Advertisment

ଗିରଫ ହେଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବିଜ୍‌ନେସ୍‌ମ୍ୟାନ୍‌ ରାଜ୍‌ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସ୍‌ ଗିରଫ କରିଛି। ପର୍ଣ୍ଣୋଗ୍ରାଫିକ ଫିଲ୍ମ ମାମଲାରେ ତାଙ୍କ ସମ୍ପୃକ୍ତି ନେଇ ପୋଲିସ୍‌ ଗତକାଲି ତାଙ୍କୁ ଗିରଫ କରିଛି।

ଅଦ୍ୟତନ ହୋଇଛି
ଗିରଫ ହେଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ

shilpa shetty with her husband

Advertisment

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବିଜ୍‌ନେସ୍‌ମ୍ୟାନ୍‌ ରାଜ୍‌ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସ୍‌ ଗିରଫ କରିଛି। ପର୍ଣ୍ଣୋଗ୍ରାଫିକ ଫିଲ୍ମ ମାମଲାରେ ସମ୍ପୃକ୍ତି ନେଇ ପୋଲିସ୍‌ ଗତକାଲି ତାଙ୍କୁ ଗିରଫ କରିଛି। ସେ ଏସବୁର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ପୋଲିସ୍‌ କହିଛି। ତାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଥିବା ମଧ୍ୟ ପୋଲିସ୍‌ କହିଛି।

Advertisment

ପର୍ଣ୍ଣୋଗ୍ରାଫିକ ଫିଲ୍ମ ତିଆରି କରାଯାଇ ଏସବୁକୁ କିଛି ଆପ୍‌ରେ ଅପଲୋଡ଼ କରାଯାଇଥିବା ନେଇ ଚଳିତ ବର୍ଷ ଫେବୃଆରୀ ୨୧ରେ ମୁମ୍ବାଇ କ୍ରାଇମବ୍ରାଞ୍ଚରେ ଏକ ମାମଲା ରୁଜୁ ହୋଇଥିଲା। ଏଥିରେ ରାଜ୍‌ କୁନ୍ଦ୍ରାଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା। ତେବେ ସେକୌଣସି ଭୁଲ୍‌ କରି ନାହାନ୍ତି ବୋଲି ରାଜ୍‌ କୁନ୍ଦ୍ରା କହିଥିଲେ। ଏହାସହ ସେ ଆଗୁଆ ଜାମିନ ପାଇଁ ମଧ୍ୟ ଆବେଦନ କରିଥିଲେ। 

Advertisment

୨୦୦୯ରେ ଶିଳ୍ପା ସେଟ୍ଟୀ, ରାଜ୍‌ କୁନ୍ଦ୍ରାଙ୍କୁ ବିବାହ କରିଥିଲେ। ୨୦୧୨ରେ ସେମାନଙ୍କର ପ୍ରଥମ ପୁତ୍ର ସନ୍ତାନ ଜନ୍ମଗ୍ରହଣ କରିଥିଲା। ଗତବର୍ଷ ଏହି ଦମ୍ପତି surrogacy ମାଧ୍ୟମରେ ସେମାନଙ୍କର ଦ୍ୱିତୀୟ ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ଜେଏଲ୍‌ ଷ୍ଟ୍ରିମ୍‌ ଆପ୍‌ର ମାଲିକ ହେଉଛନ୍ତି ରାଜ୍‌ କୁନ୍ଦ୍ରା। ଯାହାକି ଆଇପିଏଲ୍‌ କ୍ରିକେଟ ଟିମ୍‌ ରାଜସ୍ଥାନ ରୟାଲ୍ସର ଏକ ଅଂଶ।

Advertisment

ଭାରତୀୟ କ୍ରିକେଟ ସହ ଜଡ଼ିତ ବେଟିଂ ଓ ସ୍ପଟ୍‌-ଫିକ୍ସିଂ ଦୁର୍ନୀତିରେ ସମ୍ପୃକ୍ତି ନେଇ ୨୦୧୩ରେ ଦିଲ୍ଲୀ ପୋଲିସ୍‌ ରାଜ୍‌ କୁନ୍ଦ୍ରାଙ୍କୁ ପଚରାଉଚରା କରିଥିଲା। 

Shilpa Shetty Raj Kundra Arrested
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ