Advertisment

ମୁମ୍ବାଇ ଯିବା ପୂର୍ବରୁ ପ୍ରକୃତିଙ୍କ ନୂଆ ଇନଷ୍ଟା ପୋଷ୍ଟ୍‌ : ଲେଖିଲେ, ଦ୍ୱିତୀୟ ଇନିଂସରେ ପୁଣି ଦେଖାହେବ

ମୁମ୍ବାଇ ଯାତ୍ରା ପୂର୍ବରୁ ଇନଷ୍ଟାଗ୍ରମରେ ମନର କଥା ପୋଷ୍ଟ କରିଛନ୍ତି ପ୍ରକୃତି ମିଶ୍ର

ଅଦ୍ୟତନ ହୋଇଛି
Special story

Special story

Advertisment

ବିବାଦର ୧୦ ଦିନ ପରେ ଓଡ଼ିଶା ଛାଡ଼ି ମୁମ୍ବାଇ ପଳାଇଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ଆଜି ସକାଳୁ ପ୍ରକୃତି ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି । ତେବେ ମୁମ୍ବାଇ ଯିବା ପୂର୍ବରୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା କଥାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Advertisment

ସେ ଲେଖିଛନ୍ତି ‘ଆଗକୁ ସେକେଣ୍ଡ୍‌ ଇଂନିସିରେ ପୁଣି ଆପଣଙ୍କ ସହ ଦେଖାହେବ । ଆଉ ସେହି ଦ୍ୱିତୀୟ ଇନିଂସ ପାଇଁ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ପଡ଼ିବ । ଆଉ ସେତିକି ଦିନ ଯାଏ ଜଣେ ରକଷ୍ଟାର ଭାବେ ରହିବାକୁ ହେବ । ଆଉ ସବୁ କିଛିକୁ ସ୍ମିତହାସ୍ୟର ସହ ସାମ୍ନା କରିବାକୁ ପଡ଼ିବ ।

ଆଉ ଏହାରି ଭିତରେ କାହାକୁ କୌଣସି ପ୍ରକାର ଉତ୍ତର ଦେବାର ଆବଶ୍ୟକତା ନାହିଁ । କାରଣ ନିଜ ସମ୍ପର୍କରେ ନିଜେ ହିଁ ତୁମେ ଜାଣ । ସତ୍ୟ ଦିନେ ନା ଦିନେ ପଦାକୁ ଆସିବ । ମୁଁ ଜାଣେ ଠିକ୍‌ ସମୟରେ ମୋତେ ନ୍ୟାୟ ମିଳିବ’ ବୋଲି ସେ ଲେଖିଛନ୍ତି ।

Advertisment
Special storyପ୍ରକୃତିଙ୍କ ଇନଷ୍ଟା ପୋଷ୍ଟ

ସେହିପରି ଗତକାଲି ମଧ୍ୟ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଥିଲେ ପ୍ରକୃତି । ଅତ୍ୟଧିକ ଆତ୍ମପ୍ରଶଂସା କରୁଥିବା ବ୍ୟକ୍ତି ବା ଆତ୍ମଗର୍ବୀଙ୍କ ସଂପର୍କରେ ସେ ଏକ ପୋଷ୍ଟ କରିଥିଲେ । ସେ ଲେଖିଥିଲେ, ଆତ୍ମଗର୍ବୀ ମାନଙ୍କ ଠାରୁ କେବେ ବି ସତପାଇବ ନାହିଁ । ଅତିବେଶୀରେ ଯାହା ଜାଣିହେବ, ତାହା ସେମାନଙ୍କୁ ପୀଡ଼ିତ କିମ୍ବା ହିରୋ ଭାବେ ଚିତ୍ରିତ କରିବ । ମାତ୍ର ଭିଲେନ୍ ଭାବେ ନୁହେଁ । ତେବେ ପ୍ରକୃତି କାହା ଉଦ୍ଦେଶ୍ୟରେ ଏମିତି ଲେଖିଥିଲେ, ସେନେଇ ଚର୍ଚ୍ଚା ହୋଇଥିଲା ।

Prakruti Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ