Advertisment

କେମିତି ଚୋଟ ମାରିଲା ସାପ ? ଘଟଣାକୁ ନେଇ ଏମିତି କହିଲେ ସଲମାନ୍‌...

ବର୍ଥ ଡେ’ର ଠିକ୍‌ ଦିନକ ପୂର୍ବରୁ ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌ଙ୍କୁ ସାପ କାମୁଡ଼ି ଦେଇଥିବା ଖବର ସାମ୍ନାକୁ ଆସିଥିଲା। । ସଲମାନ୍‌ ପନ୍‌ଭେଲ ଫାର୍ମହାଉସ୍‌ରେ ଥିବାବେଳେ ଏହି ଘଟଣା ଘଟିଥିଲା।

Salman Khan

Salman Khan

Advertisment

ମୁମ୍ବାଇ: ବର୍ଥ ଡେ’ର ଠିକ୍‌ ଦିନକ ପୂର୍ବରୁ ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌ଙ୍କୁ ସାପ କାମୁଡ଼ି ଦେଇଥିବା ଖବର ସାମ୍ନାକୁ ଆସିଥିଲା। ଘଟଣା ପରେ ସଲମାନ୍‌ଙ୍କୁ ତୁରନ୍ତ ନଭି ମୁମ୍ବାଇର କାମୋଠେ ଅଞ୍ଚଳରେ ଥିବା ଏମ୍‌ଜିଏମ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଗତକାଲି ସକାଳ ୯ଟାରେ ତାଙ୍କୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଥିଲା। ସଲମାନ୍‌ ପନ୍‌ଭେଲ ଫାର୍ମହାଉସ୍‌ରେ ଥିବାବେଳେ ଏହି ଘଟଣା ଘଟିଥିଲା। 

Advertisment

ଘଟଣାକୁ ନେଇ ସଲମାନ୍‌ କହିଛନ୍ତି, ‘ଫାର୍ମହାଉସ୍‌ ଭିତରକୁ ଏକ ସାପ ପଶି ଆସିଥିଲା। ଏକ ବାଡ଼ି ସାହାଯ୍ୟରେ ସାପଟିକୁ ବାହାରକୁ ଛାଡ଼ିବା ପାଇଁ ନେବା ବେଳେ ଏହା ଧୀରେ ଧୀରେ ହାତ ଉପରକୁ ଚାଲି ଆସିଥିଲା। ଫଳରେ ସାପଟିକୁ ଛାଡ଼ିବା ପାଇଁ ଏହାକୁ ଧରିବା ବେଳେ ଏହି ସମୟରେ ସାପଟି ୩ଥର କାମୁଡ଼ି ଦେଇଥିଲା। ଏହା ଏକ ପ୍ରକାର ବିଷଧର ସାପ ଥିଲା। ଘଟଣା ପରେ ୬ ଘଣ୍ଟା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲି। ବର୍ତ୍ତମାନ ମୁଁ ସୁସ୍ଥ ଅଛି।’

Advertisment

ସଲମାନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସଲମାନ୍‌ଙ୍କ ବାପା ସଲିମ୍‌ ଖାନ୍‌ କହିଛନ୍ତି, ‘ସଲମାନ୍‌ ନିଜ ବେଡ୍‌ରୁମ୍‌ରେ ଥିବାବେଳେ ଅଚାନକ୍‌ ହାତରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରେ ଜଣାପଡ଼ିଥିଲା ତାଙ୍କୁ ଏକ ସାପ କାମୁଡ଼ି ଦେଇଛି। ଖୋଲା ସ୍ଥାନ ଦେଖି ସାପଟି ଘର ଭିତରେ ପ୍ରବେଶ କରିଥିଲା। ଘଟଣା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। କିଛି ଘଣ୍ଟା ହସ୍ପିଟାଲ୍‌ରେ ରହିବା ପରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଥିଲା। ଏହାପରେ ସଲମାନ୍‌ ପୁଣି ପନ୍‌ଭେଲ ଫାର୍ମହାଉସ୍‌କୁ ଫେରିଥିଲେ। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ଭାବେ ଭଲ ଅଛି।’

Advertisment

ସାପକୁ ନେଇ ମଜାଳିଆ ଅନ୍ଦାଜରେ ସଲିମ୍‌ କହିଛନ୍ତି, ‘ସାପକୁ ନେଇ ଆମେ ଚିନ୍ତିତ ନାହୁଁ। ସଲମାନ୍‌ ପୁରାପୂରି ସୁସ୍ଥ ଅଛନ୍ତି। ଆମେ ମଧ୍ୟ ବିଚାରା ସାପକୁ ଛାଡ଼ି ଦେଲୁ। ଫାର୍ମହାଉସ୍‌ ଆଖପାଖରେ ଅନେକ ବନ୍ୟଜନ୍ତୁ ରହୁଛନ୍ତି। ବିଶେଷକରି ସାପ, ବିଛା ଓ ଅନ୍ୟ କୀଟପତଙ୍ଗ ଅଧିକ ରହୁଛନ୍ତି। ତେଣୁ ଏଭଳି ଛୋଟ ଛୋଟ ଅଘଟ ଘଟିଥାଏ। ହେଲେ ମୁଁ ଜାଣିପାରୁନି ନାହିଁ କାହିଁକି ଲୋକମାନେ ଘଟଣାକୁ ନେଇ ଏତେ ଆଶ୍ଚର୍ଯ୍ୟ ହେଉଛନ୍ତି।

ଆଜି ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌ଙ୍କ ଜନ୍ମଦିନ। ୫୬ ବର୍ଷ ବୟସରେ ସେ ପଦାର୍ପଣ କରିଛନ୍ତି। ବର୍ଥ ଡେ’ ସେଲିବ୍ରେସନ୍‌ ପାଇଁ ପରିବାରର ସଦସ୍ୟ ପନ୍‌ଭେଲ ଫାର୍ମହାଉସ୍‌ରେ ଅଛନ୍ତି। 

Salman Khan Bollywood Snake Bites Salman Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ