Advertisment

କ’ଣ ଖୁଲାସା କରିବେ ବାବୁସାନ ? କହିଲେ- ଠିକ୍‌ ସମୟରେ ଠିକ୍‌ କଥା କହିବି

ନିଜ ଘର ବାଲକୋନିରେ ଥାଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାବୁସାନ କହିଥିଲେ ଯେ, ‘ମୁଁ ପରିବାର ପାଖରେ ଅଛି, ସେଥିପାଇଁ ବହୁତ ଖୁସି। ଠିକ୍ ସମୟରେ ଠିକ୍ କଥା କହିବି।’

ଅଦ୍ୟତନ ହୋଇଛି
Actor Babushaan Mohanty At The Balcony Of His House

Actor Babushaan Mohanty At The Balcony Of His House

Advertisment

ତୃପ୍ତି-ପ୍ରକୃତି-ବାବୁସାନ କଳି ଭିତରେ ଅଭିନେତା ବାବୁସାନ ମହାନ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଆଜି ସେ ନିଜ ଘର ବାଲକୋନିକୁ ଆସି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ସମୟରେ ତାଙ୍କ ସାଙ୍ଗରେ ମା’ ଅପରାଜିତା ମହାନ୍ତି ଥିବା ଦେଖିବାକୁ ମିଳିଥିଲା। ନିଜ ଘର ବାଲକୋନିରେ ଥାଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାବୁସାନ କହିଥିଲେ ଯେ, ‘ମୁଁ ପରିବାର ପାଖରେ ଅଛି, ସେଥିପାଇଁ ବହୁତ ଖୁସି। ଠିକ୍ ସମୟରେ ଠିକ୍ କଥା କହିବି।’

Advertisment

ଆଜି ଥାନାକୁ ଯିବାର ଅଛି କି ପ୍ରଶ୍ନରେ ଅପରାଜିତା କହିଥିଲେ, ‘ଆଜି କୁଆଡ଼େ ଯିବାର ନାହିଁ। ଆମ ଉଭୟଙ୍କ ଦେହ ଭଲ ନାହିଁ।’

Advertisment

ଓକିଲଙ୍କ ଜରିଆରେ ହାଇକୋର୍ଟରେ ବାବୁସାନ ଆଗୁଆ ଜାମିନ୍ ଆବେଦନ କରିଛନ୍ତି। ପତ୍ନୀ ତୃପ୍ତି ଶତପଥୀଙ୍କ ଏତଲା ଆଧାରରେ ପରୋକ୍ଷରେ ଅଭିଯୁକ୍ତ ଅଛନ୍ତି ବାବୁସାନ। ଅନ୍ୟପକ୍ଷେ, ବାବୁସାନଙ୍କୁ ବି ନୋଟିସ୍ କରିଛି ଖାରବେଳନଗର ପୋଲିସ। ଏହି ମାମଲାରେ ଆଜି ପୋଲିସ୍‌ ବାବୁସାନଙ୍କୁ ଜେରା କରିବାର ଥିଲା। ହେଲେ ତାଙ୍କ ଦେହ ଭଲ ନଥିବାରୁ ଆଜି ସେ କୁଆଡ଼େ ଯିବେ ନାହିଁ ବୋଲି ମା’ ଅପରାଜିତା କହିଛନ୍ତି। 

ସୂଚନାଥାଉ କି, ଗତ ମଙ୍ଗଳବାର ଦିନ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଘଣ୍ଟାଏ ଧରି ପଚରାଉଚରା ପରେ ଏବେ ବାବୁସାନଙ୍କ ପାଳି। ସତ୍ୟନଗର ଗେଷ୍ଟହାଉସ୍ ସାମ୍ନାର କଳି ପଛର ସତ କଣ ? ପ୍ରକୃତିଙ୍କ ସହ ବାବୁସାନଙ୍କ କି ସମ୍ପର୍କ ? ପ୍ରକୃତିଙ୍କୁ କାହିଁକି ସାଙ୍ଗରେ ନେଇ ଚେନ୍ନାଇ ଯାଇଥିଲେ ବାବୁସାନ ? ଚେନ୍ନାଇରେ ପ୍ରକୃତିଙ୍କ ସହ ଗୋଟିଏ ହୋଟେଲ୍‌ ଥିଲେ କି ବାବୁସାନ ? ପ୍ରକୃତି ବାବୁସାନଙ୍କୁ ବ୍ଲାକମେଲିଂ କରୁଥିଲେ କି ? ପତ୍ନୀଙ୍କ ପାଖେ ନରହିବାକୁ ପ୍ରବର୍ତ୍ତାଉଥିଲେ କି ପ୍ରକୃତି ? ବାବୁସାନ ଓ ପ୍ରକୃତିଙ୍କ ପରିବାର ମଧ୍ୟରେ କି ଆଲୋଚନା ହୋଇଥିଲା ? ବାବୁସାନଙ୍କୁ ନିଶା ଦିଆଯାଉଥିବା ନେଇ ପତ୍ନୀ ତୃପ୍ତିଙ୍କ ଅଭିଯୋଗ ପଛର ସତ କ’ଣ ? ଏଭଳି ସମ୍ଭାବ୍ୟ ପ୍ରଶ୍ନକୁ ଧରି ପୋଲିସ ବାବୁସାନଙ୍କୁ ଜେରା କରିପାରେ।

Advertisment
Aparajita Mohanty Prakruti Mishra Babushan Mohanty Prakruti Mishra Babushaan Mohanty
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ