Advertisment

ଆସିଲା ବିମାନ, ହେଲେ ଆସିଲେନି ବାବୁସାନ...

ଗତକାଲି ଚେନ୍ନାଇ ଏୟାରପୋର୍ଟରେ ଅଭିନେତା ବାବୁସାନ ମହାନ୍ତିଙ୍କୁ ଦେଖିବାକୁ ମିଳିଥିଲା। ହେଲେ ଏହାପରେ ବି ସେ ଭୁବନେଶ୍ୱର ଫେରି ନାହାନ୍ତି।

 Actor Babushaan Mohanty Spotted At Chennai Airport, Doesn’t Land In Bhubaneswar

Actor Babushaan Mohanty Spotted At Chennai Airport, Doesn’t Land In Bhubaneswar

Advertisment

ଆସିଲା ଭିଡିଓ ହେଲେ ଆସିଲେନି ବାବୁସାନ। ଗତକାଲି ଚେନ୍ନାଇ ଏୟାରପୋର୍ଟରେ ଅଭିନେତା ବାବୁସାନ ମହାନ୍ତିଙ୍କୁ ଦେଖିବାକୁ ମିଳିଥିଲା। ହେଲେ ଏହାପରେ ବି ସେ ଭୁବନେଶ୍ୱର ଫେରି ନାହାନ୍ତି।

Advertisment

ଭିଡିଓରେ ବାବୁସାନଙ୍କ ସହ ଅନ୍ୟ ଦୁଇ ଜଣ କଳାକାର ବି ଥିଲେ। କୁହାଯାଉଥିଲା କି ବାବୁସାନ୍ ଚେନ୍ନାଇରୁ ଭୁବନେଶ୍ୱରକୁ ଫେରୁଛନ୍ତି। ଏହି ଖବର ମିଳିବା ପରେ ଫ୍ୟାନ୍‌ମାନେ ଏୟାରପୋର୍ଟରେ ନିଜ ଷ୍ଟାରଙ୍କୁ ଦେଖିବାକୁ ଅପେକ୍ଷା କରିଥିଲେ। ହେଲେ ନା ବାବୁସାନ ଆସିଲେ ନା ତାଙ୍କ ସମ୍ପର୍କରେ କୌଣସି ଖବର ମିଳିଲା।

କୁହାଯାଉଛି, ବାବୁସାନ ଆଜି ଭୁବନେଶ୍ୱର ଆସିପାରନ୍ତି। ସେ ଭୁବନେଶ୍ୱରରେ ପହଞ୍ଚିବା ପରେ କ’ଣ ପ୍ରତିକ୍ରିୟା ରଖୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର। ପ୍ରକୃତି-ତୃପ୍ତି ବିବାଦ ପରେ ସେ ଭିଡିଓ ବାର୍ତ୍ତା ଦେଇଥିଲେ।

Advertisment

ଅନ୍ୟପକ୍ଷେ, ମାମଲାକୁ ନେଇ ପୋଲିସ୍‌ରେ ଏତଲା ହୋଇଛି। ପ୍ରକୃତିଙ୍କ ଘରକୁ ଯାଇ ଖାରବେଳ ନଗର ଥାନା ପୋଲିସ୍ ତଦନ୍ତ ବି ଆରମ୍ଭ କରିଛି। ତେଣୁ ଭୁବନେଶ୍ୱରରେ ପହଞ୍ଚିବା ପରେ ବାବୁସାନଙ୍କୁ ପୋଲିସ୍‌  ଏହି ମାମଲାରେ ପଚରାଉଚରା କରିବ।

Prakruti Mishra Babushaan Mohanty Babushan Mohanty Prakruti Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ