Advertisment

67th National Film Awards: ମେଗାଷ୍ଟାର୍‌ ରଜନୀକାନ୍ତ, ଧନୁଷ, କଙ୍ଗନା ଓ ମନୋଜ ବାଜପେୟୀ ସମ୍ମାନିତ

ଦିଲ୍ଲୀରେ ବିଜ୍ଞାନ ଭବନରେ ଆୟୋଜିତ ୬୭ତମ ଜାତୀୟ ଫିଲ୍ମ ପୁରସ୍କାର ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ମେଗାଷ୍ଟାର ରଜନୀକାନ୍ତଙ୍କୁ ୫୧ତମ ଦାଦା ସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନିତ କରିଛନ୍ତି।

ଅଦ୍ୟତନ ହୋଇଛି
Rajinikanth

Rajinikanth

Advertisment

ନୂଆଦିଲ୍ଲୀ: ସାଉଥ ମେଗାଷ୍ଟାର୍‌ ରଜନୀକାନ୍ତଙ୍କୁ ଭାରତୀୟ ସିନେମା ଜଗତର ସର୍ବ୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନିତ କରାଯାଇଛି। ଆଜି ଦିଲ୍ଲୀରେ ବିଜ୍ଞାନ ଭବନରେ ଆୟୋଜିତ ୬୭ତମ ଜାତୀୟ ଫିଲ୍ମ ପୁରସ୍କାର ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ମେଗାଷ୍ଟାର ରଜନୀକାନ୍ତଙ୍କୁ ୫୧ତମ ଦାଦା ସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନିତ କରିଛନ୍ତି।  

Advertisment

୭୦ ବର୍ଷୀୟ ରଜନୀକାନ୍ତ ଦକ୍ଷିଣ ଭାରତୀୟ ସିନେମାର ଜଣେ କିମ୍ବଦନ୍ତୀ ଅଭିନେତା। ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଧିକାଂଶ ଫିଲ୍ମ କରିଥିବା ରଜନୀକାନ୍ତଙ୍କୁ ଭଗବାନ ଭାବେ ପୂଜା କରିଥାନ୍ତି ତାଙ୍କ ସମର୍ଥକ। ତାମିଲ ବ୍ୟତୀତ ତେଲୁଗୁ, କନ୍ନଡ, ମାଲାୟଲାମ, ହିନ୍ଦୀ ସହ ଅନ୍ୟ ଭାରତୀୟ ଭାଷାରେ ମଧ୍ୟ ସେ ଅଭିନୟ କରିଛନ୍ତି।  

Advertisment

ସେହିପରି ଫିଲ୍ମ ‘Bhonsle’ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ମନୋଜ ବାଜପେୟୀ ଓ ତାମିଲ ଫିଲ୍ମ  'Asuran' ପାଇଁ ସାଉଥ୍ ଷ୍ଟାର ଧନୁଷ, ହିନ୍ଦୀ ଫିଲ୍ମ 'Manikarnika: The Queen Of Jhansi' ଓ 'Panga' ପାଇଁ କଙ୍ଗନା ରଣାଓ୍ୱତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ମିଳିଛି। 

  • ଫିଲ୍ମ 'Chhicchore'କୁ ବେଷ୍ଟ୍‌ ଫିଲ୍ମ ଆୱାର୍ଡ ମିଳିଛି। ତେବେ ଏହି ଆୱାର୍ଡକୁ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଉଦ୍ଦେଶ୍ୟରେ ଫିଲ୍ମର ନିର୍ଦ୍ଦେଶକ ନୀତେଶ ତିୱାରି ଓ ପ୍ରଡ୍ୟୁସର ସାଜିଦ୍‌ ନାଦିଆଦୱାଲା ଉତ୍ସଗୀକୃତ କରିଛନ୍ତି।
  • 'Super Deluxe'ରେ ନିଜର ଅଭିନୟ ପାଇଁ ବେଷ୍ଟ୍‌ ସପୋର୍ଟିଂ ଆକ୍ଟର ଭାବେ ବିଜୟ ସେଥୁପାଥିଙ୍କୁ ନ୍ୟାସନାଲ୍‌ ଫିଲ୍ମ ଆୱାର୍ଡ ମିଳିଛି।

Advertisment
Kangana Ranaut Dhanush Rajinikanth Dadasaheb Phalke Award National Film Awards Manoj Bajpayee National Film Award
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ