Advertisment

ସିଭିଲ ସର୍ଭିସ୍‌ ପରୀକ୍ଷାରେ ସଫଳତାର ଟିପ୍ସ ଦେଲେ ସୁଶ୍ରୀ ଶୁଭାଙ୍ଗୀ

ଆମେ ସାଧାରଣ ପରିବାର ହୋଇବି ଝିଅର ଏତେ ବଡ଼ ସଫଳତା ମୋତେ ଖୁସି ଦେଇଛି। ମୁଁ ନିଜେ ସିନା ଉଚ୍ଚଶିକ୍ଷିତ ହୋଇପାରିଲିନି, କିନ୍ତୁ ମୋର ୩ ପିଲା ମଣିଷ ହୋଇପାରିଛନ୍ତି।

ଅଦ୍ୟତନ ହୋଇଛି
UPSC rank holder from Odisha Sushree Subhangi

UPSC rank holder from Odisha Sushree Subhangi

Advertisment

UPSC ପକ୍ଷରୁ ପରିଚାଳିତ ସିଭିଲ୍‌ ସର୍ଭିସ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି। ଏଥିରେ ଓଡ଼ିଆ ପରୀକ୍ଷାର୍ଥୀ ସଫଳତା ପାଇଛନ୍ତି। ସିଭିଲ୍‌ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ସୁଶ୍ରୀ ଶୁଭାଙ୍ଗୀ ଖୁଣ୍ଟିଆ। ସେ ସର୍ବଭାରତୀୟ ସ୍ତରରେ ୨୪୮ ରାଙ୍କ୍‌ ରଖିଛନ୍ତି।

Advertisment

ଏନେଇ ସୁଶ୍ରୀ କହିଛନ୍ତି ଯେ, ମୁଁ ଚଳିତ UPSC ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୨୪୮ ରାଙ୍କ୍‌ ରଖିଛି। ଏହା ପୂର୍ବରୁ ମୁଁ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲି। ମୋର OAS ରାଙ୍କ ୯୭ ଥିଲା। ମୋର ସଫଳତାର ଶ୍ରେୟ ମୋର ବାପା ଓ ମାଆଙ୍କୁ ଦେବି। କିନ୍ତୁ ମୋର ବଡ଼ ଭାଇ ମୋ ପାଇଁ ପ୍ରେରଣା। ସେ ସବୁବେଳେ ମୋତେ ପାଠ ପଢିବାକୁ ଉତ୍ସାହିତ କରିଛନ୍ତି। ପାଠ ନସରିବା ଯାଏ ମୁଁ ସେମିତି ବସିଥାଏ। ଏମିତିକି ପୂରା ଦିନଟି ମୁଁ ସେମିତି ପାଠ ପଢେ। ମୁଁ ପ୍ରଥମେ ବିଶ୍ୱାସ କରିପାରୁନଥିଲି। ରେଜଲ୍ଟ ଦେଖିବା ପରେ ବିଶ୍ୱାସ କଲି। 

Advertisment

ତେବେ ସୁଶ୍ରୀଙ୍କ ବାପା କହିଛନ୍ତି ଯେ ଝିଅର ପରିଶ୍ରମ, ଚକାଡୋଳାର ଆଶୀର୍ବାଦରୁ ସେ ଏହି ସଫଳତା ପାଇଛି। ଆମେ ସାଧାରଣ ପରିବାର ହୋଇବି ଝିଅର ଏତେ ବଡ଼ ସଫଳତା ମୋତେ ଖୁସି ଦେଇଛି। ମୁଁ ନିଜେ ସିନା ଉଚ୍ଚଶିକ୍ଷିତ ହୋଇପାରିଲିନି, କିନ୍ତୁ ମୋର ୩ ପିଲା ମଣିଷ ହୋଇପାରିଛନ୍ତି। ଝିଅ ମୋର ଆଇଏଏସ୍‌ ହେଉ ବୋଲି ସବୁବେଳେ ସ୍ୱପ୍ନ ଦେଖେ, ଆଜି ତାହା ସତ ହୋଇଛି। ସେ ଓଏଏସ୍‌ ପାଇବା ପରେ ଭଦ୍ରକ କଲେକ୍ଟରେଟ୍‌ରେ ଟ୍ରେନିଂ ଅଫିସର୍‌ ଭାବେ କାର୍ଯ୍ୟଋତ। 

IAS ପରୀକ୍ଷାରେ ମୋଟ ୯୩୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେଥିମଧ୍ୟରୁ IAS- ୧୮୦, IFS-୩୮, IPS-୨୦୦ ଜଣ ରହିଛନ୍ତି । ମେରିଟ ଲିଷ୍ଟରେ ଇଶିତା କିଶୋର ଟପ୍ପର ଥିବାବେଳେ ଦ୍ୱିତୀୟ ସ୍ଥାନରେ ଗରିମା ଲୋହିଆ, ୩ୟରେ ଉମା ହାରାଥି ଏନ୍‌ ରହିଛନ୍ତି । ଏଥର ଟପ୍ ତିନିରେ ରହିଛନ୍ତି ଝିଅ। ପୁଅକୁ ମାତ ଦେଇ ଝିଅ ଆଗରେ ରହିଛି। 

Advertisment

ଚତୁର୍ଥ ରାଙ୍କରେ ସ୍ମିତି ମିଶ୍ରା, ପଞ୍ଚମରେ ୪୨ ରାଙ୍କରେ ପ୍ରଣିତା ଦାସ, ୬୭ ସ୍ଥାନରେ କସ୍ତୁରୀ ପଣ୍ଡା, ସୌମ୍ୟରଞ୍ଜନ ଦାସ ୧୩୬ ରାଙ୍କ, ୩୮ ରାଙ୍କରେ ଅନୁପ ଦାସ, ସୁଶ୍ରୀ ଶୁଭାଙ୍ଗୀ ଖୁଣ୍ଟିଆଙ୍କ ୨୪୮ ରାଙ୍କ, ଥରୁଣ ପଟ୍ଟନାୟକ ମାଦଳା-୩୩, ଅର୍ଣ୍ଣବ ମିଶ୍ର- ୫୬, ଦୀକ୍ଷିତା ଯୋଶୀ- ୫୮, କ୍ରୀତିକା ମିଶ୍ର-୬୬, ପଲ୍ଲବୀ ମିଶ୍ର-୭୩, ପ୍ରଶାନ୍ତ ରାଜ-୯୭ ସିଦ୍ଧାର୍ଥ ମିଶ୍ର-୧୦୬, ସୋନାଲି ମିଶ୍ର-୧୪୦ରେ ରହିଛନ୍ତି। 

UPSC Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ