Advertisment

ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ

ଅଭିନେତା ତଥା ବିଗ୍‌ ବସ୍‌ ୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୦ ବର୍ଷ ବୟସ ହୋଇଥିଲା। ହୃଦ୍‌ଘାତରେ ଆଜି ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
Actor Sidharth Shukla

Actor Sidharth Shukla

Advertisment

ମୁମ୍ବାଇ:  ଲୋକପ୍ରିୟ ଟିଭି ତାରକା ତଥା ବିଗ୍‌ ବସ୍‌ ୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୦ ବର୍ଷ ବୟସ ହୋଇଥିଲା। ହୃଦ୍‌ଘାତରେ ଆଜି ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ସିଦ୍ଧାର୍ଥ ଗତକାଲି ରାତିରେ ଶୋଇବା ପୂର୍ବରୁ କିଛି ମେଡିସିନ୍‌ ଖାଇଥିଲେ। ଏହାପରେ ସେ ଆଉ ଉଠି ପାରିନଥିଲେ। ଏହାପରେ ତାଙ୍କୁ ମୁମ୍ବାଇର କୁପର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରାଯାଇଥିଲା। ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ହସ୍ପିଟାଲ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି। ହଠାତ୍‌ ସିଦ୍ଧାର୍ଥଙ୍କ ମୃତ୍ୟୁ ଖବରକୁ ନେଇ ବଲିଉଡ୍‌ ଓ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। 

ଟିଭି ଇଣ୍ଡଷ୍ଟ୍ରିରେ ଜଣାଶୁଣା ତଥା ପରିଚିତ ଚେହେରା ସିଦ୍ଧାର୍ଥ ଶୁକ୍ଲା ରିୟଲିଟି ଶୋ’ ବିଗ୍‌ ବସ୍‌ ୧୩ର ବିଜେତା ହୋଇଥିଲେ। ଏହାବ୍ୟତୀତ ସେ ‘Khatron Ke Khiladi’ ସିଜନ୍‌ ୭ର ମଧ୍ୟ ବିଜେତା ହୋଇଥିଲେ। ସିରିୟଲ ‘ବାଳିକା ବଧୂ’ରେ ଅଭିନୟ କରି ସେ ବେଶ୍‌ ପରିଚିତ ହୋଇପାରିଥିଲେ। ବିଗ୍‌ ବସ୍‌ ୧୩ର ବିଜେତା ହେବା ପରେ ତାଙ୍କର ପ୍ରଶଂସକ ଆହୁରି ବଢ଼ି ଯାଇଥିଲା। 

Advertisment

ଅଭିନେତ୍ରୀ ଶହନାଜ ଗିଲ୍‌ଙ୍କ ସହ ତାଙ୍କର ଆଫାୟର୍ସ ଚାଲିଥିବା ନେଇ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ଚାଲିଥିଲା। ଉଭୟ ଅନେକ ମ୍ୟୁଜିକ୍‌ ଭିଡିଓରେ ମଧ୍ୟ ନଜର ଆସିଥିଲେ। ଯାହାକୁ ପ୍ରଶଂସକମାନେ ବେଶ୍‌ ପସନ୍ଦ କରିଥିଲେ। 

Advertisment

୧୯୮୦ ଡିସେମ୍ବର ୧୨ରେ ମୁମ୍ବାଇରେ ଜନ୍ମିତ ସିଦ୍ଧାର୍ଥ ପ୍ରଥମେ ଏକ ମଡେଲ୍‌ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୪ରେ ସେ ଟିଭିରେ ଅଭିନୟ କରିବା ପାଇଁ ଡେବ୍ୟୁ କରିଥିଲେ। ୨୦୦୮ରେ ‘Babul Ka Aangann Chootey Na’ ସିରିୟଲରେ ଅଭିନୟ କରିଥିଲେ। ହେଲେ ସେ ‘ବାଳିକା ବଧୂ’ ସିରିୟଲରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତି ପାରିଥିଲେ। ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ମିଳିବା ପରେ ୨୦୧୪ରେ ଫିଲ୍ମ ‘Humpty Sharma Ki Dulhania’ରେ ସେ ଅଭିନୟ କରିଥିଲେ।  ଚଳିତ ବର୍ଷ ‘Broken But Beautiful’ ୱେବ୍‌ ସିରିଜରେ ସେ ନଜର ଆସିଥିଲେ।

Sidharth Shukla Bigg Boss 13 Winner
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ