Advertisment

Happy Birth Day: ଗୋଟିଏ ପାର୍ଟି ହିଁ ବଦଳାଇଦେଲା ଅର୍ଜୁନଙ୍କ ଭାଗ୍ୟ

ଆଜି ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲ ତାଙ୍କର ୫୦ ତମ ଜନ୍ମଦିନ ପାଳନ କରୁଛନ୍ତି। ଆଜି ସେ କୌଣସି ପରିଚୟର ଆବଶ୍ୟକତା କରନ୍ତି ନାହିଁ। କିନ୍ତୁ ଦିନ ଏମିତି ଥିଲା ତାଙ୍କ ଜୀବନ ଖୁବ ଉତ୍ଥାନ-ପତନ ଦେଇ ଗତି କରୁଥିଲା। ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷର କାହାଣୀ।

ଅଦ୍ୟତନ ହୋଇଛି
A party changed the fate of arjun rampal

A party changed the fate of arjun rampal

Advertisment

ବଲିଉଡ୍‌ ଅଭିନେତା ଅର୍ଜୁନ ରାମପାଲ ଅନେକ ବଲିଉଡ ଫିଲ୍ମରେ କାମ କରିଛନ୍ତି। ଆଜି ସେ କୌଣସି ପରିଚୟର ଆବଶ୍ୟକତା କରନ୍ତି ନାହିଁ। ତାଙ୍କ ଅଭିନୟ ସହିତ ସେ ନିଜ ବ୍ୟକ୍ତିଗତ ଜୀବନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି। ଆଜି ସେ ତାଙ୍କର ୫୦ ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୭୨ ମସିହାରେ ଜବଲପୁରରେ ଅର୍ଜୁନ ଜନ୍ମଗ୍ରହଣ କରିଥିଲେ। କିନ୍ତୁ ତାଙ୍କ ପିଲାଦିନ ବହୁତ ଉତ୍ଥାନ-ପତନରେ ପରିପୂର୍ଣ୍ଣ ଥିଲା।

Advertisment

ସେ ଯେତେବେଳେ ଛୋଟ ଥିଲେ ତାଙ୍କ ବାପାମା’ଙ୍କ ଛାଡପତ୍ର ହୋଇଯାଇଥିଲା। ଏହା ପରେ ସେ ତାଙ୍କ ମାଙ୍କ ସହ ନାଶିକ ପଳେଇଆସିଥିଲେ। ସେଠାରେ ତାଙ୍କ ମା’ ଜଣେ ଶିକ୍ଷକ ଭାବରେ କାମ କରିଥିଲେ। ବଡ ହେବା ପରେ ଅର୍ଜୁନ ଦିଲ୍ଲୀର ହିନ୍ଦୁ କଲେଜରେ ଅଧ୍ୟୟନ କରିଥିଲେ। ଏହା ସହିତ ସେ ମଡେଲିଂ ମଧ୍ୟ ଆରମ୍ଭ କରିଥିଲେ। ଆଜି ଅର୍ଜୁନ ରାମପାଲଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ଜଣେ ସାଧାରଣ ବାଳକ କିପରି ମଡେଲିଂ ଦୁନିଆରୁ ବଲିଉଡରେ ବଡ ବଡ ଫିଲ୍ମ କରିବା ଆରମ୍ଭ କଲେ।

ପାର୍ଟିରେ ମିଳିଲା ପ୍ରଥମ ଅଫର୍:

ଦିନେ ଅର୍ଜୁନ ରାମପାଲ ଦିଲ୍ଲୀର ଏକ ପାର୍ଟିକୁ ଯାଇଥିଲେ। କିନ୍ତୁ ସେ ଜାଣି ନଥିଲେ ତାଙ୍କ ଭାଗ୍ୟ ଏହି ପାର୍ଟିରେ ହିଁ ଖୋଲିଯିବ ବୋଲି। ଏହି ପାର୍ଟିରେ ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍ ରୋହିତ ବଲଙ୍କ ନଜର ତାଙ୍କ ଉପରେ ପଡିଲା। ଏହା ପରେ ସେ ଅର୍ଜୁନଙ୍କୁ ମଡେଲିଂ ଅଫର୍ କରିଥିଲେ। ଦେଖୁ ଦେଖୁ ରୋହିତଙ୍କ ସାହାଯ୍ୟରେ ଅର୍ଜୁନ ମଡେଲିଂ ଦୁନିଆରେ ଏକ ଜଣାଶୁଣା ନାଁ ହୋଇଗଲେ।

Advertisment
A party changed the fate of arjun rampalପରିବାର ସହ ଅର୍ଜୁନ ରାମପାଲ

କେବେ ମିଳିଳା ପ୍ରଥମ ଫିଲ୍ମ:

ଅର୍ଜୁନ ରାମପାଲ ଏକ ମଡେଲ୍‌ ଭାବରେ ନିଜର ପରିଚୟ ସୃଷ୍ଟି କରିଥିଲେ। ୨୦୦୧ ମସିହାରେ, ସେ ‘ପ୍ୟାର୍ ଇଶ୍କ ଔର୍ ମୋହବତ୍’ ଚଳଚ୍ଚିତ୍ରରେ କାମ କରିବାର ସୁଯୋଗ ପାଇଲେ। ଏହା ପରେ ହିଁ ଅର୍ଜୁନଙ୍କ ଅଭିନୟ ଯାତ୍ରା ଆରମ୍ଭ ହୋଇଥିଲା। ଏହାପରେ ସେ ଦୀୱାନାପନ୍, ଦିଲ ହୈ ତୁମହାରା, I.C.U., ଅସମ୍ଭବ, ୟକିନ୍, ରୟ, ଦିଲ କା ରିସ୍ତା, ଚକ୍ରବ୍ୟୁହ, ଇନକାର, ଡାଡୀ, ଅନକହୀ, ଡନ୍, ବାଦା, ଓମ୍ ଶାନ୍ତି ଓମ୍, ରକ୍ ଅନ୍, ହାଉସ୍‌ଫୁଲ୍, ରାଜନୀତି ଭଳି ଅନେକ ଫିଲ୍ମରେ କାମ କରିଛନ୍ତି।

ବିବାହର ୨୦ ବର୍ଷ ପରେ ଛାଡପତ୍ର:

A party changed the fate of arjun rampalପ୍ରଥମ ପତ୍ନୀ ମଡେଲ ମେହର ଜେସିଆଙ୍କ ସହ ରୋମାଣ୍ଟିକ୍ ମୁଡ୍‌ରେ ଅର୍ଜୁନ ରାମପାଲ

୧୯୯୮ ମସିହାରେ, ଅର୍ଜୁନ ରାମପାଲ ମଡେଲ ମେହର ଜେସିଆଙ୍କୁ ଧୁମଧାମ ସହିତ ବିବାହ କରିଥିଲେ। ଉଭୟଙ୍କର ମହିୟା ଏବଂ ମାୟରା ନାମରେ ଦୁଇ ଝିଅ ଅଛନ୍ତି। କିନ୍ତୁ ବିବାହର ୨୦ ବର୍ଷ ପରେ, ୨୦୧୮ରେ ଦୁହେଁ ହଠାତ୍ ଅଲଗା ହେବାକୁ ସ୍ଥିର କରିଥିଲେ। ଏହି ଖବର ବଲିଉଡ୍‌ ସମେତ ତାଙ୍କ ପ୍ରଶଂସକଙ୍କୁ ଏକ ବଡ଼ ଝଟକା ଦେଇଥିଲା। ଉଭୟଙ୍କୁ ଆଦର୍ଶ ଦମ୍ପତି ଭାବରେ ଦେଖାଯାଉଥିଲା।

Advertisment

୧୪ ବର୍ଷ ସାନ ଗାବ୍ରିଏଲାଙ୍କ ସହିତ ସମ୍ପର୍କ:

A party changed the fate of arjun rampal୧୪ ବର୍ଷ ସାନ ଗାବ୍ରିଏଲା ଓ ପୁଅ ସହିତ ଅର୍ଜୁନ ରମପାଲ

ଅର୍ଜୁନ ଏବଂ ମେହରଙ୍କ ଛାଡପତ୍ରର କାରଣ ଗାବ୍ରିଏଲା ବୋଲି ବିଶ୍ୱାସ କରାଯାଏ। ଗାବ୍ରିଏଲା ଦକ୍ଷିଣ ଆଫ୍ରିକାର ଜଣେ ମଡେଲ୍। ଗାବ୍ରିଏଲାଙ୍କ ନାଁ FHM ରେ ଦୁନିଆର ୧୦୦ ଟି ସେକ୍ସୀ ମହିଳାଙ୍କ ତାଲିକାରେ ରହିଛି। ଗାବ୍ରିଏଲା ନିକଟରେ ଅର୍ଜୁନ ରାମପାଲଙ୍କ ପୁଅକୁ ଜନ୍ମ ଦେଇଛନ୍ତି, କିନ୍ତୁ ଉଭୟ ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି।

Bollywood Happy Birth Day Arjun Rampal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ