Advertisment

ପିଲାଦିନର ସଂଘର୍ଷକୁ ମନେପକେଇ କାନ୍ଦିଲେ ଆମୀର ଖାନ

ବଲିଉଡ୍‌ର ସବୁଠୁ ଦକ୍ଷ ଓ ପ୍ରତିଭାବାନ କଳାକାର ହେଲେ ଆମୀର ଖାନ। ଇଣ୍ଡଷ୍ଟ୍ରୀରେ ତାଙ୍କର ନିଆରା ଖାତିର। ଏଯାଏ ପହଞ୍ଚିବାକୁ ତାଙ୍କୁ କମ କଷ୍ଟ କରିବାକୁ ପଡିନି। ଆସନ୍ତୁ ଜାଣିବା ତାଙ୍କର ସେହି ସଂଘର୍ଷ ଦିନର କାହାଣୀ।

Aamir Khan recalls the days when his family failed to pay his school fees

Aamir Khan recalls the days when his family failed to pay his school fees

Advertisment

ଆମୀର ଖାନ ବର୍ତ୍ତମାନ ବଲିଉଡର ସବୁଠୁ ବଡ କଳାକାରମାନଙ୍କ ମଧ୍ୟରେ ଜଣେ। ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିବାକୁ ତାଙ୍କୁ କମ ସଂଘର୍ଷ କରିବାକୁ ପଡିନି। ତାଙ୍କ ପୁରୁଣା ଦିନକୁ ମନେପକେଇ ଆମୀର ନିକଟରେ ଏକ ସାକ୍ଷାତକାର ସମୟରେ ଅନେକ ବଡ଼ ଖୁଲାସା କରିଛନ୍ତି।

Advertisment

ଏହି ସାକ୍ଷାତକାରରେ ଆମୀର ଖାନ ତାଙ୍କ ପିଲାଦିନର କିଛି କଥା ମନେ ପକାଇଛନ୍ତି ଯେତେବେଳେ ତାଙ୍କ ପରିବାର କରଜରେ ବୁଡି ଥିଲେ ଏବଂ ତାଙ୍କୁ ସ୍କୁଲରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। ସେ କହିଥିଲେ ଯେ ସେ ଓ ତାଙ୍କ ଭାଇଭଉଣୀମାନେ କିପରି ସ୍କୁଲ୍‌ ଫି ନ ଦେଇ ପାରୁ ଥିବାରୁ ଆସେମ୍ବଲିରେ ସେମାନଙ୍କ ନାମ ଘୋଷଣା କରିବାକୁ ସ୍କୁଲ୍‌ ପ୍ରିନ୍ସପାଲଙ୍କ ଦ୍ୱାରା ଚେତାବନୀ ଦିଆଯାଇଥିଲା।

ଏହି ସାକ୍ଷାତକାରରେ ଆମୀର ଖାନ ତାଙ୍କ ପରିବାର ଋଣଗ୍ରସ୍ତ ଥିବା ସମୟ କଥାକୁ କହିଥିଲେ। କଥାବାର୍ତ୍ତା କରି ଆମୀର କହିଥିଲେ ଯେ ତାଙ୍କ ସ୍କୁଲ ବେଳେ ୬ଷ୍ଠ ଶ୍ରେଣୀ ପାଇଁ ୬ ଟଙ୍କା, ୭ମ ଶ୍ରେଣୀ ପାଇଁ ୭ଟଙ୍କା ଓ ୮ମ ଶ୍ରେଣୀ ପାଇଁ ୮ ଟଙ୍କା ଫି ଥିଲା। ତଥାପି, ଆମୀର ଏବଂ ତାଙ୍କ ଭାଇଭଉଣୀମାନଙ୍କୁ ସେମାନଙ୍କ ଦେୟ ଦେବାରେ ସବୁବେଳେ ବିଳମ୍ବ ହେଉଥିଲା।

Advertisment

ନିଜ ସ୍କୁଲ୍‌ ଦିନକୁ ମନେପକେଇ ଆମୀର କହିଛନ୍ତି ଯେ ଦୁଇଥର ଚେତାବନୀ ଦେବା ପରେ ସ୍କୁଲ୍‌ ପ୍ରିନ୍ସପାଲ ତାଙ୍କ ଭରା ସଭାରେ ତାଙ୍କ ନାମକୁ ଘୋଷଣା କରିବାକୁ ଚେତାବନୀ ଦେଇଥିଲେ। ଏହା କହିବା ସମୟରେ ଆମୀରଙ୍କ ଆଖିରୁ ଲୁହ ଗଡି ଯାଇଥିଲା।

ପ୍ରକାଶଥାଉ ଯେ ଆମୀର ଖାନ ହେଉଛନ୍ତି ଫିଲ୍ମ ନିର୍ମାତା ତାହିର ହୁସେନ୍‌ଙ୍କ ପୁଅ। ତାଙ୍କ ମା’ଙ୍କ ନାମ ଜୀନତ ହୁସେନ୍। ତାଙ୍କର ଆଉ ତିନି ଭାଇଭଉଣୀ ଅଛନ୍ତି। ସେମାନେ ହେଲେ ଫୈସଲ ଖାନ, ଫରହତ ଖାନ ଏବଂ ନିଖତ ଖାନ। ଆମୀର ସେମାନଙ୍କ ମଧ୍ୟରୁ ବଡ। ଆମୀର ଜଣେ ଶିଶୁ କଳାକାର ଭାବରେ ‘ୟାଦୋଁ କୀ ବାରାତ୍’ରୁ ବଲିଉଡରେ ଡେବ୍ୟୁ କରିଥିଲେ। ମୁଖ୍ୟ ଅଭିନେତା ଭାବରେ ତାଙ୍କର ପ୍ରଥମ ଫିଲ୍ମ ଥିଲା ‘କୟାମତ ସେ କୟାମତ୍ ତକ୍’। ସେତେବେଳେ ଏହା ହିଟ୍ ମଧ୍ୟ ହୋଇଥିଲା।

Advertisment

ପ୍ରକାଶଥାଉ ଯେ ଆମୀର ଖାନ ‘ଫିଲ୍ମ ଲାଲ୍‌ ସିଂହ ଚଡ୍ଡା’ ସହିତ ଚାରି ବର୍ଷ ପରେ ପୁଣି ଥରେ ବଡ ପରଦାକୁ ଫେରିବାକୁ ଯାଉଛନ୍ତି। ତାଙ୍କୁ ଶେଷ ଥର ପାଇଁ ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ରେ ଦେଖିବାକୁ ମିଳିଥିଲା। ଏକ ବଡ ବଜେଟ୍‌ରେ ନିର୍ମିତ ୟଶ ରାଜଙ୍କ ଏହି ଫିଲ୍ମ ବକ୍ସ୍‌ ଅଫିସ୍‌ରେ ବିଫଳ ହୋଇଥିଲା। ଏହି ବିଫଳତା ପରେ ଆମୀର ଚଳଚ୍ଚିତ୍ରରୁ ନିଜକୁ ଦୂରେଇ ରଖିଥିଲେ। ଏବେ ବହୁ ଦିନ ପରେ ତାଙ୍କ ଫିଲ୍ମ ଅଗଷ୍ଟ ୧୧ରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି।

Bollywood Aamir Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ