Advertisment

ରାତିରେ ଘନଘନ ଜେରା, ସକାଳୁ ଗିରଫ ହେଲେ ଏହି ଅଭିନେତା

ଲୋକପ୍ରିୟ ଟିଭି କଳାକାର ଗୌରବ ଦୀକ୍ଷିତଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରାଯିବାର ଦିନକ ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଡ୍ରଗ୍ସ ମାମଲାରେ ବଲିଉଡ୍‌ ଅଭିନେତା ଅର୍‌ମାନ୍‌ କୋହଲିଙ୍କୁ ଗିରଫ କରିଛି।

Actor Armaan Kohli

Actor Armaan Kohli

Advertisment

ମୁମ୍ବାଇ: ଲୋକପ୍ରିୟ ଟିଭି କଳାକାର ଗୌରବ ଦୀକ୍ଷିତଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରାଯିବାର ଦିନକ ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଡ୍ରଗ୍ସ ମାମଲାରେ ବଲିଉଡ୍‌ ଅଭିନେତା ଅର୍‌ମାନ୍‌ କୋହଲିଙ୍କୁ ଗିରଫ କରିଛି। ଅର୍‌ମାନ୍‌ଙ୍କ ଘରୁ ବ୍ୟାନ୍‌ ହୋଇଥିବା ଡ୍ରଗ୍ସ ମିଳିବା ପରେ ଗତକାଲି ରାତିରେ NCB ତାଙ୍କୁ ପଚରାଉଚରା କରିଥିଲା। ଏହାପରେ ଆଜି ସକାଳେ ତାଙ୍କୁ ଗିରଫ କରାଯାଇଥିଲା। 

Advertisment

ସୂଚନା ଅନୁସାରେ, ଗତକାଲି ଅର୍‌ମାନ୍‌ଙ୍କ ମୁମ୍ବାଇ ଅନ୍ଦେରୀ ସ୍ଥିତ ଘରେ NCB ରେଡ୍‌ କରିଥିଲା। ରେଡ୍‌ ସମୟରେ କିଛି ପରିମାଣର କୋକେନ(Cocaine) ଜବତ ହୋଇଥିଲା। ତଦନ୍ତରୁ ଜଣାପଡ଼ିଛି, କୋକେନ ଦକ୍ଷିଣ ଆମେରିକାରୁ ମଧ୍ୟ ଜବତ ହୋଇଥିଲା। ତେଣୁ ଏହି ମାମଲାର କିଛି ଅନ୍ତର୍ଜାତୀୟ ଲିଙ୍କ୍‌ ଥିବା ସନ୍ଦେହ କରାଯାଉଛି। ତେବେ ଏହାର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ? ଏଥିରେ କେଉଁ କେଉଁମାନଙ୍କର ସମ୍ପୃକ୍ତି ଅଛି ? ଏସବୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। 

ଆଣ୍ଟି-ଡ୍ରଗ୍ସ ଏଜେନ୍ସିର ଏକ ଟିମ୍‌ ଶନିବାର ଅଜୟ ରାଜୁ ସିଂ ନାମକ ଜଣେ ଡ୍ରଗ୍‌ ପେଡଲର୍‌ଙ୍କୁ ଧରିଥିଲା। ତାଙ୍କ ନିକଟରୁ ବେଆଇନ୍‌ ଡ୍ରଗ୍ସ ସବୁ ଜବତ ହୋଇଥିଲା। ତାଙ୍କୁ ଜେରା ବେଳେ ଅର୍‌ମାନ୍‌ଙ୍କ ନାଁ ସାମ୍ନାକୁ ଆସିଥିଲା।  ଗତକାଲି ଏନ୍‌ସିବି ଟିମ୍‌ ଅର୍‌ମାନ୍‌ଙ୍କ ଘର ରେଡ୍‌ ବେଳେ କିଛି ପରିମାଣର କୋକେନ ପାଇଥିଲେ। ଏହାପରେ ଏନ୍‌ସିବି ଟିମ୍‌ ଅଭିନେତାଙ୍କୁ ପଚରାଉଚରା କରିଥିଲେ ଓ ପରେ ଗିରଫ କରିଥିଲେ।

Advertisment

ଅଭିନେତା ସଲମାନ୍ ଖାନଙ୍କ ଅଭିନୀତ ଫିଲ୍ମ ‘Prem Ratan Dhan Payo’ରେ ଅର୍‌ମାନ୍‌ ଅଭିନୟ କରିଥିଲେ। ଏହାବ୍ୟତୀତ ସେ ଅନ୍ୟ ଫିଲ୍ମ ଓ ରିଅଲିଟି ଶୋ’ ବିଗ୍‌ ବସ୍‌ରେ ପ୍ରତିଯୋଗୀ ଥିଲେ। ଶୁକ୍ରବାର NCBର ମୁମ୍ବାଇ ଜୋନାଲ୍‌ ଟିମ୍‌ ଗୌରବଙ୍କୁ ଗିରଫ କରିଥିଲା। ଡ୍ରଗ୍ସ କାରବାରକୁ ନେଇ ନେଇ ଅଭିନେତା ଏଜାଜ୍ ଖାନ୍ ଓ ଅନ୍ୟ କିଛି ଲୋକଙ୍କୁ ପଚରାଉଚରା ବେଳେ ଗୌରବଙ୍କ ନାଁ ସାମ୍ନାକୁ ଆସିଥିଲା। 

Advertisment
NCB Drugs Case Bollywood Drugs Case Actor Armaan Kohli
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ