Advertisment

ଏହି ବଲିଉଡ୍‌ ଫିଲ୍ମରେ ଖାଲି ବୋଲ୍ଡ ହିଁ ବୋଲ୍ଡ ସିନ୍‌; ହୋଇପାରି ନଥିଲା ରିଲିଜ୍‌, ହେଲେ ଏବେ...

ଅନେକ ବଲିଉଡ୍‌ ଫିଲ୍ମକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଛି। ପୂର୍ବରୁ ୬ ଫିଲ୍ମ ହଲ୍‌ରେ ରିଲିଜ୍‌ ହୋଇପାରି ନଥିଲା। କାରଣ ଫିଲ୍ମରେ ଅଧିକ ବୋଲ୍ଡ ସିନ୍‌ ଥିଲା। ହେଲେ ଏବେ ଏହି ପିଲ୍ମ OTTରେ ଉପଲ୍ଲବ୍ଧ।

ଅଦ୍ୟତନ ହୋଇଛି
6 Super Bold Bollywood Movies

6 Super Bold Bollywood Movies

Advertisment

ବଲିଉଡ୍‌ ବାଦ୍‌ଶାହ ଶାହରୁଖ ଖାନ(Shahrukh Khan)ଙ୍କ ମୋଷ୍ଟ ୱାଣ୍ଟେଡ୍‌ ଫିଲ୍ମ ‘ପଠାନ୍‌(Pathaan)’କୁ ନେଇ ବିବାଦ ତେଜିବାରେ ଲାଗିଛି। ଗୋଟିଏପଟେ ଫିଲ୍ମରେ ଦୀପିକା ପାଦୁକୋନ୍(Deepika Padukone)ଙ୍କ ସହ ଶାହରୁଖଙ୍କ ଇଣ୍ଟେସ୍‌ କେମିଷ୍ଟ୍ରି ଓ ଡ୍ୟାନ୍ସ ମୁଭ୍ସକୁ ନେଇ ଚର୍ଚ୍ଚା ଜୋର ଧରି ଥିବାବେଳେ ଅନ୍ୟପଟେ ଫିଲ୍ମର ‘Besharam Rang’ ଗୀତରେ ଦୀପିକାଙ୍କ କଷ୍ଟ୍ୟୁମ୍ସ ଓ କିଛି ଦୃଶ୍ୟକୁ ବିରୋଧ କରାଯାଇଛି। ସୋସିଆଲ୍‌ ମିଡିଆରେ ଫିଲ୍ମକୁ ବୟକଟ୍‌ କରିବା ପାଇଁ ଦାବି ହୋଇଛି। ହେଲେ ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ମଧ୍ୟ ଅନେକ ବଲିଉଡ୍‌ ଫିଲ୍ମକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଛି। ପୂର୍ବରୁ ୬ ଫିଲ୍ମ ହଲ୍‌ରେ ରିଲିଜ୍‌ ହୋଇପାରିନ ଥିଲା। କାରଣ ଫିଲ୍ମରେ ଅଧିକ ବୋଲ୍ଡ ସିନ୍‌ ଥିଲା। ହେଲେ ଏବେ ଏହି ପିଲ୍ମ OTTରେ ଉପଲ୍ଲବ୍ଧ।

Advertisment

ହଲ୍‌ରେ ରିଲିଜ୍‌ ହୋଇନଥିବା ୬ ବଲିଉଡ୍‌ ଫିଲ୍ମ...

  1. ଅନ୍‌ଫ୍ରିଡମ୍‌(Un-Freedom): ରାଜ୍‌ ଅମିତ କୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ୨୦୧୪ରେ କେରଳ ଇଣ୍ଟରନ୍ୟାସନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ ହୋଇଥିଲା। ହେଲେ ଫିଲ୍ମକୁ ଦେଶରେ ବ୍ୟାନ୍‌ କରାଯାଇଥିଲା। ତେଣୁ ଏହା ହଲ୍‌ରେ ରିଲିଜ୍‌ ହୋଇପାରି ନଥିଲା। ଏହି ଫିଲ୍ମ ସମଲିଙ୍ଗୀଙ୍କ ସମ୍ପର୍କ ଉପରେ ଆଧାରିତ ଥିଲା। ହେଲେ ଏବେ ଏହି ଫିଲ୍ମ ଓଟିଟି ପ୍ଲାଟ୍‌ଫର୍ମ Netflixରେ ଉପଲ୍ଲବ୍ଧ।
    Film Un-FreedomFilm Un-Freedo
  2.  ପାଞ୍ଚ୍‌(Paanch): ଅନୁରାଗ କାଶ୍ୟପଙ୍କ ନିର୍ଦ୍ଦେଶିତ ଏହି କ୍ରାଇମ୍‌ ଥ୍ରିଲର ଫିଲ୍ମ ୨୦୦୩ରେ ରିଲିଜ୍‌ ହୋଇଥିଲା। ହେଲେ ବୋଲ୍ଡ କଣ୍ଟେଣ୍ଟ ଯୋଗୁ ଏହାକୁ ହଲ୍‌ରେ ରିଲିଜ୍‌ ପାଇଁ ଅନୁମତି ମିଳି ନଥିଲା। ତେବେ ୨୦୦୩ରୁ ୨୦୧୬ ମଧ୍ୟରେ ଏହି ପିଲ୍ମକୁ ଭିନ୍ନ ଭିନ୍ନ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ କରାଯାଇଥିଲା। କେକେ ମେନନ୍‌, ଆଦିତ୍ୟ ଶ୍ରୀବାସ୍ତବ, ବିଜୟ ମୌର୍ଯ୍ୟ ଓ ଜୟ ଫର୍ଣ୍ଣାଡିସ୍‌ ଓ ତେଜସ୍ୱିନୀ କୋଲ୍‌ହାପୁରୀଙ୍କ ଅଭିନୀତ ଏହି ଫିଲ୍ମ ଏବେ ଓଟିଟି ପ୍ଲାଟ୍‌ଫର୍ମ ମୁଭି ଆପ୍‌ରେ ଉପଲ୍ଲବ୍ଧ।
Film PaanchFilm Paanch
3.ଫାୟର(Fire): ମେହଟାଙ୍କ ଦ୍ୱାରା ନିର୍ଦ୍ଦେଶିତ ଇଣ୍ଡୋ-କାନାଡିଆନ୍‌ ରୋମାଣ୍ଟିକ୍‌ ଡ୍ରାମା ଫିଲ୍ମ ୧୯୯୬ରେ ରିଲିଜ ହୋଇଥିଲା। ଏଥିରେ ଶବାନା ଆଜ୍‌ମୀ ଓ ନନ୍ଦିତା ଦାସ ଅଭିନୟ କରିଥିଲେ। ସମଲିଙ୍ଗୀଙ୍କ ସମ୍ପର୍କ ଉପରେ ଆଧାରିତ ଏହି ପିଲ୍ମକୁ ଭାରତରେ ବ୍ୟାନ୍‌ କରାଯାଇଥିଲା। ଫଳରେ ହଲ୍‌ରେ ଏହା ରିଲିଜ୍‌ ହୋଇପାରି ନଥିଲା। ହେଲେ ଏବେ ଏହି ଫିଲ୍ମ ୟୁଟ୍ୟୁବ୍‌ କିମ୍ବା ଅନ୍ୟ ୱେବ୍‌ସାଇଟ୍‌ରେ ଅନ୍‌ଲାଇନ୍‌ରେ ଦେଖିପାରିବେ। ହେଲେ ଏହାକୁ ଦେଖିବା ପୂର୍ବରୁ ପ୍ରାଇଭେସି ଉପରେ ଧ୍ୟାନ ଦେବା ଜରୁରୀ।
Advertisment
Film FireFilm Fire

4.ଲୋଏଭ୍‌ (Loev): ସୁଧାଂଶୁ ସରିଆଙ୍କ ନିର୍ଦ୍ଦେଶିତ ଏହି ରୋମାଣ୍ଟିକ ଡ୍ରାମା ଫିଲ୍ମ ୨୦୧୫ରେ ରିଲିଜ୍‌ ହୋଇଥିଲା। ଏଥିରେ ଧ୍ରୁବ ଗଣେଶ ଓ ଶିବ ପଣ୍ଡିତ ଉଭୟ ବନ୍ଧୁ ଚରିତ୍ରରେ ଅଭିନୟ କରିଛନ୍ତି।  ଫିଲ୍ମ ସମଲିଙ୍ଗୀଙ୍କ ସମ୍ପର୍କ ଉପରେ ଆଧାରିତ ଓ ବୋଲ୍ଡ କଣ୍ଟେଣ୍ଟ୍‌ ଯୋଗୁ ଏହା ହଲ୍‌ରେ ରିଲିଜ୍‌ ହୋଇପାରି ନଥିଲା। ହେଲେ ଏବେ ଏହି ଫିଲ୍ମ ଓଟିଟି ପ୍ଲାଟ୍‌ଫର୍ମ Netflixରେ ଉପଲ୍ଲବ୍ଧ।

Film LoevFilm Loev
5.ଗାର୍‌ବେଜ(Garbage): କୌଶିକ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଏହି ଡ୍ରାମା ପିଲ୍ମ ୨୦୧୮ରେ ରିଲିଜ୍‌ ହୋଇଥିଲା। ଏଥିରେ ତ୍ରିମାଳା ଅଧିକାରୀ, ତନ୍ମୟ ଧନନିଆ, ଶ୍ରୁତି ବିଶ୍ୱନ, ସତରୁପା ଦାସ ଓ ସଚିତ୍‌ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ। ଏହାର ପ୍ରିମିୟର ୬୮ତମ ବର୍ଲିନ୍‌ ଅନ୍ତଃରାଷ୍ଟ୍ରୀୟ ପିଲ୍ମ ମହୋତ୍ସବରେ ପ୍ରଦର୍ଶିତ କରାଯାଇଥିଲା। ଗୋଆର ଜଣେ ଟ୍ୟାକ୍ସି ଡ୍ରାଇଭର ଫଣିଶ୍ୱରଙ୍କ ଉପରେ ଆଧାରିତ। ଯିଏକି ନିଜ ଘରେ ଜଣେ ମହିଳାଙ୍କୁ ବନ୍ଦୀ କରି ରଖିଥିଲେ। ଅଧିକ ବୋଲ୍ଡ କଣ୍ଟେଣ୍ଟ୍‌ ଯୋଗୁ ଫିଲ୍ମକୁ ହଲ୍‌ରେ ରିଲିଜ୍‌ କରାଯାଇ ନଥିଲା। ହେଲେ ଏବେ ଏହି ଫିଲ୍ମ ଓଟିଟି ପ୍ଲାଟ୍‌ଫର୍ମ Netflixରେ ଉପଲ୍ଲବ୍ଧ।
Advertisment
Film GarbageFilm Garbage

6. ଆଙ୍ଗ୍ରି ଇଣ୍ଡିଆନ୍‌ ଗଡେସେସ୍‌(Angry Indian Goddesses): ପାନ୍‌ ନଳୀନଙ୍କ ଦ୍ୱାରା ନିର୍ଦ୍ଦେଶିତ ଓ ଜଙ୍ଗଲ୍‌ ବୁକ୍‌ ଏଣ୍ଟରଟେନ୍‌ମେଣ୍ଟ୍‌ ବ୍ୟାନର୍‌ ଅଧୀନ ଗୌରବ ଢିଙ୍ଗରା ଓ ପାନ୍‌ ନଳୀନଙ୍କ ଦ୍ୱାରା ନିର୍ମିତ ଏହି ଡ୍ରାମା ଫିଲ୍ମ ୨୦୧୫ରେ ରିଲିଜ୍‌ ହୋଇଥିଲା। ଏଥିରେ ଆଦିଲ୍‌ ହୁସୈନ୍‌ଙ୍କ ସହ ସନ୍ଧ୍ୟା ମୁଦୁଲ, ତନିଷ୍ଠା ଚାଟ୍ଟାର୍ଜୀ, ସାରା-ଜୈନ ଡାୟସ, ଅନୁଷ୍କା ମନଚନ୍ଦା ପ୍ରମୁଖ ଅଭିନୟ କରିଥିଲେ। ୨୦୧୫ରେ ଟୋରେଣ୍ଟ୍‌ ଅନ୍ତଃରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବରେ ପ୍ରଦର୍ଶିତ କରାଯାଇଥିଲା। ଯେଉଁଠି ଏହା ପିପୁଲ୍ସ ଚଏସ୍‌ ଆୱାର୍ଡ ପାଇଁ ଦ୍ୱିତୀୟ ସ୍ଥାନରେ ସ୍ଥାନିତ ହୋଇଥିଲା। ତେବେ ଏହି ଫିଲ୍ମର ଟ୍ରେଲର ରିଲିଜ୍‌ ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ତେଣୁ ହଲ୍‌ରେ ଏହା ରିଲିଜ୍‌ ହୋଇପାରି ନଥିଲା। ହେଲେ ଏବେ ଏହାକୁ ଆପଣ ଓଟିଟି ପ୍ଲାଟ୍‌ଫର୍ମରେ ଦେଖିପାରିବେ। 

Film Angry Indian Goddesses
Bollywood Bollywood Films
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ