Special story
ମିଡିଆକୁ ଅପରାଜିତା ମହାନ୍ତିଙ୍କ ଅପିଲ । ଏକ ଭିଡିଓ ଜାରି କରିଛନ୍ତି ପରିବାରକୁ ଏକୁଟିଆ ଛାଡ଼ିବାକୁ ଅନୁରୋଧ କରିଛନ୍ତି ବାବୁସାନଙ୍କ ମାଆ ଅପରାଜିତା ମହାନ୍ତି । ଭିଡିଓରେ ସେ କହିଛନ୍ତି, ପରିବାରର ବିବାଦ ପରେ ସାହାଯ୍ୟ ସହଯୋଗ ପାଇଁ ସବୁ ମିଡିଆକୁ ଆମ ପରିବାର ତରଫରୁ ଧନ୍ୟବାଦ ଜଣାଉଛୁ ।
ଏବେ ଉତ୍ତମ ବାବୁଙ୍କ ଦେହ ଭଲ ନାହିଁ । ବଡ଼ ଭିଣୋଇଙ୍କ ଦେହ ମଧ୍ୟ ଭଲ ନାହିଁ । କେତେବେଳେ ଆମ୍ବୁଲାନ୍ସ ଦରକାର ପଡ଼ିବ କହିହେବ ନାହିଁ । ଡାକ୍ତରଙ୍କୁ ମଧ୍ୟ ଡାକିବାକୁ ପଡ଼ିପାରେ । ୧୦ ଦିନ ହେଲାଣି ମିଡିଆ ଆମ ଘର ସାମନାରେ ଛିଡ଼ା ହୋଇଛି । ଏଥିପାଇଁ ଗହଳି ହେଉଛି । ଲୋକେ ଠିକରେ ଯିବା ଆସିବା କରିପାରୁ ନାହାନ୍ତି । ଏପିରିକି ଆମେ ଘରର ଝରକା କବାଟ ଖୋଲି ପାରୁନାହୁଁ । ତେଣୁ ଆମକୁ ଏକୁଟିଆଛାଡ଼ି ଦିଅନ୍ତୁ ବୋଲି ଅନୁରୋଧ କରିଛନ୍ତି ଅପରାଜିତା ।
ସେପଟେ ବାବୁସାନଙ୍କ ପାରିବାରିକ ବନ୍ଧୁ ରବି ମିଶ୍ର କହିଛନ୍ତି, ମିଡିଆର ସହଯୋଗ ପାଇଁ ଆଜି ବାବୁ ସୁରକ୍ଷିତ ଜାଗାରେ ଅଛନ୍ତି । ସମସ୍ୟାର ଶୀଘ୍ର ସମାଧାନ ହେବ । ଉତ୍ତମ ଭାଇ ଚାଲି ପାରୁ ନାହାନ୍ତି । ତାଙ୍କର ବଡ଼ଭାଇ ହାର୍ଟ ପେସେଣ୍ଟ । ମିଡିଆର ସହଯୋଗ ପାଇଁ ସମସ୍ତେ ଋଣୀ । ବିବାଦ ଏବେ ଶେଷ ହୋଇ ସମାଧାନ ଆଡ଼କୁ ଗଲାଣି । ତୃପ୍ତି ଓ ବାବୁସାନ ଫୋନ୍ ଯୋଗେ କଥା ହୋଇଛନ୍ତି । ଏପରିକି ବାବୁଙ୍କ ଜନ୍ମଦିନରେ ଶ୍ୱଶୁର ତାଙ୍କ ଘରକୁ ଆସିଥିଲେ ବୋଲି କହିଛନ୍ତି ରବି ମିଶ୍ର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1659253768.jpg)