Advertisment

୮୦-୯୦ ଦଶକର ଏହି ୬ ଅଭିନେତ୍ରୀ କମ୍ ବୟସରେ ବିବାହ କରିଥିଲେ

୮୦ ଏବଂ ୯୦ ଦଶକର ଅନେକ ଅଭିନେତ୍ରୀ ବହୁତ କମ୍ ବୟସରେ ବିବାହ କରିଥିଲେ। ଯେତେବେଳେ ଏହି ଅଭିନେତ୍ରୀମାନେ ବିବାହ କରିଥିଲେ କେତେକଙ୍କୁ ୧୮ ବର୍ଷ ହୋଇଥିଲା ତ ଆଉ କେତେକଙ୍କୁ ମାତ୍ର ୧୬ ବର୍ଷ ହୋଇଥିଲା। ତେବେ ଆସନ୍ତୁ ଏହିସବୁ ବଲିଉଡ ଅଭିନେତ୍ରୀମାନଙ୍କ ବିଷୟରେ ଜାଣିବା, ଯେଉଁମାନେ ଅଳ୍ପ ବୟସରେ କନିଆ ସାଜିଥିଲେ।

ଅଦ୍ୟତନ ହୋଇଛି
Bollywood Actresses Who Married Young

80s-90s bollywood actresses who married at young age

Advertisment

ଗତ ବର୍ଷ ଅନେକ ବଲିଉଡ ଅଭିନେତ୍ରୀ କନିଆଁ ସାଜିଛନ୍ତି। ଆଲିଆ ଭଟ୍ଟ, ରିଚା ଚଢା ଏବଂ 'କୋଇ ମିଲ୍ ଗୟା' ଫେମ୍ ଅଭିନେତ୍ରୀ ହଂସିକା ମୋଟୱାନି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ସମସ୍ତ ଅଭିନେତ୍ରୀମାନେ ସେମାନଙ୍କ ବିବାହକୁ ନେଇ ବର୍ଷସାରା ଚର୍ଚ୍ଚାରେ ଥିଲେ। ଚଳିତ ବର୍ଷ ଆରମ୍ଭରେ ବଲିଉଡର ଆଉ ଜଣେ ଅଭିନେତ୍ରୀ ବିବାହ କରିବାକୁ ଯାଉଥିବା ଖବର ସାମ୍ନାକୁ ଆସୁଛି। ରିପୋର୍ଟ ଅନୁଯାୟୀ, ଆଥିଆ ଶେଟ୍ଟୀ ଏବଂ କେ.ଏଲ୍ ରାହୁଲ ଚଳିତ ମାସ ଶେଷ ସୁଦ୍ଧା ବିବାହ କରିବେ ବୋଲି ଶୁଣାଯାଉଛି।

Advertisment

ସୁନୀଲ ଶେଟ୍ଟୀଙ୍କ ଲଳନା ଆଥିଆ ଶେଟ୍ଟୀଙ୍କୁ ଏବେ ୩୦ ବର୍ଷ। ସେ ଏହି ବୟସରେ କନିଆଁ ହେବାକୁ ଯାଉଥିବାବେଳେ ରିଚା ଚଢା ୩୬ ବର୍ଷ ବୟସରେ ବିବାହ କରିଥିଲେ। ତେବେ ଆପଣ ଜାଣନ୍ତି କି ୮୦ ଏବଂ ୯୦ ଦଶକର ଅନେକ ଅଭିନେତ୍ରୀ ବହୁତ କମ୍ ବୟସରେ ବିବାହ କରିଥିଲେ। ଯେତେବେଳେ ଏହି ଅଭିନେତ୍ରୀମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ, କେତେକଙ୍କୁ ୧୮ ବର୍ଷ ହୋଇଥିଲା ତ ଆଉ କେତେକଙ୍କୁ ମାତ୍ର ୧୬ ବର୍ଷ ହୋଇଥିଲା। ତେବେ ଆସନ୍ତୁ ଏହିସବୁ ବଲିଉଡ ଅଭିନେତ୍ରୀମାନଙ୍କ ବିଷୟରେ ଜାଣିବା, ଯେଉଁମାନେ ଅଳ୍ପ ବୟସରେ କନିଆ ସାଜିଥିଲେ।

ଡିମ୍ପଲ୍ କପାଡିଆ:

Dimple Kapadia and Rajesh Khanna Marriage(ଡିମ୍ପଲ୍ କପାଡିଆ ଓ ରାଜେଶ ଖାନ୍ନା ବିବାହ)

ସେ ସମୟର ସୁପରହିଟ୍ ଅଭିନେତ୍ରୀ ଡିମ୍ପଲ୍ କପାଡିଆ ମାତ୍ର ୧୬ ବର୍ଷ ବୟସରେ ରାଜେଶ ଖାନ୍ନାଙ୍କୁ ବିବାହ କରିଥିଲେ। ୧୯୭୩ରେ ରାଜେଶ ଖାନ୍ନା ଏବଂ ଡିମ୍ପଲ୍ କପାଡିଆ ବିବାହ କରିଥିଲେ। ଡିମ୍ପଲଙ୍କୁ ଯେତେବେଳେ ୧୬ ବର୍ଷ ହୋଇଥିଲା ସେତେବେଳେ ରାଜେଶ ଖାନ୍ନାଙ୍କୁ ୩୧ ବର୍ଷ ହୋଇଥିଲା। ରାଜେଶ ଖାନ୍ନା ଏବଂ ଡିମ୍ପଲ୍ କପାଡିଆ ବିବାହର କିଛି ବର୍ଷ ପରେ ଅଲଗା ହୋଇଯାଇଥିଲେ ମଧ୍ୟ ଏହି ଦମ୍ପତି ଛାଡପତ୍ର ଦେଇନଥିଲେ।

Advertisment

ଦିବ୍ୟା ଭାରତୀ:

Divya Bharati and Sajjid Nadiyadwal Marriage(ଦିବ୍ୟା ଭାରତୀ ଓ ସାଜିଦ ନାଡିୟାଡୱାଲାଙ୍କ ବିବାହ)

ଅଭିନେତ୍ରୀ ଦିବ୍ୟା ଭାରତୀ ୧୯୯୨ରେ ବଲିଉଡ ନିର୍ମାତା ସାଜିଦ ନାଡିୟାଡୱାଲାଙ୍କୁ ବିବାହ କରିଥିଲେ। ଯେତେବେଳେ ଏହି ଅଭିନେତ୍ରୀ ବିବାହ କରିଥିଲେ, ତାଙ୍କୁ ମାତ୍ର ୧୮ ବର୍ଷ ହୋଇଥିଲା, କିନ୍ତୁ ବିବାହର କିଛି ଦିନ ପରେ ଅଭିନେତ୍ରୀ ଆତ୍ମହତ୍ୟା କରିଥିଲେ।

ନୀତୁ କପୁର:

Nitu Kapoor and Rishi Kapoor Marriage(ନୀତୁ କପୁର ଓ ଋଷି କପୁର ବିବାହ)

ନୀତୁ କପୁର ଏବଂ ଋଷି କପୁରଙ୍କ ପ୍ରେମ କାହାଣୀ ବି-ଟାଉନର ଏକ ପ୍ରସିଦ୍ଧ ପ୍ରେମ କାହାଣୀ। ନୀତୁ ୧୯୮୦ରେ ଋଷି କପୁରଙ୍କୁ ବିବାହ କରିଥିଲେ। ସେତେବେଳେ ଏହି ଅଭିନେତ୍ରୀଙ୍କୁ ୨୧ ବର୍ଷ ବୟସ ହୋଇଥିଲା ଏବଂ ସେ ଇଣ୍ଡଷ୍ଟ୍ରିରେ ଶୀର୍ଷରେ ଥିଲେ, କିନ୍ତୁ ଋଷି କପୁରଙ୍କ ବାପା ରାଜ କପୁର ଚାହୁଁ ନଥିଲେ ଯେ ନୀତୁ ବିବାହ ପରେ ଅଭିନୟ କରନ୍ତୁ, ଯେଉଁଥିପାଇଁ ତାଙ୍କୁ ଅଭିନୟରୁ ଦୂରେଇ ରହିବାକୁ ପଡିଥିଲା।

Advertisment

ବବିତା:

Babita and Randhir Kapoor Marriage(ବବିତା ଓ ରଣଧିର କପୁର ବିବାହ)

ବବିତା ୨୩ ବର୍ଷ ବୟସରେ ରଣଧୀର କପୁରଙ୍କୁ ବିବାହ କରିଥିଲେ। ବିବାହ ପୂର୍ବରୁ ନୀତୁ କପୁରଙ୍କ ପରି ରାଜ କପୁର ମଧ୍ୟ କପୁର ପରିବାରର ବୋହୂ ହେବା ପରେ ଅଭିନୟ ଛାଡିବା ପାଇଁ ବବିତାଙ୍କ ସମ୍ମୁଖରେ ଏକ ସର୍ତ୍ତ ରଖିଥିଲେ। ସର୍ତ୍ତ ଗ୍ରହଣ କରିବା ପରେ ବବିତା ୧୯୭୧ରେ ରଣଧୀର କପୁରଙ୍କୁ ବିବାହ କରିଥିଲେ। ଏହି ଦମ୍ପତି ଛାଡପତ୍ର ହୋଇ ନଥିଲେ, କିନ୍ତୁ ୧୯୮୮ରେ ସେମାନେ ଅଲଗା ହୋଇଯାଇଥିଲେ।

ଭାଗ୍ୟଶ୍ରୀ:

Bhagyashree - Himalaya Marriage(ଭାଗ୍ୟଶ୍ରୀ ଓ ହିମାଳୟ ବିବାହ)

ଦେଖନ୍ତୁ ଭିଡିଓ | ୮୦ ଦଶକର ଫିଲ୍ମ ସତ, ହେଲେ ଏବେବି ତାଜା ଅଛି...

'ମୈନେ ପ୍ୟାର୍ କିୟା' ମାଧ୍ୟରେ ଲୋକଙ୍କ ହୃଦୟରେ ରାଜ୍ କରୁଥିବା ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କ ପ୍ରକୃତ ଜୀବନର ପ୍ରେମ କାହାଣୀ କୌଣସି ଏକ ଚଳଚ୍ଚିତ୍ରର କାହାଣୀଠାରୁ କମ୍ ନୁହେଁ। ଏହି ଅଭିନେତ୍ରୀ ତାଙ୍କର ଦୀର୍ଘ ଦିନର ପ୍ରେମିକ ହିମାଳୟଙ୍କୁ ୨୧ ବର୍ଷ ବୟସରେ ବିବାହ କରିଥିଲେ। ଭାଗ୍ୟଶ୍ରୀଙ୍କ ପରିବାର ସଦସ୍ୟ ଏହି ବିବାହ ବିରୁଦ୍ଧରେ ଥିଲେ, ଯେଉଁ କାରଣରୁ ଏହି ଦମ୍ପତିଙ୍କୁ ଘର ଛାଡି ବିବାହ କରିବାକୁ ପଡିଥିଲା।

ସାୟରା ବାନୋ:

Man lives with 1000 spiders(ସାୟରା ବାନୋ ଓ ଦିଲ୍ଲୀପ କୁମାର ବିବାହ)

ସାୟରା ବାନୋ ଏବଂ ଦିଲୀପ କୁମାରଙ୍କ ଯୋଡି ହେଉଛି ୭୦ ଦଶକର ସବୁଠାରୁ ପ୍ରସିଦ୍ଧ ଯୋଡି। ସାୟରା ବାନୋ ଯେତେବେଳେ ଦିଲୀପ କୁମାରଙ୍କୁ ବିବାହ କରିଥିଲେ ସେତେବେଳେ ତାଙ୍କୁ ୨୨ ବର୍ଷ ହୋଇଥିବାବେଳେ ଦିଲୀପ କୁମାରଙ୍କୁ ୪୪ ବର୍ଷ ହୋଇଥିଲା। ଏହି ଅଭିନେତ୍ରୀ ତାଙ୍କ ବୟସର ଦୁଇ ଗୁଣା ଅଧିକ ଯୁବକଙ୍କୁ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଏହି ଯୋଡି ସେହି ବଲିଉଡ ଦମ୍ପତିମାନଙ୍କ ମଧ୍ୟରୁ ଅନ୍ୟତମ, ଯେଉଁମାନେ ଶେଷ ପର୍ଯ୍ୟନ୍ତ ଏକାଠି ରହିଥିଲେ। ୨୦୨୧ ମସିହାରେ ଦିଲୀପ କୁମାର ଏ ଦୁନିଆର ବିଦାୟ ନେଇଥିଲେ।

Bollywood Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ