Advertisment

ଅଭିନେତ୍ରୀ ଜିୟା ଖାଁ ମୃତ୍ୟୁ ମାମଲା; ପ୍ରମାଣ ଅଭାବରୁ ଦୋଷମୁକ୍ତ ହେଲେ ସୂରଜ ପାଞ୍ଚୋଲି

ଅଭିନେତ୍ରୀ ଜିୟା ଖାନ୍‌ଙ୍କ ଆତ୍ମହତ୍ୟା ମାମଲାରେ ଆଜି ‘ସିବିଆଇ’ର ସ୍ବତନ୍ତ୍ର ଅଦାଲତ ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ପୁତ୍ର ସୂରଜ ପାଞ୍ଚୋଲିଙ୍କୁ ଦୋଷମୁକ୍ତ କରିଛନ୍ତି।

ଅଦ୍ୟତନ ହୋଇଛି
Jiah Khan Death: Mumbai court acquits Sooraj Pancholi

Sooraj Pancholi

Advertisment

ବହୁ ଚର୍ଚ୍ଚିତ ବଲିଉଡ୍ ଅଭିନେତ୍ରୀ ଜିୟା ଖାଁ ଆତ୍ମହତ୍ୟା ମାମଲାରେ ଅଭିଯୁକ୍ତ ସୂରଜ ପାଞ୍ଚୋଲିଙ୍କୁ ଦୋଷମୁକ୍ତ କଲେ ସିବିଆଇ କୋର୍ଟ । ଉପଯୁକ୍ତ ପ୍ରମାଣ ଅଭାବରୁ ମୁମ୍ବାଇ ସିବିଆଇ କୋର୍ଟ ଦୋଷମୁକ୍ତ କରିଛନ୍ତି ।

Advertisment

୨୦୧୩ ମସିହା ଜୁନ୍ ୩ ତାରିଖରେ ଜୁହୁସ୍ଥିତ ତାଙ୍କ ଆପାର୍ଟମେଣ୍ଟରେ ଆତ୍ମହତ୍ୟା କରିଥିଲେ ଜିୟା । ସେ ସମୟରେ ଅଭିନେତ୍ରୀ ଜିୟା ସୂରଜ ପାଞ୍ଚୋଲିଙ୍କୁ ଡେଟ୍ କରୁଥିଲେ। ବୟଫ୍ରେଣ୍ଡ୍‌ ସୂରଜ ପାଞ୍ଚୋଲି ଏବଂ ଜିୟାଙ୍କ ମଧ୍ୟରେ ଥିବା ସମ୍ପର୍କରେ ସ୍ଥିରତା ନ ଥିଲା ବୋଲି ଜିୟା ଲେଖିଥିବା ଗୋଟାଏ ଚିଠିରୁ ଜଣାପଡ଼ିଥିଲା। ଏଣୁ ଜିୟାଙ୍କ ମୃତ୍ୟୁ ପରେ ମାମଲାରେ ଛନ୍ଦି ହୋଇ ପଡ଼ିଥିଲେ ସୂରଜ। ତାଙ୍କୁ ଅଭିନେତ୍ରୀଙ୍କ ମୃତ୍ୟୁ ପାଇଁ ଦାୟୀ କରାଯାଇଥିଲା ।

କିନ୍ତୁ, ୨୦୧୩ ଜୁନ୍‌ରେ ଗିରଫ ହୋଇଥିବା ସୂରଜଙ୍କୁ ୨୦୧୩ ଜୁଲାଇରେ ଜାମିନ ମଞ୍ଜୁର କରାଯାଇଥିଲା। ଦୀର୍ଘ ୧୦ ବର୍ଷ ପରେ ମାମଲାର ଶୁଣାଣି କରି ସୂରଜଙ୍କୁ ଦୋଷମୁକ୍ତ କରିଛନ୍ତି କୋର୍ଟ । ରାମ୍ ଗୋପାଳ ବର୍ମାଙ୍କ ଚଳଚ୍ଚିତ୍ର ‘ନିଶବ୍ଧ’ ଜରିଆରେ ମାତ୍ର ୧୮ ବର୍ଷ ବୟସରେ ଡେବ୍ୟୁ କରିଥିଲେ ଜିୟା।

Advertisment

ଏହି ମାମଲାର ପ୍ରମୁଖ ସାକ୍ଷୀ ଜିୟାଙ୍କ ମାଆ ରାବିୟା ଖାନ୍ ଅଦାଲତଙ୍କୁ କହିଥିଲେ ଯେ, ଏଇଟା ଆତ୍ମହତ୍ୟା ନୁହେଁ, ହତ୍ୟା ବୋଲି ତାଙ୍କର ହୃଦ୍‌ବୋଧ ହେଉଛି। ସେହିପରି ଅଦାଲତରେ ସୂରଜ ପାଞ୍ଚୋଲି ଦେଇଥିବା ଚୂଡ଼ାନ୍ତ ବୟାନରେ ଉଲ୍ଲେଖ କରିଥିଲେ ଯେ, ତଦନ୍ତ ଓ ଚାର୍ଜସିଟ୍‌ ମିଥ୍ୟା। ବିଚାରପତି ସୟଦ୍‌ ଗତ ସପ୍ତାହରେ ଉଭୟ ପକ୍ଷର ଚୂଡ଼ାନ୍ତ ଯୁକ୍ତି ଶୁଣିବା ପରେ ଏହି ମାମଲାର ଫଏସଲା କରି ରାୟ ସଂରକ୍ଷିତ ରଖିଥିଲେ।

Bollywood Jiah Khan Jiah Khan Suicide Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ