Advertisment

ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ମଧ୍ୟରେ କିଏ ଅଧିକ ଧନୀ

ଖୁବ୍ ଶିଘ୍ର ବିବାହ ବନ୍ଧନରେ ବାନ୍ଧିହେବେ ଆଲିଆ ଭଟ୍ଟ ଓ ରଣବୀର କପୁର। ବିବାହ ପାଇଁ ଅଧିକାଂଶ କ୍ଷେତ୍ରରେ ସମାସ୍କନ୍ଧ ପାତ୍ର ଖୋଜାଯାଏ। ପ୍ରାୟତଃ ସମ୍ପତ୍ତିର ପରିମାଣକୁ ଦେଖାଯାଏ। ତେବେ ଆଲିଆ ଓ ରଣବୀରଙ୍କ ପାଖରେ କେତେ ଟଙ୍କାର ସମ୍ପତ୍ତି ଅଛି ଓ କିଏ ଅଧିକ ଧନୀ ଆସନ୍ତୁ ଜାଣିବା।

Actor Ranbir Kapoor and Alia Bhatt net worth

Actor Ranbir Kapoor and Alia Bhatt net worth

Advertisment

ଆଲିଆ ଭଟ୍ଟ ଓ ରଣବୀର କପୁର ବଲିଉଡ୍‌ର ଏମିତି ଯୋଡି ଯେଉଁମାନଙ୍କୁ ଏକାଠି ଦେଖି ପ୍ରଶଂସକମାନେ ଖୁବ ଖୁସି ହୋଇଯାଆନ୍ତି। ଆଲିଆ ଓ ରଣବୀର ଦୀର୍ଘଦିନ ହେବ ଜଣେ ଜଣଙ୍କୁ ଡେଟ୍ କରୁଛନ୍ତି। ବର୍ତ୍ତମାନ ଉଭୟ ସେମାନଙ୍କ ବିବାହକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି। କୁହାଯାଉଛି ଯେ ଏହି ଯୋଡି ଏପ୍ରିଲ୍ ୧୪ରୁ ୧୭ ଭିତରେ ବିବାହ କରିବେ। ସେମାନଙ୍କ ବିବାହକୁ ନେଇ ଅନେକ କଥା ମଧ୍ୟ ଶୁଣାଯାଉଛି।

Advertisment

ସେମାନଙ୍କୁ ନେଇ ହେଉଥିବା ବିଭିନ୍ନ ଚର୍ଚ୍ଚା ମଧ୍ୟରେ ଗୋଟିଏ ହେଉଛି ସେମାନଙ୍କ ମୋଟ ସମ୍ପତ୍ତି। ଉଭୟଙ୍କ ସମ୍ପତ୍ତି ବିଷୟରେ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ। ଏହାଛଡା ଆପଣ ମଧ୍ୟ ଜାଣିପାରିବେ ଯେ ସେମାନଙ୍କ ମଧ୍ୟରେ କିଏ ସବୁଠାରୁ ଧନୀ।

ଆଲିଆ ଭଟ୍ଟଙ୍କ ମୋଟ ସମ୍ପତ୍ତି:

ବଲିଉଡ୍‌ର ଟପ୍ ଅଭିନେତ୍ରୀମାନଙ୍କ ତାଲିକାରେ ଆଲିଆ ଭଟ୍ଟଙ୍କ ନା ସାମିଲ ରହିଛି। ସେ ବଲିଉଡ୍‌କୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ଆଲିଆ କୋଟି କୋଟି ସମ୍ପତ୍ତିର ମାଲିକାଣୀ। ୨୦୨୧ ପର୍ଯ୍ୟନ୍ତ ଆଲିଆଙ୍କ ପାଖରେ ସମୁଦାୟ ୧୬୨ କୋଟି ଟଙ୍କାର ସମ୍ପତ୍ତି ଥିଲା। କୁହାଯାଏ ଯେ ଆଲିଆ ପ୍ରତି ମାସରେ ୬୦ ଲକ୍ଷ ଟଙ୍କା ରୋଜଗାର କରନ୍ତି। ସେ ଗୋଟିଏ ଫିଲ୍ମ ପାଇଁ ପାଖାପାଖି ୮-୧୦ କୋଟି ଟଙ୍କା ଚାର୍ଜ କରୁଛନ୍ତି। ଖାଲି ଫିଲ୍ମ ନୁହେଁ, ବିଜ୍ଞାପନ, ବ୍ରାଣ୍ଡ୍ ଆଦିରୁ ମଧ୍ୟ ଆଲିଆ ଭଟ୍ଟ ମୋଟା ରକମର ରୋଜଗାର କରନ୍ତି।

Advertisment

ରଣବୀର କପୁରଙ୍କ ମୋଟ୍ ସମ୍ପତ୍ତି:

ଆଲିଆ ଭଟ୍ଟ ବ୍ୟାକ୍ ଟୁ ବ୍ୟାକ୍ ଅନେକ ଫିଲ୍ମରେ କାମ କରିଥିଲେ ବି ରଣବୀର କପୁର ତାଙ୍କ ଗାର୍ଲ ଫ୍ରେଣ୍ଡଙ୍କ ଠାରୁ ଅଧିକ୍ ଧନୀ। ୨୦୨୧ ପର୍ଯ୍ୟନ୍ତ ରଣବୀରଙ୍କ ପାଖରେ ୩୩୦ କୋଟି ଟଙ୍କାର ସମ୍ପତ୍ତି ଥିଲା। ରଣବୀର ଗୋଟିଏ ଫିଲ୍ମ ପାଇଁ ୭ରୁ ୮ କୋଟି ଦାବି କରନ୍ତି। ସେ ମଧ୍ୟ ଫିଲ୍ମ ବ୍ୟତୀତ ବିଜ୍ଞାପନ, ବ୍ରାଣ୍ଡ୍ ଆଦିରେ କାମ କରି କୋଟି କୋଟି ଟଙ୍କା ରୋଜଗାର କରନ୍ତି।

ଆଲିଆ-ରଣବୀରଙ୍କ କାର୍:

ଉଭୟ ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ଦାମୀ କାର୍ ଚଢିବାର ସୌକ୍ ଅଛି। ଆଲିଆଙ୍କ କାର୍ କଲେକ୍ସନର କଥା କହିଲେ ତାଙ୍କ ପାଖରେ ନ୍ୟୁ ଅଡି କ୍ୟୁ ୭, ଅଡି କ୍ୟୁ ୫, ଅଡି ଏ ୬, ବିଏମ୍‌ଡବ୍ଲ୍ୟୁ ୭ ସିରିଜ୍, ଲେଣ୍ଡ୍ ରୋବର୍, ରେଞ୍ଜ୍ ରୋବର୍, ଭୋଗ୍ ଭଳି ଗାଡି ରହିଛି। ସେହିପରି ରଣବୀରଙ୍କ ପାଖରେ ମଧ୍ୟ ଅଡି ଆର୍ ୮, ମର୍ସିଡେଜ୍ ଜୀ ୬୩, ରେଞ୍ଜ୍ ରୋବର୍ ଭୋଗ୍, ରେଞ୍ଜ୍ ରୋଭର୍ ସ୍ମାର୍ଟ ଭଳି ଅନେକ ଗାଡି ରହିଛି।

Advertisment

ଆଲିଆ-ରଣବୀରଙ୍କ ଆଗାମୀ ପ୍ରୋଜେକ୍ଟ:

ଆଲିଆ ଓ ରଣବୀରଙ୍କ ହାତରେ ଅନେକ ଫିଲ୍ମ ରହିଛି। ଉଭୟ ପ୍ରଥମ ଥର ପାଇଁ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ। ଏହି ଫିଲ୍ମ ସେପ୍ଟେମ୍ବର ୯ରେ ରିଲିଜ୍ ହେବ। ଏହା ଛଡା ଆଲିଆ ଭଟ୍ଟଙ୍କ ପାଖରେ ‘ରକୀ ଔର୍ ରାନୀ’, ‘ତଖ୍‌ତ’, ‘ଡାର୍ଲିଂସ୍’ ଭଳି ଫିଲ୍ମ ଥିବା ବେଳେ ରଣବୀର କପୁରଙ୍କ ହାତରେ ‘ଆନିମଲ୍’, ‘ଶମଶେର୍’ ଓ ଲଭ୍ ରଞ୍ଜନଙ୍କ ଅନ୍‌ଟାଇଟଲ ଫିଲ୍ମ ରହିଛି।

Bollywood Alia Bhatt And Ranbir Kapoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ