Advertisment

'ପୁଷ୍ପା'କୁ ଅଣଦେଖା କରିଥିଲେ ଏହି ୬ ସୁପର୍‌ଷ୍ଟାର୍‌

ଦକ୍ଷିଣୀ ଫିଲ୍ମ 'ପୁଷ୍ପା'କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ଖାଲି ଦେଶ ନୁହେଁ ବିଦେଶରେ ବି ଏହାକୁ ପସନ୍ଦ କରାଯାଉଛି। ଏଥିରେ ମୁଖ୍ୟ ଭୂମିକାରେ ଅଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନା ଥିଲେ ମଧ୍ୟ ସେମାନେ ପ୍ରଥମ ପସନ୍ଦ ନଥିଲେ। ଏହା ପୂର୍ବରୁ ୬ ଜଣ ଆଗଧାଡିର କଳାକାରଙ୍କୁ ମଧ୍ୟ ଅଫର୍ ଦିଆଯାଇଥିଲା।

ଅଦ୍ୟତନ ହୋଇଛି
6 big superstars  rejected Pushpa before Allu Arjun and Rashmika

6 big superstars rejected Pushpa before Allu Arjun and Rashmika

Advertisment

'ପୁଷ୍ପା: ଦ ରାଇଜ୍' ବର୍ତ୍ତମାନ ତେଲୁଗୁ ସିନେମା କ୍ଷେତ୍ରରେ ଗର୍ବର ବିଷୟ ପାଲଟିଛି। ଏହି ଚଳଚ୍ଚିତ୍ରର କ୍ରେଜ୍ ସାରା ଦେଶରେ ଏମିତି ବଢିଯାଇଛି ଯେ ଯାହାକୁ ଦେଖ ସିଏ ଏହାର ରିଲ୍ସ ତିଆରି କରି ନିଜର ଲୋକପ୍ରିୟତା ହାସଲ କରୁଛନ୍ତି। ଏହି ଫିଲ୍ମ କେବଳ ବକ୍ସଅଫିସ୍‌ରେ କମାଲ କରି ନାହିଁ ବରଂ ଲୋକଙ୍କ ହୃଦୟ ମଧ୍ୟ ଜିତିଛି। ‘ପୁଷ୍ପା’ ବର୍ତ୍ତମାନ ପର୍ଯ୍ୟନ୍ତ ୩୫୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିସାରିଛି ଏବଂ ଏହା ମାଧ୍ୟମରେ ଅଲୁ ଅର୍ଜୁନ-ରଶ୍ମିକା ମନ୍ଦାନାଙ୍କ ପ୍ୟାନ୍ସ ଓ ଫଲୋର୍ସଙ୍କ ସଂଖ୍ୟା ମଧ୍ୟ ଅହେତୁକ ଭାବେ ବଢି ଯାଇଛି।

Advertisment

କିନ୍ତୁ ଦୁର୍ଭାଗ୍ୟ ଯେ ଏହି ଦୁଇ ତାରକାଙ୍କ ପୂର୍ବରୁ ସୁକୁମାରଙ୍କ ଏହି ଚଳଚ୍ଚିତ୍ରକୁ ୬ ଜଣ ବଡ ବଡ ତାରକା ପ୍ରତ୍ୟାଖ୍ୟାନ କରିଦେଇଥିଲେ। ବର୍ତ୍ତମାନ ସେମାନେ ଏହାର ଲୋକପ୍ରିୟତା ଓ ବ୍ୟବସାୟ ଦେଖି ନିଶ୍ଚିତ ପଶ୍ଚାତାପ କରୁଥିବେ। ତେବେ ସେହି ୬ ଜଣ ବଡ ତାରକା କିଏ, ଯେଉଁମାନେ ଏଭଳି ଏକ ଚଳଚ୍ଚିତ୍ରକୁ ଅଣଦେଖା କରି ଏପରି ଭୁଲ୍ କରିଛନ୍ତି। ଆସନ୍ତୁ ଜାଣିନେବା ସେହି ସୁପର୍‌ଷ୍ଟାର୍‌ମାନଙ୍କ ବିଷୟରେ।

ମହେଶ ବାବୁ:

'ପୁଷ୍ପା: ଦ ରାଇଜ୍' ପାଇଁ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ଅଲୁ ଅର୍ଜୁନ ନଥିଲେ। ତାଙ୍କର ପ୍ରଥମ ପସନ୍ଦ ଥିଲେ ମହେଶ ବାବୁ। ଏହି ଚଳଚ୍ଚିତ୍ରର ଅଫର ନେଇ ସୁକୁମାର ମହେଶ ବାବୁଙ୍କ ନିକଟକୁ ଯାଇଥିଲେ। କିନ୍ତୁ ‘ପୁଷ୍ପା’ ତାଙ୍କ ଭାବମୂର୍ତ୍ତି ସହିତ ମେଳ ଖାଉ ନାହିଁ ବୋଲି କହି ସେ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଏମିତିରେ ବି ମହେଶ ବାବୁ ଗ୍ରେ ରୋଡ୍‌ର ଚରିତ୍ରକୁ ପସନ୍ଦ କରନ୍ତି ନାହିଁ।

Advertisment

ପୂଜା ହେଗ୍‌ଡେ:

ଅଲୁ ଅର୍ଜୁନଙ୍କ 'ପୁଷ୍ପା'ରେ ମୁଖ୍ୟ ଅଭିନେତ୍ରୀ ଭାବରେ ନିର୍ମାତା ପ୍ରଥମେ ପୂଜା ହେଗ୍‌ଡେଙ୍କୁ କାଷ୍ଟ୍‌ କରିବାକୁ ଚାହୁଁଥିଲେ, କିନ୍ତୁ ଏହାର ତାରିଖ ପ୍ରଭାସଙ୍କ ଅଭିନୀତ 'ରାଧେ ଶ୍ୟାମ' ସହିତ ସଂଘର୍ଷ କରିଥିଲା। ତେଣୁ ପୂଜାଙ୍କୁ ମଧ୍ୟ ଏହି ଫିଲ୍ମକୁ ମନା କରିବାକୁ ପଡିଥିଲା।

ଦିଶା ପାଟ୍‌ନୀ:

‘ପୁଷ୍ପା’ର ମୁଖ୍ୟ ଗୀତରେ ନାଚିବା ପାଇଁ ନିର୍ମାତା ସାମନ୍ଥାଙ୍କ ପୂର୍ବରୁ ଦିଶା ପାଟ୍‌ନୀଙ୍କ ନିକଟକୁ ଯାଇଥିଲ। କିନ୍ତୁ ସେ ଏନେଇ ଅଧିକ ଟଙ୍କା ଦାବି କରିଥିଲେ। ଏହି କାରଣରୁ ତାଙ୍କ ସହ ଡିଲ୍ ହୋଇପାରିଲା ନାହିଁ।

Advertisment

ନୋରା ଫତେହି:

ବଲିଉଡ୍‌ର ଆଗ ଧାଡିର ନୃତ୍ୟଶିଳ୍ପୀ ନୋରା ଫତେହିଙ୍କୁ ମଧ୍ୟ ଅଲୁ ଅର୍ଜୁନଙ୍କ ଫିଲ୍ମ ପାଇଁ ଅନୁରୋଧ କରାଯାଇଥିଲା। ସେ ମଧ୍ୟ ଏନେଇ ମୋଟା ଅଙ୍କର ଟଙ୍କା ମାଗିଥିଲେ। ସେଥିପାଇଁ ଏହି ଚଳଚ୍ଚିତ୍ର ମଧ୍ୟ ତାଙ୍କ ହାତରୁ ଖସିଯାଇଥିଲା।

ବିଜୟ ସେତୁପତି:

'ପୁଷ୍ପା: ଦି ରାଇଜ୍'ରେ ଆଉ ଏକ ମୁଖ୍ୟ ଭୂମିକା ପାଇଁ 'ମାଷ୍ଟର' ଫେମ୍ ବିଜୟ ସେତୁପତିଙ୍କୁ ମଧ୍ୟ ମନୋନୀତ କରାଯାଇଥିଲା। ତାଙ୍କର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ହେତୁ ସେ ଏହାକୁ ଗ୍ରହଣ କରି ନ ଥିଲେ। ପରେ ଏହି ଚରିତ୍ରଟି ମାଲାୟାଲମ୍ ଅଭିନେତା ଫାହାଦ୍ ଫାସିଲଙ୍କୁ ଦିଆଯାଇଥିଲା।

ନାରା ରୋହିତ:

ସାଉଥ୍ ତାରକା ନାରା ରୋହିତଙ୍କୁ ମଧ୍ୟ 'ପୁଷ୍ପା'ରେ ଭିଲେନ୍ ରୋଲ୍ ପାଇଁ ଅନୁରୋଧ କରାଯାଇଥିଲା। ସେ ମଧ୍ୟ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଆଜି ଫିଲ୍ମଟି ବ୍ଲକ୍‌ବଷ୍ଟର୍‌ ହେବା ପରେ ସେମାନେ ନିଶ୍ଚୟ ଏନେଇ ଅନୁତାପ କରୁଥିବେ।

Entertainment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ