2023 can become a headache for salman khan because of ICC world cup
ଲଗାତର ଫ୍ଲପ୍ ଫିଲ୍ମ ଦେବା ପରେ ଭାଙ୍ଗି ପଡିଛନ୍ତି ବଲିଉଡ୍ ଭାଇଜାନ୍ ସଲମାନ ଖାନ୍। ଏନେଇ ସଂକଟରେ ଅଛି ତାଙ୍କ କ୍ୟାରିୟର୍। ନିଜ କ୍ୟାରିୟର୍କୁ ବଞ୍ଚେଇବା ପାଇଁ ଗୋଟିଏ ହିଟ୍ ଫିଲ୍ମ ଦେବାକୁ ସେ ଲଗାତର ଚେଷ୍ଟା କରିଆସୁଛନ୍ତି। ଚଳିତ ବର୍ଷ ତାଙ୍କର ଚର୍ଚ୍ଚିତ ଫିଲ୍ମ ସିରିଜ୍ ‘ଟାଇଗର’ର ତୃତୀୟ ସିକ୍ୱେଲ ଆସିବାକୁ ଯାଉଛନ୍ତି। ତାଙ୍କର ଏହି ଫିଲ୍ମଟି ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଛି।
ଚଳିତ ବର୍ଷ ଦୀପାବଳି ଅବସରରେ ପ୍ରେକ୍ଷାଳୟରେ ‘ଟାଇଗର ୩’ ରିଲିଜ୍ ହେବାକୁ ଯାଉଛି। କିନ୍ତୁ ବର୍ତ୍ତମାନ ଲାଗୁଛି ଯେ ଚଳିତ ବର୍ଷ ଭାଇଜାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହେବ। କାରଣ ଚଳିତ ବର୍ଷ ଆଇସିସି ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଛି, ଯାହା ଅକ୍ଟୋବରରୁ ଆରମ୍ଭ ହେବ। ଆଇସିସି ବିଶ୍ୱକପ ଏକ ମାସରୁ ଅଧିକ ସମୟ ଧରି ଚାଲିବ।
ଏହି ଦୀପାବଳି ସମୟରେ ସଲମାନ ଖାନଙ୍କ ଫିଲ୍ମ ‘ଟାଇଗର୍ ୩’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହା ନିଶ୍ଚିତ ଯେ ଏହି ଫିଲ୍ମକୁ ଅନେକ ଉତ୍ସାହର ସହ ଚାହିଁ ବସିଛନ୍ତି। କିନ୍ତୁ ଏହା ମଧ୍ୟ ସତ ଯେ ଭାରତରେ ଲକ୍ଷ ଲକ୍ଷ କ୍ରିକେଟ୍ ପ୍ରଶଂସକ ମଧ୍ୟ ଅଛନ୍ତି। ଏଭଳି ପରିସ୍ଥିତିରେ ସଲମାନ ଖାନ ‘ଟାଇଗର ୩’ର ରିଲିଜ ତାରିଖକୁ ବଢେଇପାରନ୍ତି ବୋଲି ଆଶା କରାଯାଉଛି। ତେବେ ଏଯାଏ ଭାଇଜାନ କି ଫିଲ୍ମର ନିର୍ମାତାଙ୍କଠାରୁ ଏ ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ।
ଉଲ୍ଲେଖନୀୟ ବିଷୟ ହେଉଛି, ‘ଟାଇଗର ୩’ ଶାହରୁଖ ଖାନଙ୍କୁ କେମିୟୋ ଭୂମିକାରେ ଦେଖିବାକୁ ମିଳିବ। ସେ ଏହି ଫିଲ୍ମରେ ପଠାନ ଭୂମିକାରେ ନଜର ଆସିବେ।
ଏହି ଫିଲ୍ମରେ ଶାହରୁଖ ଏବଂ ସଲମାନ ଜେଲରୁ ପଳାଇବାର ଏକ ଦୃଶ୍ୟ ରହିଛି। ଫିଲ୍ମରେ ‘ଟାଇଗର’ ଜେଲରୁ ଖସିପଳେଇ ଯାଉଥିବା ବେଳେ ଶାହରୁଖ ଖାନ ତାଙ୍କୁ ସାହାଯ୍ୟ କରୁଛନ୍ତି। କୁହାଯାଉଛି ଯେ ସଲମାନଙ୍କ ପରି ‘ଟାଇଗର ୩’ ରେ କେମିୟୋ ଚରିତ୍ରକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ଉତ୍ସାହର ସହିତ ଏହି ଫିଲ୍ମର ରିଲିଜକୁ ଅପେକ୍ଷା କରିଛନ୍ତି।
ଏହି ଫିଲ୍ମରେ ସଲମାନଙ୍କ ବ୍ୟତୀତ କ୍ୟାଟ୍ରିନା କୈଫ୍ ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି। ଫିଲ୍ମରେ କ୍ୟାଟ୍ରିନାଙ୍କ ଚରିତ୍ରର ନାଁ ହେଉଛି 'ଜୋୟା'। ଏଥିସହିତ ‘ଟାଇଗର ୩’ ରେ ଭିଲେନ ଭୂମିକାରେ ଇମ୍ରାନ ହାଶ୍ମୀଙ୍କୁ ଦେଖିବାକୁ ମିଳିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691144828.jpg)