Advertisment

‘ମୁଁ ଏକୁଟିଆ ରହିବା ଭଳି ବ୍ୟକ୍ତି ନୁହେଁ’; ହେବ କି ତୃତୀୟ ବିବାହ… ଏହି ନାୟିକାଙ୍କୁ ଅମିର୍ ଖାନ୍ କରିପାରନ୍ତି ବିବାହ…

ଛାଡପତ୍ର ସତ୍ତ୍ୱେ ଅମିର୍ ଖାନ୍‌ଙ୍କ ପୂର୍ବ ପତ୍ନୀମାନେ ପରିବାରର ଏକ ଅଂଶ ହୋଇ ରହିଛନ୍ତି। ସେ ରୀନା ଦତ୍ତା ହୁଅନ୍ତୁ କି କିରଣ ରାଓ, ସେମାନଙ୍କ ସହ ତାଙ୍କର ବହୁତ ଭଲ ସମ୍ପର୍କ ଅଛି। ଏହା ସହିତ ଅମୀର ଖାନ ତାଙ୍କର ତୃତୀୟ ବିବାହକୁ ନେଇ କହିଛନ୍ତି ଏମିତି।

ଅଦ୍ୟତନ ହୋଇଛି
Aamir khan on his plans to get married

Aamir khan on his plans to get married

Advertisment

ସୁପର୍‌ଷ୍ଟାର୍‌ ଅମୀର ଖାନ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସର୍ବଦା ଲାଇମ୍‌ଲାଇଟ୍ ଠାରୁ ଦୂରରେ ରୁହନ୍ତି। କିନ୍ତୁ ବର୍ତ୍ତମାନ ସେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଖୋଲାଖୋଲି ଭାବେ କଥା ହେଉଥିବା ଦେଖିବାକୁ ମିଳେ। ନିକଟରେ ଅମୀର ଖାନ କହିଛନ୍ତି ଯେ ବର୍ତ୍ତମାନ ସେ ତାଙ୍କ ପିଲାମାନଙ୍କ ନିକଟତର ହୋଇଛନ୍ତି।

Advertisment

ଛାଡପତ୍ର ସତ୍ତ୍ୱେ ତାଙ୍କର ପୂର୍ବ ପତ୍ନୀମାନେ ପରିବାରର ଏକ ଅଂଶ ହୋଇ ରହିଛନ୍ତି। ସେ ରୀନା ଦତ୍ତା ହୁଅନ୍ତୁ କି କିରଣ ରାଓ, ସେମାନଙ୍କ ସହ ତାଙ୍କର ବହୁତ ଭଲ ସମ୍ପର୍କ ଅଛି। ଏହା ସହିତ ଅମୀର ଖାନ ତାଙ୍କର ତୃତୀୟ ବିବାହକୁ ନେଇ କହିଛନ୍ତି ଏମିତି।

ରିୟା ଚକ୍ରବର୍ତ୍ତୀଙ୍କ ‘ପୋଡ୍‌କାଷ୍ଟ ଚାପ୍ଟର୍ ୨’ ରେ, ଅମୀର ଖାନଙ୍କ ବିବାହକୁ ନେଇ ତାଙ୍କ ବ୍ୟକ୍ତିଗତ ମତ ପଚରାଯାଇଥିଲା। ସେ ଉତ୍ତରରେ କହିଥିଲେ, “ମୋର ବିବାହ ଦୁଇଥର ବିଫଳ ହୋଇଛି। ମୋ ଠାରୁ ପରାମର୍ଶ ନିଅନ୍ତୁ ନାହିଁ। ମୁଁ ଏକୁଟିଆ ରହିବାକୁ ପସନ୍ଦ କରେ ନାହିଁ। ମତେ ଏକ ପାର୍ଟନର୍ ଦରକାର। ମୁଁ ଏକୁଟିଆ ରହିବା ଭଳି ବ୍ୟକ୍ତି ନୁହେଁ। ମୁଁ ରୀନା ଏବଂ କିରଣଙ୍କ ଅତି ନିକଟତର ହୋଇ ରହିଛି। ଆମେ ଗୋଟିଏ ପରିବାର ପରି। ଜୀବନ ଉପରେ କୌଣସି ଭରସା ନାହିଁ। ମୁଁ ମୋର ନିଜ ଜୀବନକୁ ବି ବିଶ୍ୱାସ କରେ ନାହିଁ, ତେବେ ମୁଁ କିପରି ଅନ୍ୟର ଜୀବନ ଉପରେ ବିଶ୍ୱାସ କରିପାରିବି? ତେଣୁ ବିବାହ ଭଲ ହୋଇପାରେ ଏବଂ ଏହା ଦୁଇ ଜଣଙ୍କ ଉପରେ ନିର୍ଭର କରେ।”

Advertisment
Aamir khan on his plans to get married
ଫାତିମା ସାନା ଶେଖ ଓ ପୂର୍ବତନ ପତ୍ନୀଙ୍କ ସହ ଅମିର୍ ଖାନ୍

କରିବେ କି ତୃତୀୟ ବିବାହ:

ରିୟା ଚକ୍ରବର୍ତ୍ତୀ ଅମିର ଖାନଙ୍କୁ ପଚାରିଥିଲେ କି ସେ ତୃତୀୟ ଥର ବିବାହ କରିବାକୁ ଚିନ୍ତା କରୁଛନ୍ତି କି? ଏହାର ଉତ୍ତରରେ ଅଭିନେତା କହିଛନ୍ତି, “ମୋର ବୟସ ୫୯, ଏବେ ମୁଁ କେମିତି ବିବାହ କରିବି? ମୋତେ ଏହା କଷ୍ଟ ଲାଗୁଛି। ମୋ ଜୀବନରେ ମୋର ଅନେକ ସମ୍ପର୍କ ଅଛି। ମୁଁ ମୋ ପରିବାର ସହିତ ଆଉ ଥରେ ଜଡିତ ହୋଇଛି, ମୋର ପିଲାଛୁଆ ଅଛନ୍ତି, ମୋର ଭାଇ ଓ ଭଉଣୀ ଅଛନ୍ତି। ଯେଉଁମାନେ ମୋର ଅତି ନିକଟତର ସେମାନଙ୍କ ସହିତ ମୁଁ ବହୁତ ଖୁସି ଅଛି। ମୁଁ ଜଣେ ଭଲ ମଣିଷ ହେବାକୁ ଚେଷ୍ଟା କରୁଛି।”

Aamir khan on his plans to get married
ଦଙ୍ଗଲ ଗାର୍ଲଙ୍କୁ କରିବେ କି ବିବାହ

କାହାକୁ କରିବେ ବିବାହ:

କିଛି ଦିନ ପୂର୍ବରୁ ବିବାଦୀୟ ବ୍ୟକ୍ତିତ୍ୱ କମଲ ଆର ଖାନ୍‌ ଓରଫ୍‌ KRK ଅମିର ଖାନ ଏବଂ ଫାତିମା ସାନାଙ୍କ ବିବାହକୁ ନେଇ ଟ୍ୱିଟ୍ କରି ଏକ ବିବାଦୀୟ ମତ ଦେଇଥିଲେ। ସେ କହିଥିଲେ ଯେ ଅମିର ଖାନ ଖୁବ ଶୀଘ୍ର ଦଙ୍ଗଲ ଗାର୍ଲ ଫାତିମା ସାନା ଶେଖଙ୍କୁ ବିବାହ କରିବେ”। ତାଙ୍କର ଟ୍ୱିଟ୍ ଇଣ୍ଟରନେଟ୍‌ରେ ଝଡ଼ ସୃଷ୍ଟି କରିଥିଲା।

Advertisment


କାହିଁକି ଉଠିଛି ଗୁଜବ:

ତେବେ ଏହି ଗୁଜବ ସେବେଠାରୁ ବୃଦ୍ଧି ପାଇଛି ଯେତେବେଳେ ଉଭୟଙ୍କୁ ଏକାଠି ପିକ୍‌ଲେବଲ୍ ଖେଳୁଥିବାର ଦେଖାଯାଇଥିଲା। ଏନେଇ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ ହେବା ପରେ ସେମାନଙ୍କ ରୋମାନ୍ସକୁ ନେଇ ଅଧିକ କୌତୁହଳ ସୃଷ୍ଟି ହୋଇଥିଲା। ଇନ୍‌ଷ୍ଟାଗ୍ରାମରେ ଶେୟାର ହୋଇଥିବା ଏହି ଭିଡିଓରେ ଉଭୟଙ୍କୁ ପିକ୍‌ଲେବଲ୍ ଖେଳ ଉପଭୋଗ କରୁଥିବା ଦେଖିବାକୁ ମିଳେ।


ଅମୀର ଖାନଙ୍କ ଆଗାମୀ ଫିଲ୍ମ:

ପ୍ରକାଶଥାଉ ଯେ ଅମୀର ଖାନଙ୍କ ଦ୍ୱାରା ନିର୍ମିତ 'ଲାପତା ଲେଡିଜ୍' ୨୦୨୪ ମସିହାରେ ମୁକ୍ତିଲାଭ କରିଥିଲା, ଯାହାକୁ ବହୁତ ପସନ୍ଦ କରାଯାଇଥିଲା। ଏହି ସିନେମାର ନିର୍ଦ୍ଦେଶନା ଦେଇଥିଲେ କିରଣ ରାଓ। ଏବେ ଅମୀର ଖାନ ତାଙ୍କ ନୂଆ ଫିଲ୍ମ ‘ସୀତାରେ ଜମିନ୍ ପର୍‌’ ସହିତ ଆସୁଛନ୍ତି। ଆର୍‌ଏସ୍ ପ୍ରସନ୍ତା ଏହାର ନିର୍ଦ୍ଦେଶନା ଦାୟିତ୍ୱ ଗ୍ରହଣ କରିଛନ୍ତି। ଜେନେଲିଆ ଡି’ସୁଜା ମଧ୍ୟ ଏହି ଫିଲ୍ମର ଏକ ଅଂଶ ହେବେ। ଚଳିତ ବର୍ଷ ଖ୍ରୀଷ୍ଟମାସ ଅବସରରେ ଅମୀର ଖାନଙ୍କ ଏହି ଫିଲ୍ମ ପ୍ରେକ୍ଷାଳୟକୁ ଆସିପାରେ।

Bollywood Aamir Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ