Advertisment

ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍‌ଙ୍କ ୭ କୋଟିର ସମ୍ପତ୍ତି ଜବତ

ଜ୍ୟାକଲିନ୍‌ଙ୍କ ୭.୨୭ କୋଟିର ସମ୍ପତ୍ତି ED ଜବତ କରିଛି। ଏହି ସମ୍ପତ୍ତି ମଧ୍ୟରେ ଜ୍ୟାକଲିନ୍‌ଙ୍କ ୭.୧୨ କୋଟି ଟଙ୍କାର ଫିକ୍ସଡ୍‌ ଡିପୋଜିଟ୍‌ ମଧ୍ୟ ରହିଛି।

ଅଦ୍ୟତନ ହୋଇଛି
Actress  Jacqueline Fernandes's ₹ 7 Crore Frozen

Actress Jacqueline Fernandes's ₹ 7 Crore Frozen

Advertisment

ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜ୍ୟାକଲିନ୍‌ଙ୍କ ୭ କୋଟି ୨୭ ଲକ୍ଷ ଟଙ୍କାର ସମ୍ପତ୍ତି ED ଜବତ କରିଛି। ଏହି ସମ୍ପତ୍ତି ମଧ୍ୟରେ ଜ୍ୟାକଲିନ୍‌ଙ୍କ ୭ କୋଟି ୧୨ ଲକ୍ଷ ଟଙ୍କାର ଫିକ୍ସଡ୍‌ ଡିପୋଜିଟ୍‌ ମଧ୍ୟ ରହିଛି। 

Advertisment

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ, ମନି ଲଣ୍ଡ୍ରିଂ ମାମଲାରେ ଗିରଫ ହୋଇଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ଧମକ ଦେଇ ଆଦାୟ କରିଥିବା ଟଙ୍କାରେ ଜ୍ୟାକଲିନ୍‌ଙ୍କୁ ୫ କୋଟି ୭୧ ଲକ୍ଷ ଟଙ୍କାର ଗିଫ୍ଟ ଦେଇଥିଲେ। ଜ୍ୟାକଲିନ୍‌ଙ୍କ ପରିବାର ଲୋକଙ୍କୁ ମଧ୍ୟ ଆମେରିକୀୟ ଓ ଅଷ୍ଟ୍ରେଲୀୟ ଡଲାରରେ ସୁକେଶ ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣାପଡ଼ିଛି। ପୁଣିଥରେ ପଚରାଉଚରା ପାଇଁ ଜ୍ୟାକଲିନଙ୍କୁ ସମନ କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

୨୦୦ କୋଟି ମନି ଲଣ୍ଡ୍ରିଂ(Money Laundering) ମାମଲାରେ ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ର ପଚରାଉଚରା ବେଳେ ଅଭିନେତ୍ରୀ ଜ୍ୟାକଲିନ୍‌ଙ୍କ ନାଁ ସାମ୍ନାକୁ ଆସିଥିଲା। ଏହାପରେ ସୁକେଶଙ୍କ ସହ ଜ୍ୟାକଲିନ୍‌ଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏପରିକି ସୁକେଶ, ଜ୍ୟାକଲିନ୍‌ଙ୍କୁ ଦେଇଥିବା ଅନେକ ମହଙ୍ଗା ଗିଫ୍ଟକୁ ମଧ୍ୟ ତଦନ୍ତ ଏଜେନ୍ସି ଜବତ କରିଛି। 

Advertisment


 
 
 
 
 
 
 
 
 
 
 
 
 
 

A post shared by Jacqueline Fernandez (@jacquelinef143)

Bollywood Jacqueline Fernandez Sukesh Chandrasekhar Jacqueline Sukesh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ