Advertisment

ରିଲିଜ୍ ହେଲା ‘ଆଶ୍ରମ ୩’ର ଟ୍ରେଲର୍‌; ଏହି ଦିନ ଷ୍ଟ୍ରିମ୍ ହେବ

ସାମ୍ନାକୁ ଆସିଛି ‘ଆଶ୍ରମ ୩’ର ଟ୍ରେଲର୍‌। ପୁଣି ଥରେ କାଶୀପୁରର ବାବାଙ୍କ ରାଜ୍ୟ ଫେରି ଆସିଛି। ‘ଆଶ୍ରମ ୩’ର ଟ୍ରେଲର୍‌ ସହିତ ପୁଣି ଥରେ 'ଜପନାମ'ର ଗୁଞ୍ଜର ମଧ୍ୟ ଶୁଣିବାକୁ ମିଳିଛି। ବାବାଙ୍କ ଅନ୍ଧକାର ରାଜ୍ୟରେ ଥିବା ମାୟାଜାଲର ହେବ କି ପର୍ଦାଫାସ?

ଅଦ୍ୟତନ ହୋଇଛି
Aashram-3 trailer out the series will stream from 3 june

Aashram-3 trailer out the series will stream from 3 june

Advertisment

ବବି ଦେଓଲ୍ ଷ୍ଟାରର୍‌ ବହୁ ପ୍ରତୀକ୍ଷିତ ୱେବ୍ ସିରିଜ୍ ‘ଆଶ୍ରମ ୩’ କୁ ଦର୍ଶକ ଦୀର୍ଘ ଦିନ ଧରି ଅପେକ୍ଷା କରି ରହିଛନ୍ତି। ସିରିଜ୍‌ର ଦୁଇଟି ସିଜନ୍‌ର ଭଲ ପ୍ରତିକ୍ରିୟା ପରେ, ନିର୍ମାତା ଏହାର ତୃତୀୟ ସିଜନ୍‌କୁ ରିଲିଜ୍ କରିବାକୁ ଏବେ ପ୍ରସ୍ତୁତ। ତେବେ ଶୋ’ର ନିର୍ମାତା ଶୁକ୍ରବାର ଏହି ୱେବ୍ ସିରିଜ୍‌ର ତୃତୀୟ ସିଜିନ୍‌ର ଟ୍ରେଲର ରିଲିଜ୍ କରିଛନ୍ତ। ରିଲିଜ୍ ହୋଇଥିବା ଏହି ସିରିଜ୍‌ର ଟ୍ରେଲର ସହିତ ନିର୍ମାତା ଦର୍ଶକଙ୍କ ପାଇଁ ଏକ ବଡ ସୂଚନା ମଧ୍ୟ ଶେୟାର କରିଛନ୍ତି। ଏହି ଧାରାବାହିକର ଜବରଦସ୍ତ ଟ୍ରେଲର ରିଲିଜ୍ କରି ନିର୍ମାତା ‘ଆଶ୍ରମ’ର ତୃତୀୟ ସିଜିନ୍‌ର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରିଛନ୍ତି।

Advertisment

ସାମ୍ନାକୁ ଆସିଥିବା ଟ୍ରେଲର୍‌ରେ ପୁଣି ଥରେ କାଶୀପୁରର ବାବାଙ୍କ ରାଜ୍ୟ ଫେରି ଆସିଛି। ‘ଆଶ୍ରମ ୩’ର ଟ୍ରେଲର୍‌ ସହିତ ପୁଣି ଥରେ 'ଜପନାମ'ର ଗୁଞ୍ଜର ମଧ୍ୟ ଶୁଣିବାକୁ ମିଳିଛି। ସିରିଜ୍‌ର ଟ୍ରେଲର୍‌କୁ ଦେଖିଲେ ଏହା କୁହାଯାଇପାରେ ଯେ ପ୍ରକାଶ ଝା 'ଆଶ୍ରମ ୩'ରେ ବାବାଙ୍କ ଅନ୍ଧକାର ରାଜ୍ୟରେ ଥିବା ମାୟାଜାଲକୁ ନେଇ ଆସୁଛନ୍ତି। ଟ୍ରେଲରକୁ ଦେଖି ଏହି ସିରିଜକୁ ଅପେକ୍ଷା କରିଥିବା ଦର୍ଶକଙ୍କ ଆଗ୍ରହ ଆହୁରି ବଢିଚାଲିଛି।

ସିରିଜ୍‌ର ଏହି ନୂଆ ସିଜନ୍‌ରେ ଅଭିନେତା ବବି ଦେଓଲ ପୁଣି ଥରେ ନିରାଲା ବାବା ହୋଇ ଆଶ୍ରମରେ ଦରବାର ଚଳଉଥିବା ନଜର ଆସିବେ। ଏଥି ସହିତ, ଏହି ସିଜନ୍‌ରେ ଅଭିନେତ୍ରୀ ଈଶା ଗୁପ୍ତା ମଧ୍ୟ ତାଙ୍କ ବୋଲ୍ଡ ଏବଂ ଆକର୍ଷଣୀୟ ଅଭିନୟରେ ଦର୍ଶକଙ୍କୁ ପାଗଳ କରୁଥିବା ଦେଖିବାକୁ ମିଳିବ। ପ୍ରକାଶ ଝା’ଙ୍କ ଦ୍ୱାରା ନିର୍ମିତ ଏବଂ ନିର୍ଦ୍ଦେଶିତ, ଏହି ସିରିଜ୍ OTT ପ୍ଲାଟ୍‌ଫର୍ମ MX ପ୍ଲେୟାରରେ ସମ୍ପୂର୍ଣ୍ଣ ମାଗଣାରେ ଦେଖାଯାଇପାରିବ। ଟ୍ରେଲର୍‌ ରିଲିଜ୍‌କୁ ନେଇ ସୂଚନା ଦେଇ ଅଭିନେତା ବବି ଦେଓଲ୍ ମଧ୍ୟ ଏହି ପୋଷ୍ଟ୍‌କୁ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି।

Advertisment

ରାଜନୀତି, ଅନ୍ଧବିଶ୍ୱାସ, ଡ୍ରଗ୍ସ, ବଳାତ୍କାରକୁ ନେଇ ଆଧାରିତ ‘ଆଶ୍ରମ’ ୱେବ୍ ସିରିଜ୍‌ର ପ୍ରଥମ ସିଜନ୍ ୨୦୨୦ରେ ମୁକ୍ତିଲାଭ କରିଥିଲା। ​'ଆଶ୍ରମ' ଜଣେ ବାବାଙ୍କଠାରୁ ଭଗବାନଙ୍କ ନିକଟକୁ ଯିବାର କାହାଣୀ | ତେବେ ‘ଆଶ୍ରମ ୩’ ର ଟ୍ରେଲରରେ ବାବା ନିରାଲା ଭଗବାନ ନିରାଲା ହେବାର ସ୍ୱପ୍ନ ଦେଖୁଛନ୍ତି ଏବଂ ବର୍ତ୍ତମାନ ତାଙ୍କ ପଥରେ ଅନେକ ବାଧାବିଘ୍ନ ଆସୁଛି। ସବୁ ବାଧା ବିଘ୍ନକୁ ସେ ଦୂର କରିବାକୁ ଯେକୌଣସି ପଦକ୍ଷେପ ନେବାକୁ ପ୍ରସ୍ତୁତ ଅଛନ୍ତି।

ସେପଟେ ପ୍ରତିଶୋଧର ନିଆଁରେ ଜଳୁଥିବା ପରମିନ୍ଦର(ପମି) ଏଥର ବାବା ନିରାଲାଙ୍କଠାରୁ ପ୍ରତିଶୋଧ ନେବାକୁ ଆଗକୁ ଆସୁଛି। ସବୁ ପରେ ବାବା ନିରାଲା ପ୍ରଭୁ ନିରଲା ହୋଇପାରିବେ କି ନାହିଁ, ଏସବୁ ପ୍ରଶ୍ନର ଉତ୍ତର ଆଶ୍ରମର ‘ସିଜନ ୩’ରେ ଦେଖିବାକୁ ମିଳିବ।

Advertisment

‘ଆଶ୍ରମ ୩’ ରେ ଅଭିନେତା ବବି ଦେଓଲ ଏବଂ ଈଶା ଗୁପ୍ତାଙ୍କ ବ୍ୟତୀତ ଆଦିତ୍ୟ ପୋହନକର, ଚନ୍ଦନ ରାୟ ସାନ୍ୟାଲ, ଦର୍ଶନ କୁମାର, ଅନୁପ୍ରିୟା ଗୋୟନକା, ସଚିନ ଶ୍ରଫ୍‌, ଅଦ୍ୟୟନ ସୁମନ, ତ୍ରିଧା ଚୌଧୁରୀ, ବିକ୍ରମ କୋଚର, ଅନୁରିତା କେ ଝା, ରୁଶାଦ ରାଣା, ତନ୍ମୟ ରଞ୍ଜନ, ପ୍ରୀତି ସୁଦ୍, ରାଜୀବ ସିଦ୍ଧାର୍ଥ ଓ ଜୟା ସିଲ୍ ଘୋଷ ଆଦି ନଜର ଆସିବେ। 'ଆଶ୍ରମ ୩'ର ସମସ୍ତ ଏପିସୋଡ୍ ଜୁନ୍ ୩, ୨୦୨୨ ରୁ MX ପ୍ଲେୟାରରେ ଷ୍ଟ୍ରିମ୍ ହେବ।

Entertainment Ashram 3
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ