Advertisment

ଅଭିନେତ୍ରୀ ପ୍ରତ୍ୟୁଷା ବାପାଙ୍କ ଖୁଲାସା- ଲକ୍‌ଡାଉନ୍‌ରେ ଟଙ୍କା ପଠାଇଥିଲେ ସିଦ୍ଧାର୍ଥ

‘ସିଦ୍ଧାର୍ଥ ଶୁକ୍ଳାଙ୍କୁ ମୁଁ ପୁଅ ଭଳି ଭାବେ। ଝିଅର ମୃତ୍ୟୁ ପରେ ସେ ସବୁବେଳେ ମୋ ସହ ଯୋଗାଯୋଗରେ ରହୁଥିଲେ। ଏପରିକି ସେ ମୋତେ ଆର୍ଥିକ ସହାୟତା ମଧ୍ୟ କରିଥିଲେ’

ଅଦ୍ୟତନ ହୋଇଛି
Pratyusha Banerjee And Siddharth Shukla

Pratyusha Banerjee And Siddharth Shukla

Advertisment

ମୁମ୍ବାଇ: ‘ସିଦ୍ଧାର୍ଥ ଶୁକ୍ଳାଙ୍କୁ ମୁଁ ପୁଅ ଭଳି ଭାବେ। ଝିଅର ମୃତ୍ୟୁ ପରେ ସେ ସବୁବେଳେ ମୋ ସହ ଯୋଗାଯୋଗରେ ରହୁଥିଲେ। ଏପରିକି ସେ ମୋତେ ଆର୍ଥିକ ସହାୟତା ମଧ୍ୟ କରିଥିଲେ’, ଜାତୀୟ ଗଣମାଧ୍ୟମ ସଂସ୍ଥା Aaj Takକୁ ଏକ ସାକ୍ଷାତକାର ଦେଇ ଏଭଳି କିଛି କହିଛନ୍ତି ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀଙ୍କ ବାପା। ୨୦୧୬ରେ ପ୍ରତ୍ୟୁଷାଙ୍କ ଦେହାନ୍ତ ହୋଇଥିଲା। ସେତେବେଳକୁ ତାଙ୍କୁ ମାତ୍ର ୨୪ ବର୍ଷ ବୟସ ହୋଇଥିଲା। ସିରିୟଲ ‘ବାଳିକା ବଧୂରେ’ ସିଦ୍ଧାର୍ଥ ଓ ପ୍ରତ୍ୟୁଷା କୋ-ଷ୍ଟାର ଥିଲେ। 

Advertisment

 Aaj Takକୁ ସାକ୍ଷାତକାର ଦେବା ସମୟରେ ପ୍ରତ୍ୟୁଷାଙ୍କ ବାପା ସିଦ୍ଧାର୍ଥଙ୍କୁ ମନେ ପକାଇ କହିଥିଲେ, ‘ପ୍ରତ୍ୟୁଷାଙ୍କ ମୃତ୍ୟୁ ପରେ ସେ ସବୁବେଳେ ମୋ ସହ ଯୋଗାଯୋଗରେ ଥିଲେ। ପ୍ରତ୍ୟୁଷାଙ୍କ ମୃତ୍ୟୁ ପରେ ସିଦ୍ଧାର୍ଥ ଓ ମୋ ଝିଅ ମଧ୍ୟରେ ଥିବା ରିଲେସନଶିପ୍‌କୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ଏଥିପାଇଁ ସିଦ୍ଧାର୍ଥ ଆମ୍ଭ ଘରକୁ ଆସିବା ମଧ୍ୟ ବନ୍ଦ କରି ଦେଲେ। ହେଲେ ହ୍ୱାଟ୍ସଆପ୍‌ରେ ସେ ମୋ ସହ କଥାବାର୍ତ୍ତା କରୁଥିଲେ। ଲକ୍‌ଡାଉନ୍‌ ସମୟରେ ସିଦ୍ଧାର୍ଥ ସବୁବେଳେ ମୋ ସହ ଯୋଗାଯୋଗରେ ଥିଲେ ଓ ମେସେଜ୍‌ ମଧ୍ୟ କରୁଥିଲେ। ଏପରିକି ସେ ମୋତେ ଆର୍ଥିକ ସହାୟତା ମଧ୍ୟ କରିଥିଲେ। ଶେଷଥର ପାଇଁ ୨ ମାସ ପୂର୍ବେ ସେ ମୋତେ ମେସେଜ୍‌ କରିଥିଲେ। ସେ ସବୁବେଳେ ମେସେଜ୍‌ରେ ପଚାରୁଥିଲେ, ଆପଣମାନେ ଭଲ ଅଛନ୍ତି ତ ? କିଛି ସାହାଯ୍ୟ ଦରକାର କି ? ମୁଁ କିଛି ସାହାଯ୍ୟ କରିବି କି ? ହେଲେ ବାରଣ ସତ୍ତ୍ୱେ ସେ  ୨୦ ହଜାର ଟଙ୍କା ପଠାଇଥିଲେ।’ 

ସୂଚନାଥାଉ କି, ସେପ୍ଟେମ୍ବର ୧ ରାତି ୩ଟା ୩୦ରେ ସିଦ୍ଧାର୍ଥ ଶୁକ୍ଳା ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କ ଛାତିରେ ଯନ୍ତ୍ରଣା  ହୋଇଥିଲା। ଏନେଇ ସେ ତାଙ୍କ ମା’ଙ୍କୁ ଜଣାଇଥିଲେ। ପରେ ପାଣି ପିଇ ଶୋଇ ପଡିଥିଲେ । ହେଲେ ସକାଳୁ ଆଉ ଉଠି ନଥିଲେ। ସିଦ୍ଧାର୍ଥଙ୍କ ଟ୍ରିଟମେଣ୍ଟ ପାଇଁ ତାଙ୍କ ଘରକୁ ଡାକ୍ତରମାନେ ଯାଇଥିଲେ । ସିଦ୍ଧାର୍ଥଙ୍କୁ  ତୁରନ୍ତ କପୁର ହସ୍ପିଟାଲକୁ ନେବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥିଲେ । ସକାଳ ୧୦ଟା ୩୦ରେ ତାଙ୍କ ଭଉଣୀ ଓ ଭିଣୋଇ ହସ୍ପିଟାଲ୍‌ ନେଇଥିଲେ। ହେଲ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଟିଭି ଇଣ୍ଡଷ୍ଟ୍ରିରେ ଜଣାଶୁଣା ତଥା ପରିଚିତ ଚେହେରା ସିଦ୍ଧାର୍ଥ ଶୁକ୍ଲା ରିୟଲିଟି ଶୋ’ ବିଗ୍‌ ବସ୍‌ ୧୩ର ବିଜେତା ହୋଇଥିଲେ। ଏହାବ୍ୟତୀତ ସେ ‘Khatron Ke Khiladi’ ସିଜନ୍‌ ୭ର ମଧ୍ୟ ବିଜେତା ହୋଇଥିଲେ। ସିରିୟଲ ‘ବାଳିକା ବଧୂ’ରେ ଅଭିନୟ କରି ସେ ବେଶ୍‌ ପରିଚିତ ହୋଇପାରିଥିଲେ। 

Advertisment

୧୯୮୦ ଡିସେମ୍ବର ୧୨ରେ ମୁମ୍ବାଇରେ ଜନ୍ମିତ ସିଦ୍ଧାର୍ଥ ପ୍ରଥମେ ଏକ ମଡେଲ୍‌ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୪ରେ ସେ ଟିଭିରେ ଅଭିନୟ କରିବା ପାଇଁ ଡେବ୍ୟୁ କରିଥିଲେ। ୨୦୦୮ରେ ‘Babul Ka Aangann Chootey Na’ ସିରିୟଲରେ ଅଭିନୟ କରିଥିଲେ। ହେଲେ ସେ ‘ବାଳିକା ବଧୂ’ ସିରିୟଲରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତି ପାରିଥିଲେ। ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ମିଳିବା ପରେ ୨୦୧୪ରେ ଫିଲ୍ମ ‘Humpty Sharma Ki Dulhania’ରେ ସେ ଅଭିନୟ କରିଥିଲେ।  ଚଳିତ ବର୍ଷ ‘Broken But Beautiful 3’ ୱେବ୍‌ ସିରିଜରେ ସେ ନଜର ଆସିଥିଲେ।

Sidharth Shukla Pratyusha Banerjee Sidharth Shukla Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ