Advertisment

ଚଳିବନି ବିଦେଶୀ ଡିଗ୍ରୀ ! ଛାତ୍ରଛାତ୍ରୀଙ୍କୁ ନିଜ ଭବିଷ୍ୟତ ସହ ନ ଖେଳିବାକୁ UGC ପରାମର୍ଶ...

ବିଦେଶୀ ଶିକ୍ଷାନୁଷ୍ଠାନ ଗୁଡିକରେ ଉଚ୍ଚଶିକ୍ଷା ତଥା ପାଠପଢ଼ିବା ଆଗ୍ରହୀ ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ UGC ପକ୍ଷରୁ ନୋଟିସ୍ ଜାରି କରାଯାଇଛି ।

ଅଦ୍ୟତନ ହୋଇଛି
Ugc notice regarding abroad education in china education amid china covid cases

Ugc notice regarding abroad education in china education amid china covid cases

Advertisment

ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ପ୍ରତ୍ୟେକ ବର୍ଷ ଉଚ୍ଚଶିକ୍ଷିତ ହେବା ପାଇଁ ବିଦେଶ ଶିକ୍ଷାନୁଷ୍ଠାନ ଉପରେ ନିର୍ଭର କରିଥାନ୍ତି । ଯାହା ପାଇଁ ଅନେକ ଛାତ୍ରଛାତ୍ରୀ ବିଦେଶୀ ଶିକ୍ଷାନୁଷ୍ଠାନ ଗୁଡିକରେ ପଢ଼ିବା ପାଇଁ ଅନଲାଇନ୍‌ ଆବେଦନ କରିଥାନ୍ତି । ହେଲେ କୋଭିଡ୍ ମହାମାରୀ ପାଇଁ ବିଗତ ଦୁଇ ବର୍ଷ ହେବ ପାଠପଢ଼ା ଅନ୍‌ଲାଇନ ମାଧ୍ୟମରେ କରାଯାଉଛି ।

Advertisment

ସେହିପରି ଚୀନ୍‌ରେ ପୁଣି ଥରେ କୋଭିଡ୍‌ ସଂକ୍ରମଣ ବଢ଼ିବାରେ ଲାଗିଲାଣି । ଏହାରି ମଧ୍ୟରେ ଚୀନ୍‌ରେ ପାଠ ପଢ଼ିବା ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ UGC ଏକ ନୋଟିସ୍‌ ଜାରି କରିଛି । କୋଭିଡ୍‌ ସଂକ୍ରମଣ ବଢ଼ୁଥିବା ଦେଖି ଚୀନ୍‌ରେ ପୁଣି ଥରେ ଲକ୍‌ଡାଉନ୍‌ ଲାଗୁ କରିଦିଆଯାଇଛି । ହେଲେ ବିଭିନ୍ନ ଦେଶରେ କୋଭିଡ୍‌ କଟକଣାକୁ ହଟାଇ ଦିଆଯାଇଥିବାରୁ ଛାତ୍ରଛାତ୍ରୀମାନେ ବିଦେଶକୁ ପଢ଼ିବା ପାଇଁ ଆଗ୍ରହୀ ଥିବା ଜଣାପଡିଛି ।

ଯଦି ଆପଣ ମଧ୍ୟ ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାକୁ ଇଚ୍ଛୁକ ଅଛନ୍ତି ତେବେ UGC ଦ୍ୱାରା ଜାରି କରାଯାଇଥିବା ନୋଟିସ୍‌ ଜାଣିବା ନିହାତି ଆବଶ୍ୟକ ।

Advertisment

ଚୀନ୍‌ର କିଛି ସହରର ଶିକ୍ଷାନୁଷ୍ଠାନମାନଙ୍କରେ ଆଡ୍‌ମିସନ ପାଇଁ ବିଜ୍ଞପ୍ତି ବାହାର କରାଯାଇଛି । ଏହାସହ ଚୀନ୍‌ରେ ପଢ଼ିବା ପାଇଁ ଇଚ୍ଛୁକ ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ UGC ପକ୍ଷରୁ ଏକ ନୋଟିସ୍ ଜାରି କରାଯାଇଛି ।

UGC ଓ ଅଲ୍‌ ଇଣ୍ଡିଆ କାଉନସିଲ୍ ଫର୍‌ ଟେକ୍‌ନିକାଲ୍‌ ଏଜୁକେସନ୍‌ (AICTE)ଙ୍କ ବିନା ଅନୁମତିରେ ଅନ୍‌ଲାଇନ୍‌ ମାଧ୍ୟମରେ ହାସଲ କରାଯାଇଥିବା ଡିଗ୍ରୀକୁ ସ୍ୱୀକୃତି ଦିଆଯିବ ନାହିଁ । ଯଦି କେହି କୌଣସି ବିଦେଶୀ ଶିକ୍ଷାନୁଷ୍ଠାନରୁ ଡିଗ୍ରୀ ହାସଲ କରନ୍ତି ତେବେ ସେହି ଡିଗ୍ରୀ ଭାରତରେ ଅବୈଧ ତଥା କୌଣସି କାମରେ ଆସିବ ନାହିଁ ବୋଲି UGC ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Advertisment
Abroad Education
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ