮୫ ମସିହାରେ କଲେଜରେ ପଢ଼ିବା ସମୟରେ ତାଙ୍କ ବିରୋଧରେ ଡ୍ରଗ୍ସ ବିକ୍ରିର ଅଭିଯୋଗ ସାମ୍ନାକୁ ଆସିଥିଲା । ଦିଲ୍ଲୀର ଏକ ବ୍ୟବସାୟୀ ପରିବାରରେ ଜନ୍ମଗ୍ରହଣ କରିଥିବା ଲଲିତ୍ ମୋଦି ବିଦେଶରେ ପଢ଼ିବା ସମୟରେ ପ୍ରେମରେ ପଡ଼ିଥିଲେ । ନିଜ ମାଁ ଙ୍କ ବାନ୍ଧବୀ ମୀନଲଙ୍କୁ ହିଁ ମନ ଦେଇ ଦେଇଥିଲେ । ମୀନଲଙ୍କ ଠାରୁ ୯ ବର୍ଷ ସାନ ଥିଲେ ଲଲିତ୍  । ଏହା ସତ୍ତ୍ୱେ ବି ଉଭୟଙ୍କ ମଧ୍ୟରେ ପ୍ରେମର ପାରା ଚଢ଼ିଥିଲା , କିନ୍ତୁ ମୀନଲଙ୍କୁ ପ୍ରେମ ନିବେଦନ କରିବାରୁ ସେ ମନା କରିଦେଇଥିଲ  ।ଜଣେ ନାଇଜେରିଆନ୍ ବ୍ୟବସାୟୀଙ୍କୁ ବିବାହ କରିଥିଲେ ମୀନଲ । ଉଭୟଙ୍କ ସମ୍ପର୍କ କିନ୍ତୁ ବେଶି ଦିନ ଚାଲି ପାରିଲା ନାହିଁ  । ଶେଷରେ ବିବାହ ବିଚ୍ଛେଦ କରି ଲଲିତ ମୋଦିଙ୍କୁ ବିବାହ ପାଇଁ ରାଜି ହୋଇଥିଲେ ମୀନଲ ।  ପରିବାରର ବିରୋଧ ସତ୍ତ୍ୱେ ୧୯୯୧ ଅୋବର ୧୭ ତାରିଖରେ ଲଲିତି ମୋଦି-ମୀନଲଙ୍କ ମଧ୍ୟରେ ବିବାହ ସମ୍ପନ୍ନ ହୋଇଥିଲା  । ମୀନଲଙ୍କ ଝିଅକୁ ବି ଗ୍ରହଣ କରିନେଇଥିଲେ ଲଲିତ ମୋଦି  । ୨୦୧୮ରେ କିନ୍ତୁ ଲଲିତ୍ ଙ୍କୁ ପରକରି କ୍ୟାନସରରେ ପୀଡ଼ିତ ମୀନଲ ଆରପାରିକୁ ଚାଲିଗଲେ  

 ଏବେ କିନ୍ତୁ ଚର୍ଚ୍ଚା ହେଉଛି ଯେ, ସୁସ୍ମିତା ସେନଙ୍କ ସହ ରହୁଛନ୍ତି ଲଲିତ୍ ମୋଦି  । ଦୁଇ ଝିଅ ଅଲିସା ଏବଂ ରେନିଙ୍କ ପାଳିତ ମାଆ ହେଉଛନ୍ତି ସୁସ୍ମିତା  । ଏହି ଦୁଇ ଝିଅଙ୍କୁ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିଛନ୍ତି ସୁସ୍ମିତା ।  

୨୦୦୫ରୁ ୨୦୧୦ ଯାଏ ବିସିସିଆଇର ଭାଏସ ପ୍ରେସିଡେଣ୍ଟ ରହିଥିବା ଲଲିତ୍ ମୋଦି ଆଇପିଏଲର ପ୍ରଥମ ଚେୟାରମ୍ୟାନ ବି ରହିସାରିଛନ୍ତି  । ୨୦୧୦ ରେ ତାଙ୍କ ବିରୋଧରେ ମନି ଲଣ୍ଡ୍ରିଂ ମାମଲା ଦାଏର ହୋଇଥିଲା।  ବିସିସିଆଇ  ମଧ୍ୟ ଲଲିତଙ୍କୁ ବ୍ୟାନ୍‌ କରିଦେଇଥିଲା ।  ଏହା ପରେ ସେ ଦେଶଛାଡ଼ି ଲଣ୍ଡନରେ ଶରଣ ନେଇଛନ୍ତି  । ସେବେଠାରୁ ସେ ଆଜି ଯାଏ ଦେଶକୁ ପ୍ରତ୍ୟାବର୍ତ୍ତନ କରିନାହାନ୍ତି  ।

ସେପଟେ ଲଲିତ୍ ମୋଦିଙ୍କ ପୂର୍ବରୁ ବଲିଉଡ୍ ଡିଭା ସୁସ୍ମିତା ସେନ୍‌ଙ୍କ ଲଭ୍ ଲାଇଫ୍ ରେ ଅନେକଙ୍କ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ବି ଜୋର ଧରିଛି  । ସବୁଠୁ ଅଧିକ ଚର୍ଚ୍ଚା ସୁସ୍ମିତା ସେନ୍ - ରୋହମନ ସଲ୍‌ଙ୍କ ସମ୍ପର୍କ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି  । ରୋହମନ୍ କୌଣସି ଫିଲ୍ମ ଷ୍ଟାର ନୁହେଁ ବରଂ ସେ ଜଣେ ଫ୍ୟାନ । ଉଭୟଙ୍କ ମଧ୍ୟରେ ୧୫ ବର୍ଷର  ବୟସ ବ୍ୟବଧାନ ତଥାପି ଉଭୟେ ପ୍ରେମରେ ପଡ଼ି ଅନେକ ଦିନ ଧରି ଏକାଠି ରହିଥିଲେ । ଅନେକ ସମୟରେ ସୋସିଆଲ ମିଡିଆରେ ଉଭୟଙ୍କ ଲଭ୍ ଲାଇଫ୍ ର ରୋମାଣ୍ଟିକ ମୁହୁର୍ତ୍ତର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।  ଦୁହିଁଙ୍କ ପ୍ରେମ  ସୋସିଆଲ ମିଡିଆରୁ ହିଁ ଆରମ୍ଭ ହୋଇଥିଲା ।  ଇନଷ୍ଟାଗ୍ରାମରେ ଅନ୍ୟ ଶୁଭେଚ୍ଛୁଙ୍କ ଭଳି ରୋହମନ ମଧ୍ୟ ସୁସ୍ମିତାଙ୍କୁ ମେସେଜ କରିଥିଲେ,  କୌତୁହଳବଶତଃ ସୁସ୍ମିତା ତାଙ୍କ ମେସଜର ରିପ୍ଲାଏ ଦେଇ ଦେଇଥିଲେ ।  ପରେ ଉଭୟଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ପରେ ଦେଖା ସାକ୍ଷାତରୁ ସମ୍ପର୍କ ଆଗକୁ ବଢ଼ିଥିଲା  । ୧୫ ବର୍ଷ ବୟସର ଅନ୍ତର ଥିଲେ ମଧ୍ୟ ଉଭୟେ ବେଶ୍ ଖୁସିରେ ରହୁଥିଲେ ।  ଗତବର୍ଷ ଡିସେମ୍ବରରେ କିନ୍ତୁ କୌଣସି କାରଣକୁ ନେଇ  ରୋହମନ୍ଙ୍କ ସହ ସମ୍ପର୍କ ଛିନ୍ନ କରିଥିବା ସୋସିଆଲ ମିଡିଆରେ   ପୋଷ୍ଟ କରିଥିଲେ ସୁସ୍ମିତା  ।   ଏବେ କିନ୍ତୁ ଲଲିତ୍ ମୋଦି- ସୁସ୍ମିତା ସେନ୍ ଙ୍କ ପ୍ରେମ କାହାଣୀ ଭାଇରାଲ ହୋଇଥିଲେ ମଧ୍ୟ ଏହାକୁ ନେଇ ପଦୁଟିଏ ବି କହିନାହାନ୍ତି ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ୍  ।

Sushmita Sen Lalit Modi Lalit Modi Sushmita Sen
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ