5 highest grossing Indian movies
ଆଜିକାଲି ଫିଲ୍ମର କାହାଣୀ ଅପେକ୍ଷା ରୋଜଗାରକୁ ଅଧିକ ଧ୍ୟାନ ଦିଆଯାଉଛି। କେଉଁ ଫିଲ୍ମ କେତେ ରୋଜଗାର କଲା ତାକୁ ନେଇ ବକ୍ସ ଅଫିସ୍ ହିଟ୍ ପ୍ରମାଣିତ ହେଉଛି। ଏବେ ସବୁଠାରୁ ଅଧିକ ରୋଜଗାର କରିଥିବା ଫିଲ୍ମର ତାଲିକା ଆସିଛି।
ଏହି ତାଲିକା ବହୁତ ଆକର୍ଷଣୀୟ। ଏହି ତାଲିକାରେ ୨ଟି ବଲିଉଡ୍ ଚଳଚ୍ଚିତ୍ର ଥିବାବେଳେ ୩ଟି ସାଉଥ୍ ଚଳଚ୍ଚିତ୍ର ରହିଛି। ବଲିଉଡରୁ ଆମୀର ଖାନଙ୍କ ‘ଦଙ୍ଗଲ’ ଏବଂ ଶାହାରୁଖ ଖାନଙ୍କ ‘ପଠାନ’ ଚଳଚ୍ଚିତ୍ରର ନାଁ ଏହି ତାଲିକାରେ ସାମିଲ ଅଛି।
ଅନ୍ୟାନ୍ୟ ଚଳଚ୍ଚିତ୍ର ଉପରେ ନଜର ପକେଇଲେ, ଏଥିରେ ‘ବାହୁବଲୀ ୨’, ‘RRR’ ଏବଂ ‘KGF ୨’ ରହିଛି। କେବଳ ଏତିକି ନୁହେଁ, ଏହି ଚଳଚ୍ଚିତ୍ରଗୁଡ଼ିକର ରୋଜଗାର ମଧ୍ୟ ଖୁବ ଆଶ୍ଚର୍ଯ୍ୟଜନକ।
T2blive.com ଅନୁଯାୟୀ, ‘ଦଙ୍ଗଲ’ ଚଳଚ୍ଚିତ୍ର ବକ୍ସ ଅଫିସ୍ରେ ୧୯୫୮ କୋଟି ଟଙ୍କା ଆୟ କରିଥିବାବେଳେ ବାହୁବଲୀ ୧୮୧୦କୋଟି ଟଙ୍କା ରୋଜଗାର କରିଥିବାବେଳେ RRR ଚଳଚ୍ଚିତ୍ର ୧୨୩୬.୫୦ କୋଟି ଟଙ୍କା ଆୟ କରିଛି। ସେହିପରି ‘KGF ୨’ ୧୨୩୩ କୋଟି ଟଙ୍କା ରୋଜଗାର କରିଥିବାବେଳେ ‘ପଠାନ’ ବକ୍ସ ଅଫିସରେ ୧୦୪୮ କୋଟି ଟଙ୍କା ରୋଜଗାର କରିଛି।
କେବଳ ଏତିକି ନୁହେଁ, t2blive.com ଅନୁଯାୟୀ, ରୋଜଗାର କ୍ଷେତ୍ରରେ RRR ଚଳଚ୍ଚିତ୍ର KGF ୨କୁ ପଛରେ ପକେଇ ଦେଇଛି। RRR ବିଶ୍ୱବ୍ୟାପୀ ୧୨୩୬.୫ ୦ କୋଟି ଟଙ୍କା ରୋଜଗାର କରିଥିବା ବେଳେ କେବଳ ଜାପାନରେ ଏହି ଫିଲ୍ମ ୮୧.୬୦ କୋଟି ଟଙ୍କା ରୋଜଗାର କରିଛି ଏବଂ ରିରିଲିଜ୍ରୁ ୨.୫୦ କୋଟି ଟଙ୍କା ରୋଜଗାର କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679217888.jpg)