Advertisment

ନିଜ ପ୍ରଥମ ପ୍ରେମକୁ ବାଣ୍ଟିଲେ ଅମୀର; କହିଲେ ହୃଦୟ ଭାଙ୍ଗିଯାଇଥିଲା

ପ୍ରଥମ ପ୍ରେମକୁ ବାଣ୍ଟିଲେ ଅମୀର। ନିଜ ପାଖରେ ଯେତେବେଳେ ପ୍ରେମିକା ବିଦେଶ ଚାଲିଗଲେ ଅମୀର ପାଗଳ ହୋଇଯାଇଥିଲେ। ପୁଣି କ’ଣ ହେଲା ଜାଣନ୍ତୁ…

Aamir Khan reveals story of his first love and heart break

Aamir Khan reveals story of his first love and heart break

Advertisment

ମୁମ୍ବାଇରେ ଚାଲିଛି ମୌସୁମୀର ଋତୁ। ଏହି ସମୟରେ କପେ କଫି ସହିତ ରୋମାନ୍ସ ମଧ୍ୟରେ ବଲିଉଡ୍‌ ତାରକା ଅମୀର ଖାନ ସୋସିଆଲ ମିଡିଆ ଲାଇଭ୍‌ ମାଧ୍ୟମରେ ତାଙ୍କ ଆଗାମୀ ଫିଲ୍ମ ‘ଲାଲ୍‌ ସିଂ ଚଡ୍‌ଢା’ର ଆଉ ଏକ ସୁନ୍ଦର ଗୀତ 'ଫିର୍‌ ନା ଏସୀ ରାତ ଆଏଗୀ' ଲଞ୍ଚ କରିଛନ୍ତି। ଆପଣମାନେ ସମସ୍ତେ ତାରକାଙ୍କୁ ତାଙ୍କ ଚଳଚ୍ଚିତ୍ରରେ ଜଣେ ପ୍ରେମୀ ଭାବରେ ଦେଖିଥିବେ ନିଶ୍ଚିତ କିନ୍ତୁ ଏପର୍ଯ୍ୟନ୍ତ ଆପଣ କେବେ ବି ଅମୀରଙ୍କ ପ୍ରଥମ ପ୍ରେମ ଏବଂ ହୃଦୟ ଭାଙ୍ଗିଥିବା କଥା ବିଷୟରେ ଜାଣି ନଥିବେ। ବର୍ତ୍ତମାନ ସେ ତାଙ୍କର ଏହି ହୃଦୟ ଭାଙ୍ଗିବା କାହାଣୀକୁ ଶେୟାର କରିଛନ୍ତି।

Advertisment

ନିକଟରେ କିଛି କ୍ରିଏଟର୍‌ଙ୍କ ସହ ଲାଇଭ୍ କଥାବାର୍ତ୍ତା ବେଳେ 'ଫିର୍‌ ନା ଏସୀ ରାତ ଆଏଗୀ' ଗୀତ ଲଞ୍ଚ୍‌ କରିବାବେଳେ ଅମୀର ଖାନ ତାଙ୍କର ପ୍ରଥମ ହୃଦୟ ଭାଙ୍ଗିବାର କାହାଣୀ ଶେୟାର କରିଛନ୍ତି। ସେ କହିଛନ୍ତି, “ସମୟ ଥିଲା ଯେତେବେଳେ ମୁଁ ଟେନିସ୍ ଖେଳୁଥିଲି, ସେ ମଧ୍ୟ ମୋ ସହିତ ସମାନ କ୍ଲବ୍‌ରେ ଥିଲେ ଏବଂ ଦିନେ ମୁଁ ଜାଣିବାକୁ ପାଇଲି ଯେ ସେ ନିଜ ପରିବାର ସହିତ ଦେଶ ଛାଡି ଚାଲିଯାଇଛନ୍ତି। ମୁଁ ବହୁତ ଦୁଖରେ ଥିଲି ଏବଂ ସବୁଠୁ କଷ୍ଟକର କଥା ହେଉଛି ଯେ ସେ ଏହା ଜାଣି ନଥିଲେ, କେବଳ ଭଲ କଥା ଗୋଟିଏ ହେଲା ଯେ ମୁଁ ବହୁତ ଭଲ ଟେନିସ୍ ଖେଳାଳୀ ହୋଇଗଲି। କିଛି ବର୍ଷ ପରେ, ମୁଁ ରାଜ୍ୟସ୍ତରୀୟ ଚାମ୍ପିଅନ୍‌ସିପ୍‌ରେ ଟେନିସ୍ ଖେଳିଲି ଏବଂ ଜଣେ ରାଜ୍ୟସ୍ତରୀୟ ଚାମ୍ପିଅନ୍ ହୋଇଗଲି।

‘ଲାଲ୍ ସିଂହ ଚଡ୍‌ଢା’ ଗୀତର ଲଞ୍ଚ ବେଳେ ଅମୀର ଖାନ ତାଙ୍କ ଜୀବନର ଏହି ରହସ୍ୟକୁ ପର୍ଦାଫାସ କରିଛନ୍ତି, ଯାହାକୁ କେହି ବି ଜାଣି ନ ଥିଲେ। ସେ ତାଙ୍କର ପ୍ରଥମ ପ୍ରେମକୁ କହିବା ବା ଏହି ଘଟଣା ଜାଣିବା ପରେ ସେ କିପରି ପାଗଳ ହୋଇ ଯାଇଥିଲେ ତାହା ମଧ୍ୟ କହିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ତାଙ୍କର ପ୍ରଥମ ପ୍ରେମ ହେଉଛି ତାଙ୍କର ଅତି ଘନିଷ୍ଠ ବନ୍ଧୁ, ଯାହାକୁ ସେ ଏକପାଖିଆ ଭାବେ ଭଲ ପାଉଥିଲେ। ଏ ବିଷୟରେ ସେ କିଛି ବି ଜାଣି ନଥିଲେ।

Advertisment

ତେବେ ଅମିର ଖାନ୍‌ ପ୍ରଡକ୍ସନ୍ସ, କିରଣ ରାଓ ଏବଂ ବାୟକମ୍ ୧୮ ଷ୍ଟୁଡିଓ ଦ୍ୱାରା ନିର୍ମିତ 'ଲାଲ୍‌ ସିଂ ଚଡ୍‌ଢା' ଅଗଷ୍ଟ ୧୧ରେ ରିଲିଜ୍ ହେବ। ଏଥିରେ କରୀନା କପୁର ଖାନ, ମୋନା ସିଂ ଏବଂ ଚୈତନ୍ୟ ଆକ୍କିନେନୀ ମଧ୍ୟ ଅଭିନୟ କରିଛନ୍ତି।

Bollywood Aamir Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ