Advertisment

ଭଉଣୀ ଆଶାଙ୍କ ସହ ସମ୍ପର୍କ କାଟି ଦେଇଥିଲେ ଲତା ମଙ୍ଗେସକର ?

୭ ଦଶନ୍ଧି ଧରି ସଙ୍ଗୀତ ଦୁନିଆରେ ତାଙ୍କର ରାଜୁତି। ସେ କୋକିଳକଣ୍ଠୀ, ସୁରସାମ୍ରାଜ୍ଞୀ, ମେଲୋ଼ଡି କୁଇନ୍, ଭଏସ୍ ଅଫ୍ ଇଣ୍ଡିଆ। ସେ ଲତା ମଙ୍ଗେସକର । ୨୦ଟି ଭାଷାରେ ୨୫ ହଜାରରୁ ଅଧିକ ଗୀତ ଗାଇଥିଲେ ଭାରତ ରତ୍ନ ଲତା ମଙ୍ଗେସକର

ଅଦ୍ୟତନ ହୋଇଛି
Asha Bhosle and Lata Mangeshkar

Asha Bhosle and Lata Mangeshkar

Advertisment

ସଂଗୀତ ଜଗତ ସ୍ତମ୍ଭୀଭୂତ । ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପରଲୋକ । ବଲିଉଡର ସ୍ୱର ଦୁନିଆରେ ସୁରସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଠାରୁ ବଡ଼ ନାମ ନାହିଁ । ୪୦ ଦଶକରେ ଗୀତ ଗାଇବା ଆରମ୍ଭ କରିଥିଲେ ଲତା ଏବଂ ୨୦୧୦ ପର୍ଯ୍ୟନ୍ତ ସେ ବଲିଉଡରେ ଗୀତ ଗାଉଥିଲେ । ଆଜି୯୨ ବର୍ଷ ବୟସରେ ଲତା ଦିଦି ଦୁନିଆରୁ ବିଦାୟ ନେଇଛନ୍ତି ।

Advertisment

୭ ଦଶନ୍ଧି ଧରି ସଙ୍ଗୀତ ଦୁନିଆରେ ତାଙ୍କର ରାଜୁତି। ସେ କୋକିଳକଣ୍ଠୀ, ସୁରସାମ୍ରାଜ୍ଞୀ, ମେଲୋ଼ଡି କୁଇନ୍, ଭଏସ୍ ଅଫ୍ ଇଣ୍ଡିଆ। ସେ ଲତା ମଙ୍ଗେସକର । ୨୦ଟି ଭାଷାରେ ୨୫ ହଜାରରୁ ଅଧିକ ଗୀତ ଗାଇଥିଲେ ଭାରତ ରତ୍ନ ଲତା ମଙ୍ଗେସକର। ବଲିଉଡର ମୋଷ୍ଟ୍ ଭର୍ସାଟାଇଲ ସିଙ୍ଗର୍ । ୭ ଦଶନ୍ଧି ଧରି ବଲିଉଡ୍‌ରେ ତାଙ୍କର ଦବଦବା ରହିଥିଲା। ମଦନମୋହନଙ୍କ ଠାରୁ ଆରମ୍ଭ କରି ଶଙ୍କର ଜୟକିଶାନଙ୍କ ପର୍ଯ୍ୟନ୍ତ, ଅନୁ ମଲିକଙ୍କ ଠାରୁ ଏ.ଆର.ରେହମାନ ସମସ୍ତଙ୍କ ପ୍ରିୟ ପାଲଟିଥିଲେ ଲତା ମଙ୍ଗେସକର ।

ରୋମାଣ୍ଟିକ ହେଉ କି ଦର୍ଦ ଭରା ସଂଗୀତ, ଯାହା ଗାଇ ଦିଅନ୍ତି, ଲୋକଙ୍କୁ ପାଗଳ କରିଦିଅନ୍ତି। ଆନମନା କରିଦିଅନ୍ତି । ଏ ମେରେ ଓ୍ୱତନ୍ କି ଲୋଗୋଁ..... ଗୀତ ଗାଇ ଲତା କେବଳ ଭାରତୀୟ ଯବାନଙ୍କ ମନୋବଳ ବଢ଼ାଇ ଦେଇଥିଲେ ତା ନୁହେଁ, ଏ ଗୀତ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଆଖିକୁ ବି ଛଳଛଳ କରିପାରିଥିଲା । ଆଜି ବି ଏ ଗୀତ ଶୁଣିଲେ ଦେହ ଶିହରି ଉଠେ ।

Advertisment

ସଂଗୀତ ରାଇଜର ରାଜକୁମାରୀ ସଂଗୀତ ସାମ୍ରାଜ୍ୟର ସାମ୍ରାଜ୍ଞୀ ଲତା ଅଜସ୍ର ଭଲପାଇବା ସାଉଁଟିଥିଲେ । ଓ୍ୱାହିଦା ରେହମାନଙ୍କ ଠାରୁ ଆରମ୍ଭ କରି କାଲଜଙ୍କ ପର୍ଯ୍ୟନ୍ତ (ମେରେ ଖ୍ୱାବୋଁ ମେ ଜୋ ଆୟେ..... )ଅଭିନେତ୍ରୀଙ୍କ ଆଓ୍ୱାଜ ପାଲଟିଛନ୍ତି ଲତା । ଯାହା ଗାଇଛନ୍ତି ତାହା ଦର୍ଶକଙ୍କ ହୃଦୟକୁ ଛୁଇଁଛି (ଦିଲ୍ ତୋ ପାଗଲ୍ ହେ) । ପ୍ରକୃତରେ ତାଙ୍କ ଗୀତ ଯିଏ ବି ଶୁଣିଛି, ତାର ଦିଲ୍‌କୁ ଛୁଇଁଛି । ଓଡ଼ଆ ଗୀତ ବି ଅଛୁଆଁ ଯାଇନି ଲତାଙ୍କ କଣ୍ଠରୁ (ଏଇ ଚୁନା ଚୁନା ତାରା ଫୁଲେ ଆଜି) ।

କେବଳ ଭାରତୀୟଙ୍କ ନୁହେଁ, ବିଦେଶରେ ମଧ୍ୟ ଲତାଙ୍କର ଅଜସ୍ର ଫ୍ୟାନ୍ । ଯେଉଁଥିପାଇଁ ସେମାନେ କହନ୍ତି, ଆମ ପାଖେ ସବୁ ଅଛି, ଖାଲି ନାହିଁ କହିଲେ, ତାଜ୍ ଆଉ ଲତାଙ୍କ ଆଓ୍ୱାଜ୍ । ୧୯୬୯ରେ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣ (୧୯୬୯), ଦାଦା ସାହବ ଫାଲ୍‌କେ ପୁରସ୍କାର (୧୯୮୯), ପଦ୍ମ ବିଭୂଷଣ (୧୯୯୯) ଏବଂ ଭାରତ ରତ୍ନ (୨୦୦୧) ସମ୍ମାନରେ ସମ୍ମାନିତ କରିଛନ୍ତି। ତାଙ୍କ ଜୀବନ ସହ ଯୋଡି ହୋଇ ରହିଛି ଅନେକ କାହାଣୀ। ତେବେ ତାଙ୍କ ଭଉଣୀଙ୍କ ସମ୍ପର୍କକୁ ନେଇ ଘଟିଥିବା ଘଟଣା ଲତାଙ୍କ ଜୀବନର ଏକ ସ୍ମରଣୀୟ ଅନୁଭୂତି।

Advertisment

ଲତା ଯେତେବେଳେ ମାତ୍ର ୧୪ବର୍ଷ ବୟସର। ହଠାତ ତାଙ୍କ ବାପାଙ୍କର ପରଲୋକ ହୋଇଗଲା। ଲତାଙ୍କ ଉପରେ ଥିଲା ପରିବାରର ଦାୟିତ୍ୱ। ଘରର ବଡ ହୋଇଥିବାରୁ ସେ ମଧ୍ୟ ଏହି ଦାୟିତ୍ୱକୁ ନିଜ ଉପରକୁ ନେଇଥିଲେ ଏବଂ ଠିକ ଭାବେ ନିଭାଇ ଥିଲେ। ହେଲେ ଭଉଣୀ ଆଶା ଯେତେବେଳେ ବଡ ହେଲେ, ଲତା ତାଙ୍କଠାରୁ ମଧ୍ୟ କିଛି ଦାୟିତ୍ୱବୋଧ ଆଶା କରିଥିଲେ। ହେଲ ଆଶା ପିଲାବେଳରୁ ଅନ୍ୟ ପ୍ରକାରର ଥିଲେ। କୌଣସି ପ୍ରକାର କଟକଣା ମଧ୍ୟରେ ବାନ୍ଧି ହୋଇ ରହିବାକୁ ସେ ପସନ୍ଦ କରି ନ ଥିଲେ। ତେଣୁ ସେ ଅନ୍ୟ ରାସ୍ତା ବାଛି ନେଇଥିଲେ।

୧୬ ବର୍ଷ ବୟସରେ ସେ ଗଣପତ ରାଓ ଭୋଁସ୍‌ଲେଙ୍କ ସହ ବିବାହ କରିଥିଲେ। ଗଣପତ ରାଓ ସେତେବେଳେ ୩୧ ବର୍ଷର ଥିଲେ ଏବଂ ସେ ସମୟରେ ସେ ଲତାଙ୍କ ସେକ୍ରେଟେରୀ ଥିଲେ। ଏକ ଇଣ୍ଟରଭ୍ୟୁରେ ନିଜେ ଆଶା କହିଥିଲେ, ଲତା ଏହି ସମ୍ପର୍କକୁ ମଞ୍ଜୁରୀ ଦେଇ ନ ଥିଲେ। ଏହାକୁ ନେଇ ଦୁଇ ଭଉଣୀଙ୍କ ମଧ୍ୟରେ ଦୂରତା ବଢି ଯାଇଥିଲା। ଦୀର୍ଘ ଦିନ ଧରି ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ମଧ୍ୟ ନ ଥିଲା।

Lata Mangeshkar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ