Advertisment

ଇସ୍ରାଏଲର ଜାତୀୟ ସଂଗୀତ କପି କରି ଟ୍ରୋଲ ହେଲେ ଅନୁ ମଲିକ

ଗୀତ ରିଆଲିଟି ସୋ ଇଣ୍ଡିଆନ୍ ଆଇଡଲ୍ ୧୨ର ଲୋକପ୍ରିୟତା ଚର୍ଚ୍ଚାରେ ଥିବା ବେଳେ କେତେବେଳେ ଶୋ’ରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କ ଯୋଗୁଁ ହେଉ ବା କେତେବେଳେ ବିଚାରପତିମାନଙ୍କ ଯୋଗୁଁ ହେଉ ଶୋ’ ଆଲୋଚନାରେ ରହିବା ଏକ ସାଧାରଣ କଥା ହୋଇଗଲାଣି। ବର୍ତ୍ତମାନ ଅନୁ ମଲିକ ଇଣ୍ଡିଆନ୍ ଆଇଡଲ୍‌ର ଜଜ୍ ଦାୟିତ୍ୱ ତୁଲାଉଛନ୍ତି। ନିକଟରେ ଏକ ଖବର ମୁତାବକ ସେ ଟ୍ରୋଲର ଶିକାର ହୋଇଛନ୍ତି। ଇସ୍ରାଏଲର୍‌ ଜିମ୍ନାଷ୍ଟ ଡୋଲଗୋପୟାତ ଜିମ୍ନାଷ୍ଟରେ ସ୍ୱର୍ଣ୍ଣ ମେଡାଲ ଜିତିବା ପରେ ଅନୁ ମଲିକ ଟ୍ରୋଲ୍‌ ହେଉଛନ୍ତି।

ଅଦ୍ୟତନ ହୋଇଛି
ଇସ୍ରାଏଲର ଜାତୀୟ ସଂଗୀତ କପି କରି ଟ୍ରୋଲ ହେଲେ ଅନୁ ମଲିକ

Anu Malik

Advertisment

ମୁମ୍ବାଇ: ଗୀତ ରିଆଲିଟି ସୋ ଇଣ୍ଡିଆନ୍ ଆଇଡଲ୍ ୧୨ର ଲୋକପ୍ରିୟତା ନେଇ ଏହା ସବୁବେଳେ ଚର୍ଚ୍ଚାରେ ରହିଥାଏ। କେତେବେଳେ ଶୋ’ରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କ ଯୋଗୁଁ ହେଉ ବା କେତେବେଳେ ବିଚାରପତିମାନଙ୍କ ଯୋଗୁଁ ହେଉ ଶୋ’ ଆଲୋଚନାରେ ରହିବା ଏକ ସାଧାରଣ କଥା ହୋଇଗଲାଣି। ବର୍ତ୍ତମାନ ଅନୁ ମଲିକ ଇଣ୍ଡିଆନ୍ ଆଇଡଲ୍‌ର ଜଜ୍ ଦାୟିତ୍ୱ ତୁଲାଉଛନ୍ତି। ନିକଟରେ ଏକ ଖବର ମୁତାବକ ସେ ଟ୍ରୋଲର ଶିକାର ହୋଇଛନ୍ତି। ଇସ୍ରାଏଲର୍‌ ଜିମ୍ନାଷ୍ଟ ଡୋଲଗୋପୟାତ ଜିମ୍ନାଷ୍ଟରେ ସ୍ୱର୍ଣ୍ଣ ମେଡାଲ ଜିତିବା ପରେ ଅନୁ ମଲିକ ଟ୍ରୋଲ୍‌ ହେଉଛନ୍ତି। ପ୍ରକୃତ କଥା ହେଉଛି ଡୋଲଗୋପୟାତଙ୍କ ବିଜୟ ପରେ ଦେଶର ଜାତୀୟ ସଂଗୀତ ବାଜିଥିଲା। ଏହା ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ୍‌ ହୋଇଥିଲା।

Advertisment

ସୋସିଆଲ୍ ମିଡିଆର ଉପଭୋକ୍ତାମାନେ ଇସ୍ରାଏଲର ଜାତୀୟ ସଂଗୀତ ଶୁଣିବା ପରେ ସେମାନଙ୍କର 'ମେରା ମୁଲ୍କ ମେରା ଦେଶ ମେରା ଏ ଚମନ' ମନେ ପଡିଯାଇଥିଲା। ଏହି କାରଣରୁ ଉପଭୋକ୍ତାମାନେ ଅନୁ ମଲିକଙ୍କୁ ଟ୍ରୋଲ୍‌ କରିବା ଆରମ୍ଭ କରି ଦେଇଥିଲେ ଏବଂ ତାତ୍ସଲ୍ୟ କରି କହିଥିଲେ ଯେ ତାଙ୍କୁ କପି କରିବାକୁ କ’ଣ ଅନ୍ୟ ଦେଶର ଜାତୀୟ ସଂଗୀତ ହିଁ ମିଳିଲା। ଉପଭୋକ୍ତାମାନେ ଭିଡିଓ ଉପରେ ମତ ମନ୍ତବ୍ୟ ଦେଇ ଅନୁ ମଲିକଙ୍କୁ କ୍ରମାଗତ ଭାବରେ ଟାର୍ଗେଟ୍‌ କରୁଥିବା ଦେଖାଯାଉଛି।

Advertisment

ସୋସିଆଲ ମିଡିଆରେ ମନ୍ତବ୍ୟ ଦେଇ ଅନେକ ଉପଭୋକ୍ତା ଅନୁ ମଲିକଙ୍କୁ ପରିହାସ କରୁଛନ୍ତି ଏବଂ ସେ ଇସ୍ରାଏଲର ଜାତୀୟ ସଂଗୀତକୁ ଚୋରି କରିଥିବା ଅଭିଯୋଗ ମଧ୍ୟ କରୁଛନ୍ତି। ଜଣେ ଉପଭୋକ୍ତା ମତ ଦେଇ ଲେଖିଛନ୍ତି ଯେ “ଇସ୍ରାଏଲର ଜାତୀୟ ସଂଗୀତ ଅନୁସାରେ ଦିଲ୍‌ଜଲେ ସିନେମାର ମେରା ମୁଲ୍କ ମେରା ଦେଶ ମେରା ଏ ଚମନ ଗୀତ ତିଆରି ହୋଇଛି ଏବଂ ଏହା ଲୋୟର ଟେମ୍ପୋରେ ଗତି କରୁଛି। ମୁଁ ଭାବୁଥିଲି ଏହି ଗୀତର ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକ୍ ଥିଲେ ବୋଲି, କିନ୍ତୁ ମୁଁ ବର୍ତ୍ତମାନ ୧୦୦% ନିଶ୍ଚିତ ଯେ ସେ ସେହି ଗୀତକୁ ଏଠାରୁ ହିଁ କପି କରିଛନ୍ତି।”

Advertisment

ସେହିପରି ଆଉ ଜଣେ ଉପଭୋକ୍ତା ବ୍ୟଙ୍ଗାତ୍ମକ ଭାବେ ଲେଖିଛନ୍ତି ଯେ “କିଏ କହିଲା ଯେ ଅନୁ ମଲିକ ଏସ୍ରାଏଲର ଜାତୀୟ ସଂଗୀତକୁ ଅନୁ ମଲିକ କପି କରିଛନ୍ତି ବୋଲି? ମୁଁ ତ ଭାବୁଛି ଅଲିମ୍ପିକ୍ କମିଟି ବୋଧେ ମେରା ମୁଲ୍କ ମେରା ଦେଶ ଗୀତକୁ ହିଁ ବଜେଇଲେ ପ୍ରସିଦ୍ଧ ସଂଗୀତକାର ଅନୁ ମଲିକଙ୍କ ସମ୍ମାନ ଉଦ୍ଦେଶ୍ୟରେ”। ଆଉ ଜଣେ ଉପଭୋକ୍ତା କହିଛନ୍ତି ଯେ “ବୋଧେ ଉର୍ଦୁବୁଡର ଉସ୍ତାଦ ଅନୱର୍(ଅନୁ) ମଲିକଙ୍କ ଦିଲଜଲେ ଗୀତରୁ ଇସ୍ରାଏଲ କପି କରି ନିଜ ଜାତୀୟ ସଂଗୀତ କରିଛି। ଦିଲ୍‌ଜଲେ କାଶ୍ମୀରର ଜଣେ ଭୟଭୀତ ଆତଙ୍କବାଦୀର କାହାଣୀ ଥିଲା।” ତଥାପି ଏହା ପ୍ରଥମ ଥର ନୁହେଁ ଯେ ଅନୁ ମଲିକ କୌଣସି ବିବାଦର ସମ୍ମୁଖୀନ ହେଉଛନ୍ତି। ଏହା ପୂର୍ବରୁ ମଧ୍ୟ ତାଙ୍କ ବିରୋଧରେ ଅନେକ ଅଭିଯୋଗ ଆସିଛି। ମୀଟୁ ଆନ୍ଦୋଳନ ସମୟରେ ମଧ୍ୟ ଅନୁ ମଲିକଙ୍କ ନାମ ଚର୍ଚ୍ଚାରେ ଥିଲା।

Music Director Anu Malik Mumbai Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ