Advertisment

Happy Birth Day: ବଲିଉଡର ପ୍ରଥମ ଖଳନାୟିକା ନାଦିରାଙ୍କ ସଂଘର୍ଷମୟ ଜୀବନ

ସେ ଥିଲେ ବଲିଉଡ୍‌ର ପ୍ରଥମ ଖଳନାୟିକା। ବୋଲ୍ଡ ସିନ୍‌ରେ ବି ଯୁବପିଢିଙ୍କୁ କିମିଆ କରିଦେଉଥିଲେ। ତାଙ୍କ ସାଥୀ ଅଭିନେତ୍ରୀମାନେ ସତୀସାବିତ୍ରୀ ଏବଂ ପତିବ୍ରତା ନାରୀ ଭଳି ଭୂମିକାକୁ ପସନ୍ଦ କରୁଥିବାବେଳେ ସେ ବୋଲ୍ଡ ଚରିତ୍ର ସହ ଭିଲେନ୍‌ ଭଳି ଚରିତ୍ରରେ ଅଭିନୟ କରିବାକୁ ପସନ୍ଦ କରୁଥିଲେ। ଆଜି ନାଦିରାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା ଜାଣିନେବା।

ଅଦ୍ୟତନ ହୋଇଛି
Actress Ezekiel Nadira's Birthday

Actress Florence Ezekiel aka Nadira biography

Advertisment

ହାତରେ ସିଗାରେଟ୍, ଲମ୍ବା ମୁନିଆ ନଖ, ଗାଢା ମେକ୍ ଅପ୍, ଫ୍ୟାଶନେବଲ୍ ଡ୍ରେସ୍, ହିରୋଙ୍କୁ ଖୋଲାଖୋଲି ପ୍ରେମ ନିବେଦନ କଥା ମନକୁ ଆସିଲେ, ବଲିଉଡ୍‌ ଭିଲେନ୍‌ର ଏକ ଚିତ୍ର ସାମ୍ନାକୁ ଆସିଯାଏ। ବଲିଉଡରେ ହିରୋଇନଙ୍କୁ ଲଜ୍ଜାଶୀଳ, ଯନ୍ତ୍ରଣାପୂର୍ଣ୍ଣ ଏବଂ ଅତ୍ୟାଚାରିତ ଭାବେ ଦେଖାଯାଏ। ଅଧିକାଂଶ ହୀରୋଇନମାନେ ଏଭଳି ଚରିତ୍ରରେ ଅଭିନୟ କରିବାକୁ ପସନ୍ଦ କରୁଥିଲେ।

Advertisment

ସେ କିନ୍ତୁ ଥିଲେ ନିଆରା। ବୋଲ୍ଡ ସିନ୍‌ ଦେବା, ରିକ୍ସ ନେବା, କାହାରିକୁ କେୟାର୍‌ ନ କରିବା ଭିଲେନ୍ ଭୂମିକାରେ ସେ ଅଭିନୟ କରୁଥିଲେ। ଆଜି ଆମେ ଏପରି ଜଣେ ଅଭିନେତ୍ରୀଙ୍କ ବିଷୟରେ କହିବା, ଯାହାଙ୍କ ନାମ ଫ୍ଲୋରେନ୍ସ ଇଜେକେଲ ଓରଫ ନାଦିରା।

ଅଧିକ ପଢ଼ନ୍ତୁ: ରୋମାଣ୍ଟିକ୍ ସିନେମାର ନାୟକ, ରୋମାଣ୍ଟିକ୍‌ ଲାଇଫ୍‌ରେ ବିଫଳ

ତାଙ୍କ ସାଥୀ ଅଭିନେତ୍ରୀମାନେ ସତୀସାବିତ୍ରୀ ଏବଂ ପତିବ୍ରତା ନାରୀ ଭଳି ଭୂମିକାକୁ ପସନ୍ଦ କରୁଥିବାବେଳେ ନାଦିରା ବୋଲ୍ଡ ଚରିତ୍ର ସହ ଭିଲେନ୍‌ ଭଳି ଚରିତ୍ରରେ ଅଭିନୟ କରିବାକୁ ପସନ୍ଦ କରୁଥିଲେ ଏବଂ ତାଙ୍କ ଅଭିନୟ ଦ୍ୱାରା ସେ ସମସ୍ତଙ୍କୁ ଦୋହଲାଇ ଦେଇଥିଲେ। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା ଜାଣିନେବା।

Advertisment

କିଏ ଏହି ନାଦିରା:

ନାଡିରା ୫ ଡିସେମ୍ବର ୧୯୩୨ରେ ଜନ୍ମ ହୋଇଥିଲେ। ଜନ୍ମ ପରେ ତାଙ୍କ ନାଁ ଫ୍ଲୋରେନ୍ସ ଇଜେକେଲ୍‌ ରଖାଗଲା। କେତେକ ରିପୋର୍ଟରେ ତାଙ୍କ ନାଁ ଫରହତ ବୋଲି ମଧ୍ୟ ଉଲ୍ଲେଖ କରାଯାଇଛି। ନାଦିରାଙ୍କ ଜନ୍ମ ସ୍ଥାନ ବିଷୟରେ ମଧ୍ୟ ମତଭେଦ ରହିଛି, କିଛି ରିପୋର୍ଟରେ ଇରାକର ବାଗଦାଦରେ ତାଙ୍କ ଜନ୍ମ ବିଷୟରେ କୁହାଯାଇଛି, କେହି କେହି ଇସ୍ରାଏଲକୁ ଏବଂ କେହି କେହି ମୁମ୍ବାଇ ବୋଲି ମଧ୍ୟ କୁହନ୍ତି।

ନାଦିରାଙ୍କ ବଲିଉଡ୍‌କୁ ଯାତ୍ରା:

ଅନେକ ଆଙ୍ଗ୍ଲୋ-ଇଣ୍ଡିଆନ୍, ଅଣ-ଭାରତୀୟ ମୂଳ କଳାକାର ବଲିଉଡରେ କାମ କରିଛନ୍ତି। ନାଦିରା ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ। କିଛି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ନାଦିରା ଯିହୁଦୀ ଧର୍ମ ଅନୁସରଣ କରିଥିଲେ। ନାଦିରା ମାତ୍ର ୧୨ ବର୍ଷ ବୟସରେ ବଲିଉଡ୍‌ରେ ପ୍ରବେଶ କରିଥିଲେ।

Advertisment

ଯେତେବେଳେ ବଲିଉଡର ନାରୀମାନେ ସଫା ସୁତୁରା ଛବି, ପତିବ୍ରତା ଏବଂ ଭାଗ୍ୟଶାଳୀ ଭୂମିକା ବାଛୁଥିଲେ ସେତେବେଳେ ନାଦିରା ଭିନ୍ନ ଚରିତ୍ର ପସନ୍ଦ କରୁଥିଲେ। ନାଦିରା ନିଜ ଚରିତ୍ର ସହିତ ସବୁବେଳେ ପରୀକ୍ଷା କରୁଥିଲେ। ସେ ଥିଲେ ବଲିଉଡର ପ୍ରଥମ ଅଭିନେତ୍ରୀ ଯିଏ ଖଳନାୟିକା ଭୂମିକାରେ ଅଭିନୟ କରିଥିଲେ।

Actress Florence Ezekiel aka Nadira biographyସିନେମାରେ ଏକ ଦମଦାର ଦୃଶ୍ୟରେ ନାଦିରା

ଏହି ଚଳଚ୍ଚିତ୍ରରେ ବଡ ବ୍ରେକ୍:

ନାଦିରା ୫୦ ଏବଂ ୬୦ ଦଶକରେ ୭୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଥିଲେ। ନାଦିରାଙ୍କୁ ଫିଲ୍ମ ଜଗତରେ ନିର୍ଦ୍ଦେଶକ ମେହବୁବ ଖାନଙ୍କ ପତ୍ନୀ ସର୍ଦ୍ଦାର ବେଗମ୍ ପରିଚିତ କରିଥିଲେ। ନାଦିରା ୧୯୫୨ରେ ‘ଆନ୍’ରେ ପ୍ରଥମ ବଡ ବ୍ରେକ୍ ପାଇଥିଲେ। ଏହି ଚଳଚ୍ଚିତ୍ରରେ ସେ ଜଣେ ରାଜପୁତ ରାଜକୁମାରୀ ଭୂମିକାରେ ଅଭିନୟ କରିଥିଲେ, ଆଉ ବୋଲ୍ଡ ସିନ୍‌ ମଧ୍ୟ ଦେଇଥିଲେ।

ଏହା ବ୍ୟତୀତ ସେ ଶ୍ରୀ ୪୨୦, ଦିଲ୍ ଅପନା ଔର ପ୍ରୀତ ପରାଇ, ପାକିଜା, ଜୁଲି, ଅମର ଆକବର ଆନ୍ଥୋନୀ ଭଳି ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ। ନାଦିରା ‘ଜୁଲି’ ପାଇଁ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ପୁରସ୍କାର ପାଇଥିଲେ। ୨୦୦୦ରେ ଆସିଥିବା ଜୋଶ, ନାଦିରାଙ୍କର ଶେଷ ଚଳଚ୍ଚିତ୍ର ଥିଲା।

ମିଡିଆ ରିପୋର୍ଟ ଅନୁଯାୟୀ, ୧୯୪୯ରେ ନାଦିରାଙ୍କ ଦରମା ୧,୨୦୦ଟଙ୍କା ଥିଲା। ସେ ପ୍ରଥମ ଅଭିନେତ୍ରୀ ଯିଏକି ରୋଲ୍ସ ରୋଏସ୍ କାର୍ କିଣିଥିଲେ।

ନାଦିରା ଖୁବ୍ ଶ୍ରୀଘ୍ର ଖ୍ୟାତିର ସିଡ଼ି ଚଢୁଥିଲେ। ୧୨୦୦ ଟଙ୍କା ପରେ ସେ ୨୫୦୦ ଟଙ୍କା ଏବଂ ପରେ ୩୬୦୦ ଟଙ୍କା ପାଇବା ଆରମ୍ଭ କଲେ। ଯେତେବେଳେ ନାଦିରାଙ୍କୁ ୩୬୦୦ ଟଙ୍କା ମିଳିଲା, ସେତେବେଳେ ସେ ଏହାକୁ ବିଶ୍ୱାସ କରିପାରିନ ଥିଲେ ଏବଂ କହିଥିଲେ ଯେ ସେ ଏତେ ଟଙ୍କା ନେଇ ଏକାକୀ ଘରକୁ ଯାଇପାରିବେ ନାହିଁ। ଯେତେବେଳେ ସେ ଘରେ ପହଞ୍ଚି ଟଙ୍କାକୁ ମା’ଙ୍କ ହାତରେ ରଖିଦେଲେ, ସେତେବେଳେ ମା କହିଲେ- ତୁ ଚୋରି କରି ଆଣି ନାହୁଁ ତ?

ଜୀବନର ଉତ୍ଥାନ ପତନ:

ନାଦିରା କବି ନଖଶାବଙ୍କୁ ବିବାହ କରିଥିଲେ। ଏହି ବିବାହ ଅଧିକ ଦିନ ତିଷ୍ଠି ପାରି ନଥିଲା। ଏକ ସପ୍ତାହ ମଧ୍ୟରେ ଭାଙ୍ଗିଯାଇଥିଲା। ନାଦିରାଙ୍କ ନାଁ ମୋତିଲାଲ ରାଜବଂଶଙ୍କ ସହିତ ମଧ୍ୟ ଜଡିତ ଥିଲା।

ଶେଷ ମୁହୂର୍ତ୍ତରେ କେହି ନଥିଲେ:

ତାଙ୍କ ଜୀବନର ଶେଷ ମୁହୂର୍ତ୍ତରେ ନାଦିରାଙ୍କ ସହ ତାଙ୍କ କାମବାଲୀ ଶୋଭାଙ୍କ ବ୍ୟତୀତ ଆଉ କେହି ନଥିଲେ। ନାଦିରା ମୁମ୍ବାଇର ପେଡର ରୋଡ ବସୁନ୍ଧରା ବିଲଡିଂର ତୃତୀୟ ମହଲାରେ ରହୁଥିଲେ। ଶୋଭା କହୁଥିଲେ ଯେ ସେ କାହାକୁ ତାଙ୍କ ଜିନିଷ ଛୁଇଁବାକୁ ଦିଅନ୍ତି ନାହିଁ ଏବଂ ତାଙ୍କ ଜୀବନର କାହାଣୀ କହୁଥିଲେ। ନାଦିରା ୯ ଫେବୃଆରୀ ୨୦୦୬ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ