Advertisment

ସୁଟିଂ ସରିବା ପରେ ଅଭିନେତା ଶ୍ରେୟସ୍ ତଲ୍‌ପଡେଙ୍କୁ ଆସିଲା ହାର୍ଟ ଆଟାକ୍‌

ଗତକାଲି ସନ୍ଧ୍ୟାରେ ସୁଟିଂ ସରିବା ପରେ ୪୭ ବର୍ଷୀୟ ଶ୍ରେୟସ୍‌ଙ୍କୁ ହାର୍ଟ ଆଟାକ୍ ହୋଇଥିଲା । ଏହାପରେ ଅଚାନକ୍ ତଳେ ପଡ଼ି ଶ୍ରେୟସ୍‌ ବେହୋସ୍ ହୋଇଯାଇଥିଲେ ।

ଅଦ୍ୟତନ ହୋଇଛି
Actor Shreyas Talpade suffers heart attack

Actor Shreyas Talpade suffers heart attack

Advertisment

ବଲିଉଡ୍ ଅଭିନେତା ଶ୍ରେୟସ୍ ତଲ୍‌ପଡେ ଅସୁସ୍ଥ ଥିବା ସୂଚନା ମିଳିଛି । ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘ୱେଲକମ୍ ଟୁ ଜଙ୍ଗଲ’ର ସୁଟିଂ ବେଳେ ସେ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି । ଗତକାଲି ସନ୍ଧ୍ୟାରେ ସୁଟିଂ ସରିବା ପରେ ୪୭ ବର୍ଷୀୟ ଶ୍ରେୟସ୍‌ଙ୍କୁ ହାର୍ଟ ଆଟାକ୍ ହୋଇଥିଲା ।

Advertisment

ଏହାପରେ ଅଚାନକ୍ ତଳେ ପଡ଼ି ଶ୍ରେୟସ୍‌ ବେହୋସ୍ ହୋଇଯାଇଥିଲେ । ସଙ୍ଗେ ସଙ୍ଗେ ଅନ୍ଧେରୀ ୱେଷ୍ଟର ବେଲଭ୍ୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ତାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଥିଲା । ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି । 

ଖାଲି ହିନ୍ଦୀ ସିନେମା ନୁହେଁ ମରାଠୀ ସିନେମାରେ ମଧ୍ୟ ଶ୍ରେୟସ୍ ତଲ୍‌ପଡେ ଅଭିନୟ କରିଛନ୍ତି । ୨୦୦୫ ମସିହାରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଇକ୍‌ବାଲ୍‌’ରେ ଅଭିନୟ କରି ସେ ପ୍ରସିଦ୍ଧ ହୋଇଥିଲେ । ଏହାବ୍ୟତୀତ ସେ ଅନେକ ବକ୍ସ ଅଫିସ୍‌ରେ ହିଟ୍‌ ହୋଇଥିବା ଫିଲ୍ମ- ‘ଓମ୍‌ ଶାନ୍ତି ଓମ୍‌, ଗୋଲମାଲ୍‌ ରିଟର୍ଣ୍ଣସ୍‌, ହାଉସ୍‌ଫୁଲ୍‌ ୨’ ଇତ୍ୟାଦିରେ ଅଭିନୟ କରିଛନ୍ତି । 

Advertisment
Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ