Advertisment

ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ରହସ୍ୟ ଖୋଲିଲା ପୋଷ୍ଟମର୍ଟମ ରିପୋର୍ଟ

ମୃତ୍ୟୁ ପଛରେ କିଛି ଷଡ଼ଯନ୍ତ୍ର ରଚା ଯାଇଥିବା ଫ୍ୟାନ୍ସମାନେ ଆଶଙ୍କା କରୁଥିବା ବେଳେ ଏସବୁରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି। କୁପର ହସ୍ପିଟାଲରେ ସିଦ୍ଧାର୍ଥଙ୍କ ପୋଷ୍ଟମର୍ଟମ ହୋଇଥିଲା। ଯାହାର ରିପୋର୍ଟ ଏବେ ସାମ୍ନାକୁ ଆସିଛି।

ଅଦ୍ୟତନ ହୋଇଛି
Sidharth Shukla's Post-Mortem Report Out

Sidharth Shukla's Post-Mortem Report Out

Advertisment

ମୁମ୍ବାଇ: ଲୋକପ୍ରିୟ ଅଭିନେତା ତଥା ବିଗ୍‌ବସ-୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କର ଗତକାଲି ଦେହାନ୍ତ ହୋଇଛି। ହାର୍ଟ ଆଟାକ୍‌ ଯୋଗୁ ୪୦ ବର୍ଷୀୟ ଏହି ଅଭିନେତାଙ୍କ ଦେହାନ୍ତ ହୋଇଥିବା ମୁମ୍ବାଇ କୁପର ହସ୍ପିଟାଲ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି। ହେଲେ ଅଚାନକ୍‌ ତାଙ୍କ ମୃତ୍ୟୁ ଖବରକୁ ଫ୍ୟାନ୍ସଙ୍କଠୁ ଆରମ୍ଭ କରି ସେଲିବ୍ରେଟି ପର୍ଯ୍ୟନ୍ତ କେହିବି ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ମୃତ୍ୟୁ ପଛରେ କିଛି ଷଡ଼ଯନ୍ତ୍ର ରଚା ଯାଇଥିବା ଫ୍ୟାନ୍ସମାନେ ଆଶଙ୍କା କରୁଥିବା ବେଳେ ଏସବୁରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି। କୁପର ହସ୍ପିଟାଲରେ ସିଦ୍ଧାର୍ଥଙ୍କ ପୋଷ୍ଟମର୍ଟମ ହୋଇଥିଲା। ଯାହାର ରିପୋର୍ଟ ଏବେ ସାମ୍ନାକୁ ଆସିଛି। ସିଦ୍ଧାର୍ଥଙ୍କ ଶରୀରରେ କୌଣସି ପ୍ରକାରର କ୍ଷତ କି ଆଘାତ ଚିହ୍ନ ମିଳି ନଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Advertisment

ମିଳିଥିବା ସୂଚନା ଅନୁସାରେ, ସିଦ୍ଧାର୍ଥଙ୍କ ପୋଷ୍ଟମର୍ଟମର ଭିଡିଓ ରେକର୍ଡିଂ କରାଯାଇଥିଲା। ହସ୍ପିଟାଲ୍‌ର ଡାକ୍ତରଙ୍କ କହିବା ଅନୁସାରେ, ସିଦ୍ଧାର୍ଥଙ୍କ ମୃତ୍ୟୁକୁ ନେଇ କୌଣସି ପ୍ରକାର ଷଡ଼ଯନ୍ତ୍ର ରଚାଯାଇ ନାହିଁ। ତାଙ୍କର ଭିସେରା ରିପୋର୍ଟକୁ ସଂରକ୍ଷିତ ରଖାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ସିଦ୍ଧାର୍ଥଙ୍କ ଶରୀରରେ କୌଣସି ପ୍ରକାରର କ୍ଷତ କି ଆଘାତ ଚିହ୍ନ ମିଳି ନାହିଁ। 

ସୂଚନାଯୋଗ୍ୟ, ସିଦ୍ଧାର୍ଥଙ୍କୁ ହସ୍ପିଟାଲ୍‌ ଅଣାଯିବା ପରେ କାଜୁଆଲିଟି ୱାର୍ଡରେ ତାଙ୍କ ମର ଶରୀରକୁ ଅନେକ ଥର ନିରୀକ୍ଷଣ କରାଯାଇଥିଲା। ସେହି ସମୟରେ ଡାକ୍ତର ତାଙ୍କ ଶରୀରର କୌଣସି ସ୍ଥାନରେ କ୍ଷତ କି ଆଘାତ ଚିହ୍ନ ପାଇନଥିଲେ। ହସ୍ପିଟାଲ୍‌ରେ ପୋଲିସ୍‌ ଉପସ୍ଥିତିରେ ସିଦ୍ଧାର୍ଥଙ୍କ ମର ଶରୀରର ନିରୀକ୍ଷଣ କରାଯାଇଥିଲା। ନିରୀକ୍ଷଣ ପରେ ପୋଷ୍ଟମର୍ଟମ ପାଇଁ ମୃତଦେହକୁ ନିଆଯାଇଥିଲା। ଗତକାଲି ୩ଟା ୪୫ରେ ପୋଷ୍ଟମର୍ଟମ ଆରମ୍ଭ ହୋଇଥିଲା ଓ ଏହାର ଭିଡିଓ ରେକର୍ଡିଂ ମଧ୍ୟ କରାଯାଇଥିଲା। ଆଜି ୧୧ ଟା ରେ ସିଦ୍ଧାର୍ଥଙ୍କ ମୃତ ଦେହକୁ ତାଙ୍କ ପରିବାରକୁ ହସ୍ତାନ୍ତର କଲା ପରେ ଆଜି ସିଦ୍ଧାର୍ଥ ଶୁକ୍ଳାଙ୍କର ଅନ୍ତିମ ସଂସ୍କାର ହେବ ।

Advertisment

ଅନ୍ୟପକ୍ଷେ, ସିଦ୍ଧାର୍ଥଙ୍କ ମୃତ୍ୟୁକୁ ନେଇ ବର୍ତ୍ତମାନ ସୁଦ୍ଧା ତାଙ୍କ ପରିବାର ଲୋକ କାହା ଉପରେ ସନ୍ଦେହ କରି ନାହାନ୍ତି କି କାହା ବିରୋଧରେ ଅଭିଯୋଗ ମଧ୍ୟ ଆଣି ନାହାନ୍ତି। ଏପରିକି ପୋଲିସ୍‌ ମଧ୍ୟ ସିଦ୍ଧାର୍ଥଙ୍କ ମୃତ୍ୟୁକୁ ନେଇ କୌଣସି ପ୍ରକାରର ଷଡ଼ଯନ୍ତ୍ର ରଚା ଯାଇଥିବା ସନ୍ଦେହ କରିଛି। 

Advertisment

ସୂଚନାଥାଉ କି, ସେପ୍ଟେମ୍ବର ୧ ରାତି ୩ଟା ୩୦ରେ ସିଦ୍ଧାର୍ଥ ଶୁକ୍ଳା ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କ ଛାତିରେ ଯନ୍ତ୍ରଣା  ହୋଇଥିଲା। ଏନେଇ ସେ ତାଙ୍କ ମା’ଙ୍କୁ ଜଣାଇଥିଲେ। ପରେ ପାଣି ପିଇ ଶୋଇ ପଡିଥିଲେ । ହେଲେ ସକାଳୁ ଆଉ ଉଠି ନଥିଲେ। ସିଦ୍ଧାର୍ଥଙ୍କ ଟ୍ରିଟମେଣ୍ଟ ପାଇଁ ତାଙ୍କ ଘରକୁ ଡାକ୍ତରମାନେ ଯାଇଥିଲେ । ସିଦ୍ଧାର୍ଥଙ୍କୁ  ତୁରନ୍ତ କପୁର ହସ୍ପିଟାଲକୁ ନେବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥିଲେ । ସକାଳ ୧୦ଟା ୩୦ରେ ତାଙ୍କ ଭଉଣୀ ଓ ଭିଣୋଇ ହସ୍ପିଟାଲ୍‌ ନେଇଥିଲେ। ହେଲ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Sidharth Shukla Sidharth Shukla Death Sidharth Shukla Post Mortem Report
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ