Advertisment

ସୌନ୍ଦର୍ଯ୍ୟର ମାଲିକାଣୀ ମଧୁବାଲାଙ୍କ ଏହି ସବୁ ଫଟୋ ଆପଣଙ୍କ ଦିନକୁ କରିବ ତାଜା

ମଧୁବାଲାଙ୍କ ପରି ସୁନ୍ଦରୀ ବଲିଉଡ୍ ଜଗତରେ ନା କେବେ ଥିଲେ, ନା ଏବେ ଅଛନ୍ତି, ନା ଆଗକୁ ଆଉ ଆସିବେ। ସେ ସିନା ଖୁବ କମ୍ ବୟସରେ ଏ ଦୁନିଆ ଛାଡି ଚାଲିଗଲେ, କିନ୍ତୁ ତାଙ୍କ ପ୍ରଶଂସକଙ୍କ ହୃଦୟରେ ଛାଡିଦେଇଗଲେ କ୍ଷତ। ତେବେ ତାଙ୍କର ଏହି ୫ଟି ଫଟୋ ଆଜିବି ଆପଣଙ୍କ ସ୍ମୃତିକୁ କରିଦେବ ତାଜା।

5 best photos of Madhubala that shows she was the most beautiful actress

5 best photos of Madhubala that shows she was the most beautiful actress

Advertisment

ନୂଆଦିଲ୍ଲୀ: ଯେତେବେଳେ ବଲିଉଡ୍‌ରେ ସୌନ୍ଦର୍ଯ୍ୟ କଥା ପଡେ, ୫୦ ଦଶକର ସୁପରହିଟ୍ ଅଭିନେତ୍ରୀ ମଧୁବାଲାଙ୍କ ନାମ ନିଶ୍ଚିତ ଭାବେ ଆସିବ। ଭାଲେଣ୍ଟାଇନ୍ସ ଡେ’ର ବିଶେଷ ଦିନରେ ଜନ୍ମ ହୋଇଥିବା ମଧୁବାଲାଙ୍କ ଅତୁଳଣୀୟ ସୌନ୍ଦର୍ଯ୍ୟ ସାମ୍ନାରେ ସମସ୍ତେ ଫିକା ପଡିଯାଇଥିଲେ। ବିଭିନ୍ନ ଚଳଚ୍ଚିତ୍ରରେ ଏହି ସୁନ୍ଦରୀଙ୍କ ଦ୍ୱାରା ଅଭିନୟ କରାଯାଇଥିବା ପ୍ରତ୍ୟେକ ଚରିତ୍ର ଆଜି ବି ସ୍ମରଣୀୟ। ମଧୁବାଲାଙ୍କୁ 'ଟ୍ରାଜେଡି ରାଣୀ' ନାମରେ ମଧ୍ୟ ଜଣାଯାଏ, କାରଣ ଅନେକ ଚଳଚ୍ଚିତ୍ରର ଶେଷରେ ତାଙ୍କର ମୃତ୍ୟୁ ହୋଇଥାଏ।

Advertisment

ତେବେ ମଧୁବାଲାଙ୍କ ବାସ୍ତବ ଜୀବନ ମଧ୍ୟ କୌଣସି ଚଳଚ୍ଚିତ୍ରଠାରୁ କମ୍ ନଥିଲା। ହୃଦଘାତ ହେତୁ ଖୁବ୍ କମ୍ ବୟସରେ ଦୁନିଆ ଛାଡିଥିବା ମଧୁବାଲା ତାଙ୍କ ସ୍ୱଳ୍ପ ଜୀବନରେ ଚଳଚ୍ଚିତ୍ରର ଏକ ଲମ୍ବା ଇନିଂସ ଖେଳିଥିଲେ। ତାଙ୍କର ସୌନ୍ଦର୍ଯ୍ୟ ଓ ଷ୍ଟାଇଲ ନେଇ ସେ ଏବେ ବି ଲୋକଙ୍କ ହୃଦୟରେ ରାଜ କରନ୍ତି।

ମଧୁବାଲା ଖୁବ୍ କମ୍ ବୟସରେ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ଆରମ୍ଭ କରିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତାଙ୍କୁ ଯେତେବେଳେ ମାତ୍ର ୧୪ ବର୍ଷ ହୋଇଥିଲା ସେ ତାଙ୍କ ଅଭିନୟରେ ଜଣେ ପରିପକ୍ୱ ଯୁବତୀର ଭୂମିକାରେ ନଜର ଆସିଥିଲେ, ଯାହା ନିହାତି ଭାବେ ଆଶ୍ଚର୍ଯ୍ୟଜନକ ଥିଲା। ଆମେ ଆଜି ଆପଣଙ୍କୁ ସେହି ସୌନ୍ଦର୍ଯ୍ୟର ରାଣୀ ମଧୁବାଲାର କିଛି ଅବିସ୍ମରଣୀୟ ଚରିତ୍ର ଏବଂ ସ୍ମରଣୀୟ ଫଟୋ ବିଷୟରେ କହିବୁ ଯାହା ଆପଣଙ୍କୁ ଫେରେଇ ନେଇ ଏହି ସୁନ୍ଦରୀଙ୍କ ପାଖକୁ।

Advertisment

ଏହି ଫଟୋରେ ଏକ ଲାଲ୍ ଶାଢୀ ସହିତ ହୀରା ଅଳଙ୍କାରରେ ସଜ୍ଜିତ ମଧୁବାଲା ଏକ ପରି ଭଳି ଦେଖାଯାଆନ୍ତି। ଏହି ଚିର ସବୁଜ ଅଭିନେତ୍ରୀ, ତାଙ୍କ ମଥାରେ ଏକ ବିନ୍ଦି ପିନ୍ଧିଥିବା ବେଳେ ଚୁଟିକୁ ବାନ୍ଧି କୋସା କରିଛନ୍ତି, ଯାହା ତାଙ୍କ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରେ। ମଧୁବାଲା ତାଙ୍କୁ ସୌନ୍ଦର୍ଯ୍ୟକୁ ଭାରତୀୟ ପାରମ୍ପରିକ ପୋଷାକରେ ସଜେଇ ଦିନେ ହଇଚଇ ସୃଷ୍ଟି କରୁଥିଲେ।

Advertisment

ଆପଣ ନିଶ୍ଚିତ ଦେଖିଥିବେ ଚଳଚ୍ଚିତ୍ର ‘ହାୱଡା ବ୍ରିଜ୍‌’। ଏଥିରେ ତାଙ୍କର ଷ୍ଟାଇଲିସ୍ ଚରିତ୍ର ସମସ୍ତଙ୍କ ମନରେ ନିଶ୍ଚିତ ତାଜା ହୋଇଥିବ। ତାଙ୍କୁ ଏହି ଫିଲ୍ମରେ ପାଶ୍ଚାତ୍ୟ ପୋଷାକରେ ଦେଖିବାକୁ ମିଳିଥିଲା। ତାଙ୍କୁ ପାଶ୍ଚାତ୍ୟ ପୋଷାକରେ ଦେଖିବା ଆଖି ପାଇଁ କୌଣସି ଏକ ଟ୍ରିଟ୍ ଠାରୁ ବି କମ୍ ନୁହେଁ।

ମଧୁବାଲାଙ୍କ ଫ୍ୟାଶନ୍ ସେନ୍ସ ବାସ୍ତବରେ ଆଶ୍ଚର୍ଯ୍ୟଜନକ ଥିଲା। ‘ମୁଗଲ-ଇ-ଆଜମ’ ଚଳଚ୍ଚିତ୍ରରେ, ମଥାରେ ଏକ ବଡ଼ ମୋତି ପେଣ୍ଡା ଏବଂ ବଡ ନୋଥ ସହିତ ସେ ଖୁବ ଆକର୍ଷଣୀୟ ଲାଗୁଥିଲେ। ଏହି ଚଳଚ୍ଚିତ୍ରରେ ମଧୁବାଲାଙ୍କ ଅଭିନୟ ସହିତ ଲୋକମାନେ ତାଙ୍କ ସୌନ୍ଦର୍ଯ୍ୟକୁ ନେଇ ପାଗଳ ମଧ୍ୟ ହେଉଥିଲେ। ଦର୍ଶକମାନେ ନିଶ୍ଚିତ ହୋଇଯାଇଥିଲେ ଯେ ସେ ପ୍ରକୃତରେ ସୌନ୍ଦର୍ଯ୍ୟର ମାଲିକାଣୀ ଥିଲେ।

ଆଉ ଏକ ଫିଲ୍ମରେ ସବୁଜ କ୍ୟାପ୍ରି ସହିତ ଏକ କଳା ସ୍ଲିଭ୍‌ଲେସ୍ କ୍ରପ୍ ଟପ୍ ପିନ୍ଧି ମଧୁବାଲା ବହୁତ ଚୁଲ୍‌ବୁଲି ଲଗୁଥିଲେ। ତାଙ୍କ ମୁଣ୍ଡରେ ଥିଲା ଏକ ଲାଲ୍ ଟୋପି ଓ ପାଦରେ ଥିବା ସ୍ୟାଣ୍ଡଲ ତାଙ୍କ ଗ୍ଲାମରକୁ ଆହୁରି ଚମକଉଥିଲା। ସେତେବେଳେ ମଧୁବାଲା ଏପରି ଷ୍ଟାଇଲ୍ ତାଙ୍କୁ ଫ୍ୟାଶନ୍ ଷ୍ଟାର୍ କରିଦେଇଥିଲା।

ମଧୁବାଲାଙ୍କୁ ଏହି କଳା ଧଳା ଫଟୋରେ ଖୋଲା ଚୁଟିରେ ଦେଖିଲେ ଲାଗେ ସତେ ଯେପରି ସେ ଆପଣଙ୍କ ସହିତ କଥା ହେଉଛନ୍ତି। ତାଙ୍କ ପ୍ରଶଂସକମାନେ ଆଜି ବି ତାଙ୍କର ଏହି ଫଟୋ ଓ ଫିଲ୍ମକୁ ନେଇ ବଞ୍ଚିଛନ୍ତି।

Bollywood Madhubala
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ