Advertisment

ବିଗ୍ ବି’ଙ୍କ ଅଡିଓ ମେସେଜ୍: ଉଠି ଆସ ରାଜୁ...ଆମକୁ ହସିବାର କଳା ଶିଖାଅ...

ରାଜୁଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ସମସ୍ତେ ଚିନ୍ତା ପ୍ରକଟ କରୁଥିବା ବେଳେ ବିଗ୍ ବି ଅମିତାଭ୍‌ଙ୍କ ଅଡିଓ ମେସେଜ ରାଜୁଙ୍କ ପାଇଁ ସଂଜିବନୀ ସଦୃଶ ହୋଇପାରେ ବୋଲି ଡାକ୍ତରମାନେ ଆଶା କରୁଛନ୍ତି।

ଅଦ୍ୟତନ ହୋଇଛି
Raju sribastav

Raju sribastav

Advertisment

ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର । ହେଲେ ଏବେ ବି ସେ ଭେଣ୍ଟିଲେଟରରେ ଥିବାବେଳେ ତାଙ୍କର ଚେତା ଫେରିନାହିଁ । ଏସମ୍ପର୍କରେ ତାଙ୍କ ମ୍ୟାନେଜର ସୂଚନା ଦେଇଛନ୍ତି । ରାଜୁ ଗତ ୧୪ ଦିନ ଧରି ଦିଲ୍ଲୀର AIIMSରେ ଜୀବନ ସହ ସଂଗ୍ରାମ କରୁଛନ୍ତି । ଲଗାତାର ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉତଥାନ ଓ ପତନର ଖବର ଆସୁଛି ।

Advertisment

ଅନ୍ୟପକ୍ଷରେ ତାଙ୍କ ମଙ୍ଗଳ କାମନା କରି ପ୍ରଶଂସକ ଲଗାତାର ପ୍ରାର୍ଥନା କରୁଛନ୍ତି । ତେବେ AIIMSର ବିଶେଷଜ୍ଞ ଡାକ୍ତରମାନେ ରାଜୁଙ୍କ ସ୍ୱାସ୍ଥ୍ୟରେ ସୁଧାର ପାଇଁ ପ୍ରୟାସ ଜାରି ରଖିଛନ୍ତି । ଗତକାଲି AIIMSର ଜଣେ ଡାକ୍ତର କହିଥିଲେ, ରାଜୁଙ୍କ ଚେତା ଫେରିବା ପାଇଁ ଦୁଇ ସପ୍ତାହରୁ ଅଧିକ ସମୟ ଲାଗିବ । ରାଜୁଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ସମସ୍ତେ ଚିନ୍ତା ପ୍ରକଟ କରୁଥିବା ବେଳେ ବିଗ୍ ବି ଅମିତାଭ୍‌ଙ୍କ ଅଡିଓ ମେସେଜ ରାଜୁଙ୍କ ପାଇଁ ସଂଜିବନୀ ସଦୃଶ ହୋଇପାରେ ବୋଲି ଡାକ୍ତରମାନେ ଆଶା କରୁଛନ୍ତି। ଡାକ୍ତରଙ୍କ କହିବା ଅନୁଯାୟୀ ଅନେକ ସମୟରେ ଭଲ ପାଉଥିବା ଲୋକଙ୍କ ସ୍ୱର ଶୁଣିଲେ ରୋଗୀର ଚେତା ଫେରି ଆସିଥାଏ। 

ରାଜୁଙ୍କ ପରିବାରର ଅନୁରୋଧ କ୍ରମେ ଅମିତାଭ ଏକ ଅଡିଓ ମେସେଜ୍ ତିଆରି କରି ପଠାଇଥିଲେ। ଏଥିରେ ସେ କହିଥିଲେ...ବହୁତ ହୋଇଗଲା ରାଜୁ, ଏବେ ତୁମେ ଉଠି ଆସ...ଆମକୁ ହସିବାର କଳା ଶିଖେଇବ। ଡାକ୍ତରଙ୍କ ପରାମର୍ଶ କ୍ରମେ ରାଜୁଙ୍କୁ ଏହି ମେସେଜକୁ ଶୁଣାଯାଉଛି। ଏହା ଦ୍ୱାରା କିଛି ମିରାକଲ୍ ହୋଇପାରେ ବୋଲି ସମସ୍ତେ ଆଶା ରଖିଛନ୍ତି।

Advertisment

ଏଥି ସହିତ ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ପାଇଁ ତାଙ୍କ ପରିବାର ଲୋକ ସ୍ୱତନ୍ତ୍ର ପୂଜାର ଆୟୋଜନ କରିଛନ୍ତି । ରାଜୁଙ୍କ ବଡ଼ ଭାଇ ସିପି ଶ୍ରୀବାସ୍ତବଙ୍କ ଦିଲ୍ଲୀସ୍ଥିତ ଘରେ ପୂଜାର୍ଚ୍ଚନା ଚାଲିଛି । ଏହି ପୂଜାରେ ପୁରା ପରିବାର ସାମିଲ ହେଉଛନ୍ତି ।ଅଗଷ୍ଟ ୧୦ ତାରିଖରେ ହୃଦଘାତର ଶିକାର ହେବା ପରଠାରୁ ରାଜୁ ଶ୍ରୀବାସ୍ତବ ଦିଲ୍ଲୀ ଏମ୍ସରେ ଭେଣ୍ଟିଲେଟ୍‌ରେ ରହି ଚିକିତ୍ସିତ ହେଉଛନ୍ତି । ଗତ ସପ୍ତାହରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ବେଳେ ଦୁଇଦିନ ତଳେ ସେ ଗୁରୁତର ହୋଇପଡ଼ିଥିଲେ। ଫଳରେ ତାଙ୍କ ପ୍ରଶଂସକ ମାନଙ୍କ ମନରେ ନାନା ଆଶଙ୍କା ଦେଖା ଦେଇଥିଲା ।

Raju Srivastav
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ