Advertisment

ପାଞ୍ଚ ବର୍ଷରେ ୩ ଥର କ୍ଷମା ମାଗିଲେଣି ଆମିର ଖାନ୍

'ଲାଲ ସିଂହ ଚଡ୍‌ଢା'ର ବିବାଦ ପରେ ଆମିର ଖାନ କ୍ଷମା ମାଗିଛନ୍ତି। ତେବେ ଏହା ପ୍ରଥମ ଥର ନୁହେଁ ସେ ତାଙ୍କ ଭୁଲ ପାଇଁ ସର୍ବସାଧାରଣରେ କ୍ଷମା ମାଗୁଛନ୍ତି। ଗତ ପାଞ୍ଚ ବର୍ଷ ମଧ୍ୟରେ ସେ ତିନିଥର କ୍ଷମା ମାଗିଲେଣି। କେବେ ଓ କେଉଁଥି ପାଇଁ ସେ କ୍ଷମା ମାଗିଛନ୍ତି ଆସନ୍ତୁ ଜାଣିବା।

ଅଦ୍ୟତନ ହୋଇଛି
Aamir Khan apology 3 times in five years

Aamir Khan apology 3 times in five years

Advertisment

ଫିଲ୍ମ 'ଲାଲ ସିଂହ ଚଡ୍‌ଢା'କୁ ନେଇ ବିବାଦର କିଛି ଦିନ ପରେ ବଲିଉଡ୍‌ ସୁପର୍‌ଷ୍ଟାର୍‌ ଆମିର ଖାନ କ୍ଷମା ମାଗିଛନ୍ତି। ଗୁରୁବାର ଅଭିନେତାଙ୍କ ପ୍ରଡକ୍ସନ୍ ହାଉସ୍ ମିଛାମି ଦୁଖଣମ୍ ପର୍ବ ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରିଛି। ଯେଉଁଥିରେ ଏକ ସ୍ୱର ଆସେ "ଆମେ ସମସ୍ତେ ମଣିଷ, ଆଉ ମଣିଷ ଦ୍ୱାରା ଭୁଲ୍ ହୋଇଥାଏ। ଯଦି ମୁଁ ଆପଣଙ୍କ ହୃଦୟକୁ କୌଣସି ପ୍ରକାରେ ଆଘାତ ଦେଇଛି, ତେବେ ମୁଁ ଆପଣଙ୍କୁ କ୍ଷମା ମାଗୁଛି।"

Advertisment

ତେବେ ଆମିର ଖାନ ତାଙ୍କ ଭୁଲ ପାଇଁ ସର୍ବସାଧାରଣରେ କ୍ଷମା ମାଗିବା ଏହା ପ୍ରଥମ ଥର ନୁହେଁ। ଗତ ପାଞ୍ଚ ବର୍ଷ ମଧ୍ୟରେ ସେ ତିନିଥର କ୍ଷମା ମାଗିଛନ୍ତି।

‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ର ଫ୍ଲପ୍ ପରେ ଆମିର ଖାନ୍ ନଭେମ୍ବର ୨୦୧୮ରେ ଭିଡିଓ ରିଲିଜ୍ କରି ଦର୍ଶକଙ୍କୁ କ୍ଷମା ମାଗିଥିଲେ। ସେ କହିଥିଲେ, "ଆମେ ଯଥାସମ୍ଭବ ଚେଷ୍ଟା କରିଥିଲୁ, ପ୍ରକୃତରେ ଆମ ଚେଷ୍ଟାରେ କୌଣସି ସୁଯୋଗ ଛାଡି ନ ଥିଲୁ, ତଥାପି କୌଣସି ନା କୌଣସି ସ୍ଥାନରେ ଆମର ଭୁଲ୍ ହୋଇଯାଇଥିଲା। କିଛି ଲୋକଙ୍କୁ ଏହି ଫିଲ୍ମ ପସନ୍ଦ ଆସିଥିଲା ଏବଂ ଆମେ ସେମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛୁ। ଆମେ ଖୁସି ଯେ କିଛି ଲୋକ ଏହି ଫିଲ୍ମ ପସନ୍ଦ କରିଛନ୍ତି, କିନ୍ତୁ ଏହା ବହୁତ କମ୍। ତେବେ ଅଧିକାଂଶ ଲୋକ ଏହି ଫିଲ୍ମକୁ ପସନ୍ଦ କରୁ ନଥିବା ଆମେ ଅନୁଭବ କରୁଛୁ। ଆମେ ଜାଣିପାରୁଛୁ କୋଉଠି ନା କୋଉଠି ଆମର ଭୁଲ ହୋଇଛି। ଯାହା ବି ଭୁଲ ହୋଇଛି ସେନେଇ ଆମେ ସମ୍ପୂର୍ଣ୍ଣ ଦାୟୀ।”

Advertisment

ପୂର୍ବରୁ ଆମିର ଖାନଙ୍କ ‘ଲାଲ୍‌ ସିଂହ ଚଡ୍‌ଢା’ ‘କେଜିଏଫ୍ : ୨’ ସହିତ ରିଲିଜ୍ ହେବାର ଥିଲା। ସେତେବେଳେ ଆମିର ଖାନ କହିଥିଲେ ଯେ “ମୁଁ କେବେ ବି ନିଜ ଫିଲ୍ମର ରିଲିଜ୍ ତାରିଖ ବାଛିବି ନାହିଁ ଯେଉଁଦିନ ଅନ୍ୟ କୌଣସି ପ୍ରଡ୍ୟୁସରଙ୍କ ଫିଲ୍ମ ରିଲିଜ୍ ହେବାର ଥିବ। କିନ୍ତୁ, ମୁଁ 'ଲାଲ ସିଂହ ଚଡ୍‌ଢା'ରେ ଏକ ଶିଖ୍ ଭୂମିକାରେ ଅଭିନୟ କରୁଛି, ତେଣୁ ଆମେ ୧୪ ଏପ୍ରିଲରେ ଆମର ଫିଲ୍ମ ମୁକ୍ତିଲାଭ କରିବାକୁ ନିଷ୍ପତ୍ତି ନେଇଛୁ।

ମତେ ଆଉ ମୋ ଟିମ୍‌କୁ ଲାଗିଲା ଯେ ଏହା ହେଉଛି ସବୁଠାରୁ ଉପଯୁକ୍ତ ରିଲିଜ୍ ତାରିଖ। ନୂଆ ତାରିଖ ଘୋଷଣା କରିବା ପୂର୍ବରୁ ମୁଁ ନିର୍ମାତା ବିଜୟ କିରାଗନ୍ଦୁର, ମୁଖ୍ୟ ଅଭିନେତା ୟଶ ଏବଂ କେଜିଏଫ୍: ୨ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କୁ କ୍ଷମା ମାଗିଲି। ମୁଁ ତାଙ୍କୁ ବୁଝାଇଥିଲି ଯେ ଏପ୍ରିଲ୍ ୧୪ 'ଲାଲ ସିଂହ ଚଡ୍‌ଢା’ ରିଲିଜ୍ ପାଇଁ କାହିଁକି ଏକ ଆଦର୍ଶ ତାରିଖ? ସେମାନେ ମୋତେ ବୁଝିଲେ ଆଉ ଆଗକୁ ଯିବାକୁ କହିଲେ।

Advertisment

ନିକଟରେ, ଯେତେବେଳେ ଆମିର ଖାନଙ୍କୁ ତାଙ୍କର ଫିଲ୍ମ ‘ଲାଲ୍‌ ସିଂହ ଚଡ୍‌ଢା’ ବିରୋଧରେ ଚାଲିଥିବା ବୟକଟ୍ ଟ୍ରେଣ୍ଡ୍ ଉପରେ ପଚରାଯାଇଥିଲା, ସେ କହିଥିଲେ, "ଯଦି ମୁଁ କାହାକୁ ଆଘାତ ଦେଇଛି, ତେବେ ଏନେଇ ମୁଁ ଦୁଃଖିତ। ମୁଁ କାହାକୁ ଆଘାତ ଦେବାକୁ ଚାହୁଁ ନାହିଁ। ଯଦି କେହି ଫିଲ୍ମ ଦେଖିବାକୁ ଚାହୁଁ ନାହାନ୍ତି ତେବେ ମୁଁ ସେମାନଙ୍କ ଭାବନାକୁ ସମ୍ମାନ କରିବି।"

ବର୍ତ୍ତମାନ ମିଛାମି ଦୁଖଣମ ପର୍ବକୁ ନେଇ ଆମିର ଖାନ୍ ପୁଣି ଥମେ କ୍ଷମା ମାଗିଛନ୍ତି। ସେପ୍ଟେମ୍ବର ୧ ଗୁରୁବାର ଦିନ ଆମିର ଖାନଙ୍କ ପ୍ରଡକ୍ସନ୍ ହାଉସ୍ ଦ୍ୱାରା ଶେୟାର ହୋଇଥିବା ଏହି ଭିଡିଓ ଶାହରୁଖ ଖାନଙ୍କ ଫିଲ୍ମ 'କଲ୍ ହୋ ନା ହୋ'ର ଗୀତରୁ ଆରମ୍ଭ ହୋଇଛି। ଏହାପରେ ଜଣେ ବ୍ୟକ୍ତିଙ୍କ ସ୍ୱର ଆସେ ଯିଏ କୁହନ୍ତି, “ମିଛାମି ଦୁଖଣମ୍ ... ଆମେ ସମସ୍ତେ ମଣିଷ, ଏବଂ ଭୁଲ୍ ମଣିଷ ଦ୍ୱାରା ହୋଇଥାଏ।”

ସେ କହିଛନ୍ତି କେବେ ଶବ୍ଦରେ, କେବେ କାମରେ, କେବେ ଅଜାଣତରେ, କେବେ କ୍ରୋଧରେ, କେବେ ଥଟ୍ଟାରେ, କେବେ କଥା ନ ହୋଇ ଯଦି ମୁଁ ତୁମର ହୃଦୟକୁ କୌଣସି ପ୍ରକାରେ ଆଘାତ ଦେଇଛି, ତେବେ ମୁଁ ମନ, ଶବ୍ଦ, ଶରୀରରୁ ତୁମକୁ କ୍ଷମା ମାଗୁଛି।”

Bollywood Aamiir Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ