Advertisment

ଛାତିରେ ଯନ୍ତ୍ରଣା ହେବାରୁ ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ

୭୩ ବର୍ଷୀୟ ମିଥୁନ ଆଜି ସକାଳେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ସେଥିପାଇଁ ତାଙ୍କୁ କୋଲକାତାର ଏକ ଘରୋଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ଅଦ୍ୟତନ ହୋଇଛି
Mithun Chakraborty

Mithun Chakraborty

Advertisment

ଭେଟେରାନ ବଲିଉଡ୍‌ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଅସୁସ୍ଥ। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୭୩ ବର୍ଷୀୟ ମିଥୁନ ଆଜି ସକାଳେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ସେଥିପାଇଁ ତାଙ୍କୁ କୋଲକାତାର ଏକ ଘରୋଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଫ୍ୟାନ୍ସମାନେ ତାଙ୍କ ଆରୋଗ୍ୟ କାମନା କରୁଛନ୍ତି। ଡାକ୍ତରଙ୍କ ତରଫରୁ ଚିକିତ୍ସା ଜାରି ରହିଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ଅଛି, ସେନେଇ କୌଣସି ସୂଚନା ମିଳିନାହିଁ।

Advertisment

କେତେକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାଙ୍କୁ ଆପୋଲୋ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। କିନ୍ତୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବିଷୟରେ ତାଙ୍କ ପରିବାର ଲୋକଙ୍କ ପାଖରୁ କିଛି ସୂଚନା ମିଳିନାହିଁ। ଡାକ୍ତରଖାନା ପକ୍ଷରୁ ମଧ୍ୟ ଏପର୍ଯ୍ୟନ୍ତ କ‌ୌଣସି ବିବୃତି ଜାରି କରାଯାଇନାହିଁ।

ମିଥୁନ ଚକ୍ରବର୍ତ୍ତୀଙ୍କୁ ଭାରତ ସରକାରଙ୍କ ଦ୍ୱାରା ପ୍ରଦତ୍ତ ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଭୂଷଣ ପ୍ରଦାନ କରାଯିବ ବୋଲି ଜାନୁଆରି ୨୪ରେ ଘୋଷଣା କରାଯାଇଥିଲା। ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ଭିଡିଓ ବାର୍ତ୍ତାରେ ବଙ୍ଗଳା ଭାଷାରେ ଚକ୍ରବର୍ତ୍ତୀ କହିଥିଲେ, ‘ମୁଁ ଗୌରବାନ୍ୱିତ। ଏ ସମ୍ମାନ ଗ୍ରହଣ କରି ମୁଁ ଆନନ୍ଦିତ। ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରୁଛି। ମୁଁ କେବେ କାହାକୁ କିଛି ମାଗିନାହିଁ। ନ ମାଗି ମଧ୍ୟ କିଛି ପାଇଲେ ଯେମିତି ଲାଗେ, ମତେ ଆଜି ସେମିତି ଲାଗୁଛି। ଏ ଅନୁଭୂତି ସମ୍ପୂର୍ଣ୍ଣ ଭିନ୍ନ। ବଡ଼ ବିଚିତ୍ର ଅନୁଭୂତି’।

Advertisment
Mithun Chakraborty
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ