school
ଗୁରୁଙ୍କ ପାଇଁ ଯୋଗୀ ସରକାରଙ୍କ କଠୋର ନିୟମ । ଛାତ୍ରଛାତ୍ରୀ ସ୍କୁଲ ଆସିବାର ୧୫ ମିନିଟ୍ ପୂର୍ବରୁ ଶିକ୍ଷକ,ଶିକ୍ଷୟିତ୍ରୀମାନେ ସ୍କୁଲ୍ରେ ପହଞ୍ଚିବେ । ଆଉ ସ୍କୁଲ୍ ଛୁଟି ହେବା ପରେ ତଥା ପିଲାମାନେ ଯିବାର ୩୦ ମିନିଟ୍ ପରେ ଘରକୁ ଫେରିବେ । ଏହି ସମୟରେ ସେମାନେ ଲେସନ୍ ପ୍ଲାନ୍, ରେଜିଷ୍ଟର ଏବଂ ଅନ୍ୟାନ୍ୟ ରେକର୍ଡ ଅପଡେଟ୍ କରିବେ । ଏହାସହ ସାପ୍ତାହିକ କ୍ୟାଲେଣ୍ଡରର ୧୦୦ ପ୍ରତିଶତ ଅନୁପାଳନ ନିଶ୍ଚିତ କରିବେ । ଯଦି ଠିକ ସମୟରେ ପିଲାଙ୍କ ପାଠ୍ୟକ୍ରମ ଶେଷ ହୋଇପାରୁ ନାହିଁ, ତେବେ ପିଲାଙ୍କ ପାଇଁ ଅତିରିକ୍ତ କ୍ଲାସର ବ୍ୟବସ୍ଥା କରାଯିବ ।
ରାଜ୍ୟର ସମସ୍ତ ସରକାରୀ ସ୍କୁଲ୍ ଗୁଡ଼ିକର ପାଇଁ ଜାରି ହୋଇଛି ଏହି ନିୟମ । ନିଜେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ନିର୍ଦ୍ଦେଶ ଦେଇଛନ୍ତି । ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପାଠପଢ଼ା ସମୟରେ ସ୍କୁଲ୍ କର୍ତ୍ତୃପକ୍ଷ ଅନ୍ୟ କୌଣସି ପ୍ରକାର କାର୍ଯ୍ୟକ୍ରମ, ଯେପରିକି- ରାଲି, ପ୍ରଭାତ ଫେରି ଓ ସେମିନାର ଆୟୋଜନ କରିପାରିବେ ନାହିଁ ବୋଲି କୁହାଯାଉଛି । ଏପଟେ ପ୍ରତି ସ୍କୁଲରେ ଅଧ୍ୟୟନର ସମୟ ସମେତ ସମସ୍ତ ଏକାଡେମିକ୍ କାର୍ଯ୍ୟ ପାଇଁ ନିର୍ଦ୍ଦିଷ୍ଟ ସମୟ ସାରଣୀ ପାଳନ କରିବା ସମ୍ପର୍କରେ ଏକ ରିପୋର୍ଟ ମାଗିଛନ୍ତି ସରକାର ।
ସରକାରୀ ନିର୍ଦ୍ଦେଶ ଅନୁସାରେ ବାର୍ଷିକ ୨୪୦ ଦିନ ପାଠପଢ଼ା ହେବା ବାଧ୍ୟତାମୂଳକ । ପାଠପଢ଼ା ସମୟ ପରେ ଶିକ୍ଷକ,ଶିକ୍ଷୟିତ୍ରୀମାନେ ଅନ୍ୟାନ୍ୟ ସ୍କୁଲ୍ କାର୍ଯ୍ୟ କରିପାରିବେ । ଅନ୍ୟପଟେ ସ୍କୁଲ ଟାଇମରେ ସେମାନେ ବ୍ୟାଙ୍କ କାମରେ ବା ସ୍କୁଲ୍ର ଅନ୍ୟ କୌଣସି କାମରେ ବାହାରକୁ ଯାଇପାରିବେ ନାହିଁ । ପ୍ରଧାନଶିକ୍ଷକଙ୍କ ଅଧ୍ୟକ୍ଷତାରେ ପ୍ରତ୍ୟେକ ସପ୍ତାହରେ ଅତିକମ୍ରେ ଥରେ ଏକ ବୈଠକ ବସିବ, ଆଉ ଏଥିରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ରହିବେ।
ସେହିଭଳି ସ୍କୁଲ ଅବଧି ପରେ ମାଗଣା ପାଠ୍ୟ ପୁସ୍ତକ, DBT ଏବଂ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଯେପରି ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଠିକ୍ ଭାବେ ପାଳନ କରିବେ ସେଥିପ୍ରତି ନଜର ରଖିବାକୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/school_1667632300.jpg)