Advertisment

୬ ବର୍ଷରେ ୫କୋଟି ଟଙ୍କା ଘରର ମାଲିକାଣୀ

ବୟସ ସିନା ୬ ସେ କିନ୍ତୁ ୫କୋଟି ଟଙ୍କା ଘରର ମାଲିକାଣୀ। ଭାଇଭଉଣୀମାନେ ମିଶି ନିଜ ପକେଟ୍ ମନୀରୁ ଏହି ଘର କିଣିବାରେ ସଫଳ ହୋଇଛନ୍ତି।

ଅଦ୍ୟତନ ହୋଇଛି
6 year old girl owner of 5 crore rupees house

6 year old girl owner of 5 crore rupees house

Advertisment

ଦୁନିଆର ପ୍ରତ୍ୟେକ ବ୍ୟକ୍ତି ନିଜର ଏକ ସୁନ୍ଦର ଘରେ ରହିବାକୁ ଚାହାଁନ୍ତି। ସ୍ୱପ୍ନର ଘର ତିଆରି ପାଇଁ ଜଣେ ସାଧାରଣ ମଣିଷର ଜୀବନସାରାର ରୋଜଗାର ଘର ନିର୍ମାଣରେ ଯାଇଥାଏ ତ ପୁଣି ଅନେକ ଲୋକଙ୍କ ବୟସ ଘର ନିର୍ମାଣରେ ହିଁ ବିତିଯାଏ। ଲୋକମାନେ ଅନେକ ଉପାୟରେ ନିଜ ସ୍ୱପ୍ନର ଘରକୁ ତିଆରି କରନ୍ତି। କିନ୍ତୁ ବର୍ତ୍ତମାନ ଏପତି ଏକ ଖବର ସାମ୍ନାକୁ ଆସିଛି, ଯାହାକୁ ପଢିବା ପରେ ଆପଣ ଖୁସି ହେବା ସହିତ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯିବେ।

Advertisment

କଥା ଏହା ଯେ ମାତ୍ର ୬ ବର୍ଷର ଜଣେ ଝିଅ ନିଜ ଭାଇ ଓ ଭଉଣୀଙ୍କ ସହିତ ନିଜର ଏକ ଘର କିଣିଛି। ଏହି ଘରର ମୂଲ୍ୟ ଶୁଣିବା ପରେ ଆପଣଙ୍କ ହୋସ୍ ଉଡ଼ିଯିବ। ଏହି ୬ ବର୍ଷର ଝିଅ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ୫ କୋଟି ଟଙ୍କାରେ ଏକ ଘର କିଣିଛି। ତେବେ ଆସନ୍ତୁ ଏହା ବିଷୟରେ ବିସ୍ତୃତ ଭାବେ ଜାଣିନେବା ଜଣେ ୬ ବର୍ଷର ପିଲା ଖେଳିବା ବୁଲିବା ବୟସରେ କିପରି ୫କୋଟି ଟଙ୍କା ଘରର ମାଲିକ ହୋଇପାରିଲା?

ଏହି ୬ ବର୍ଷର ଝିଅର ଦୁଇ ଭାଇଭଉଣୀ ଅଛନ୍ତି ଏବଂ ତିନିଜଣଙ୍କୁ ମିଳୁଥିବା ହାତ ଖର୍ଚ୍ଚରୁ ଦେଢ ଲକ୍ଷ ଲେଖାଏଁ ଟଙ୍କା ସଞ୍ଚୟ କରିଥିଲେ। ଏହା ପରେ ତାଙ୍କ ପିତା ତାଙ୍କୁ ଆଉ କିଛି ଆର୍ଥିକ ସାହାଯ୍ୟ କରିଥିଲେ। ଏହା ପରେ ତିନି ପିଲା ଏକାଠି ୫ କୋଟି ଟଙ୍କା ମୂଲ୍ୟର ଘର କିଣିଥିଲେ। ବର୍ତ୍ତମାନ ପଢିବା, ଲେଖିବା ଏବଂ ଖେଳିବା ବୟସରେ ଏହି ତିନି ପିଲା ଏକ ଚମତ୍କାର ଘରର ମାଲିକ ହୋଇଯାଇଛନ୍ତି।

Advertisment

୬ ବର୍ଷର ରୁବିଙ୍କର ଏକ ଭଉଣୀ ଲୁସି ଏବଂ ଭାଇ ଗସ୍ ଅଛନ୍ତି। ସମସ୍ତେ ମିଶି ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ଠାରୁ ୪୮ କିଲୋମିଟର ଦୂରରେ ଥିବା କ୍ଲାଇଡ୍‌ରେ ସେମାନଙ୍କ ଘର କିଣିଛନ୍ତି। ଏହାକୁ କିଣିବାକୁ ବାପା ତାଙ୍କୁ ପରାମର୍ଶ ଦେଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛିଜ ଝିଅଟି ତାଙ୍କ ଭାଇଭଉଣୀଙ୍କ ସହ କେବଳ ହାତ ଖର୍ଚ୍ଚରୁ ସଞ୍ଚୟ କରି ହିଁ ଘର କିଣିବାରେ ସଫଳ ହୋଇଛି।

ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଦେଶରେ କରୋନା ମହାମାରୀ ହେତୁ ଘର ମୂଲ୍ୟରେ ବହୁତ ହ୍ରାସ ଘଟିଛି। କିନ୍ତୁ ଖୁବ୍ ଶୀଘ୍ର ଏହି ଘରଗୁଡ଼ିକର ମୂଲ୍ୟ ପୁଣି ବଢିବାକୁ ଯାଉଛି। ସେଥିପାଇଁ ଅଷ୍ଟ୍ରେଲିଆରେ ରହୁଥିବା ଏକ ବଡ ସମ୍ପତ୍ତି ବ୍ୟବସାୟୀ କ୍ୟାମ୍‌ ମ୍ୟାକ୍ଲିୟା ଏହି ପିଲାମାନଙ୍କୁ ଘର କିଣିବାକୁ ପ୍ରେରଣା ଦେଇଥିଲେ। କ୍ୟାମ୍‌ ପିଲାମାନଙ୍କୁ ସେମାନଙ୍କର ଦାୟିତ୍ୱ ବିଷୟରେ କହିବା ସହ ସେମାନଙ୍କୁ ପକେଟ୍‌ ମନୀ ସଞ୍ଚୟ କରିବାକୁ କହିଥିଲେ। ତାଙ୍କ କଥାରେ ମାତ୍ର ୬ ବର୍ଷର ଝିଅ ୫ କୋଟି ଟଙ୍କା ମୂଲ୍ୟର ଘର କିଣିବାରେ ସଫଳ ହେଲେ।

Advertisment
Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ