Advertisment

ମିଳିଲେନି ଡୋନର, ଚିକିତ୍ସା ପାଇଁ ଦିଲ୍ଲୀରୁ ହାଇଦ୍ରାବାଦ ଗଲେ ପିଣ୍ଟୁ

ଚିକିତ୍ସା ପାଇଁ ହାଇଦ୍ରାବାଦ ଗଲେ ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦ। ଲିଭର୍ ଟ୍ରାନ୍ସପ୍ଲାଣ୍ଟ ଲାଗି ଦିଲ୍ଲୀରେ ଡୋନର ନମିଳିବାରୁ ତାଙ୍କୁ ହାଇଦ୍ରାବାଦର ଯଶୋଦା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଅଦ୍ୟତନ ହୋଇଛି
Ollywood actor Pintu Nanda shifted to hyderabad

Ollywood actor Pintu Nanda shifted to hyderabad

Advertisment

ଚିକିତ୍ସା ପାଇଁ ହାଇଦ୍ରାବାଦ ଗଲେ ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦ। ଲିଭର୍ ଟ୍ରାନ୍ସପ୍ଲାଣ୍ଟ ଲାଗି ଦିଲ୍ଲୀରେ ଡୋନର ନମିଳିବାରୁ ତାଙ୍କୁ ହାଇଦ୍ରାବାଦର ଯଶୋଦା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏନେଇ ପିଣ୍ଟୁନନ୍ଦଙ୍କ ବନ୍ଧୁ ସରୋଜ ମଲ୍ଲିକ ସୂଚନା ଦେଇଛନ୍ତି। 

Advertisment

ଲିଭର୍ ସିରୋସିସ୍‌ରେ ପୀଡ଼ିତ ହେବା ପରେ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପିଣ୍ଟୁ ଚିକିତ୍ସିତ ହେଉଥିଲେ। ତେବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ତେଣୁ ଗତ ଫେବୃଆରୀ ୭ ତାରିଖରେ ସେ ଦିଲ୍ଲୀ ଗସ୍ତ କରିଥିଲେ ଓ ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ହେଲେ ଡୋନର ନମିଳିବାରୁ ପିଣ୍ଟୁଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୬ ମାସ ମଧ୍ୟରେ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରେଇବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଯଦି ଲିଭର ଟ୍ରାନ୍ସପ୍ଲାଣ୍ଟ ନହୁଏ ତା’ହେଲେ ପିଣ୍ଟୁଙ୍କ ଅବସ୍ଥା ଆହୁରି ସଙ୍କଟାପନ୍ନ ହୋଇପାରେ ବୋଲି ଜଣାପଡ଼ିଛି। 

Advertisment
Ollywood Actor Pintu Nanda Pintu Nanda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ